ଜଗତସିଂହପୁର

କୁଜଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ : ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭସ୍ଥ ଶିଶୁ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ମେଡ଼ିକାଲ ନବମ ଶ୍ରେଣୀ ଛାତ୍ରୀ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ତେବେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଛନ୍ତି। ତେବେ ନାବାଳିକା ମା’ ରକ୍ତ ହୀନତାର ଶିକାର ହୋଇଥିବା ଜଣାପଡିଛି। ବର୍ତ୍ତମାନ ନାବାଳିକା ଜଣଙ୍କ ଜଗତସିଂହପୁର ମେଡିକାଲରେ […]
ଓଡ଼ିଶା  ବଡ ଖବର  ଜଗତସିଂହପୁର 

ଜଗତସିଂହପୁରରେ ଚାଞ୍ଚଲ୍ୟ : ବିଲ ମଝିରୁ ଟେକିନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଗତକାଲି ଅର୍ଥାତ ସୋମବାର ଜଣେ ଯୁବତୀଙ୍କୁ ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଯୁବତୀଜଣଙ୍କ ଗତକାଲି ସାଙ୍ଗ ଜନ୍ମଦିନରେ ଯୋଗଦେଇ ଫେରୁଥିବା ବେଳେ ତାଙ୍କ ସହ ଏହି ବର୍ବର କାଣ୍ଡ ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ, ଅଭିଯୁକ୍ତ ଦ୍ବୟ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ସୂଚନାନୁଯାୟୀ, ଯୁବତୀଜଣଙ୍କ ସୋମବାର ତାଙ୍କର ଜଣେ […]
ଓଡ଼ିଶା  ବଡ ଖବର  ଜଗତସିଂହପୁର 

ଭିଜିଲାନ୍ସ ଜାଲରେ କୁଜଙ୍ଗ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ

ଜଗତସିଂହପୁର : କୁଜଙ୍ଗ ଵିଇଓ ଅଫିସରେ ଭିଜିଲାନ୍ସ ଚଢ଼ାଉ। ଲାଞ୍ଚ ନେବା ବେଳେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଛି କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ ହାଉସ ବିଲ୍ଡିଂ ଲୋନ କରେଇ ଦେବା ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ। ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଶିକ୍ଷକ ଜଣଙ୍କ ନିକଟରୁ ଲାଞ୍ଚ ନେବା […]
ଓଡ଼ିଶା  ଜଗତସିଂହପୁର 

ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା

ଜଗତସିଂହପୁର :  ବିସ୍ଫୋରଣରେ ଜଳିଗଲା ବହି ଗୋଦାମ। ଜଗସିଂହପୁର ବାଲିକୁଦା ଥାନା ଜନତା କୋଠି ନିକଟ ବହି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ବହି ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଓଡ଼ିଶା  ଜଗତସିଂହପୁର 

ଜଳିଗଲା ୧୦ରୁ ଅଧିକ ମାଛଧରା ବୋଟ୍

ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ନିଆଁ ଲାଗି ୧୦ରୁ ଅଧିକ ବୋଟ୍ ଜଳିଯାଇଛି । ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ଧିରେ ଧିରେ ଅନ୍ୟ ବୋଟରେ ନିଆଁ ଧରିଥିଲା । ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା । ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ନିଆଁ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ […]
ଓଡ଼ିଶା  ଜଗତସିଂହପୁର 

ନୃସଂଶ ପୁଅ: ବାପାମାଆ ସହ ଭଉଣୀର ମୁଣ୍ଡକୁ ଛେଚି ହତ୍ୟା କଲା …

ଜଗତସିଂହପୁର: ନୃସଂଶ ପାଲଟିଲା ପୁଅ। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ ଓରଫ୍ ପ୍ରଶାନ୍ତ ସେଠୀ, ତାଙ୍କ ପତ୍ନୀ କନକଲତା ସେଠୀ ଓ ଝିଅ ରୋଜାଲିନ। ସାନପୁଅ ସୂର୍ଯ୍ୟକାନ୍ତ ସେଠୀ ଏହି ଜଘନ୍ଯ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସେ ପାରିବାରିକ କଳହକୁ କେନ୍ଦ୍ର କରି ବାପା-ମାଆ ସହ ଭଉଣୀକୁ ହତ୍ୟା କରିଛି। ତେବେ କଳହର ମୁଖ୍ୟ […]
ଓଡ଼ିଶା  ଅପରାଧ  ଜଗତସିଂହପୁର 

ପାରାଦ୍ଵୀପ ଆଇଓସିଏଲରେ ଅଘଟଣ : ପିଲାର ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ପାରାଦ୍ଵୀପ : ପାରାଦୀପ ତୈଳ ବିଶୋଧନାଗାର (ଆଇଓସିଏଲ)ରେ ଅଘଟଣ । ଢଳେଇ ଭାଙ୍ଗିବା ବେଳେ ପିଲାର ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣଙ୍କ ଦୀର୍ଘ ସମୟ ଧରି ପିଲାର ତଳେ ଚାପିହୋଇ ରହିଥିଲେ, ଯାହା ଫଳରେ ତାଙ୍କର ଜୀବନ ଚାଲିଯାଇଛି। ମୃତ ଶ୍ରମିକ ଜଣଙ୍କ କୁଜଙ୍ଗ କାଳିଆପାଟ୍ଟ ଗ୍ରାମର ସତ୍ୟବ୍ରତ ମାଝୀ। ଆଇଓସିଏଲର କ୍ରିଷ୍ଣା ବିଲଡର୍ସ ଅଧିନରେ କାମ କରୁଥିଲେ ସତ୍ୟବ୍ରତ। ତେବେ ଆଇଓସିଏଲ ଏହି ଅଘଟଣ ସୂଚନା ପାଇବା ପରେ  ଅଭୟଚାନ୍ଦପୁର ଥାନା […]
ଓଡ଼ିଶା  ବଡ ଖବର  ଜଗତସିଂହପୁର 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ

ଜଗତସିଂହପୁର : ଜଗତସିଂହପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଗାବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଛି ଏହି ନିଆଁ। ଖବର ପାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମବାହିନୀ ଟିମ। ନିଆଁ ଲିଭାଇବାକୁ ଦୁଇଟି ଫାୟାର ଟିମ ନିୟୋଜିତ ହୋଇଛନ୍ତି। ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଘଟଣାସ୍ଥଳରେ ପୋଲିସ ଟିମ ଉପସ୍ଥିତ ଅଛନ୍ତି। ତେବେ କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ ରହିଛି।
ଓଡ଼ିଶା  ଜଗତସିଂହପୁର 

ପୁଣି ଜୀବନ ହାରିଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବ ଚାଷୀ

ଜଗତସିଂହପୁର: ପୁଣି ଜୀବନ ହାରିଲେ ଚାଷୀ।  ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତଅଁରା ବିଲସାହିରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବ ଚାଷୀଙ୍କ ନାଁ ଅଶୋକ ପରିଡା । ସେ ଚାଷ ପାଇଁ ତିନି ଲକ୍ଷ ଟଙ୍କା ଋଣ କରିଥିଲେ। ଅଦିନିଆ ଲଘୁଚାପଜନିତ ବର୍ଷାରେ ତାଙ୍କର ୭ ଏକର ଧାନ ସବୁ ନଷ୍ଟ ହୋଇଯାଇଛି। ଫସଲ କ୍ଷତି ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଓଡ଼ିଶା  ବଡ ଖବର  ଜଗତସିଂହପୁର 

ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଛାତ; ୨ ମୃତ ଓ ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଡ଼ବାଗ ଗାଁରେ ଗତକାଲି ରାତିରେ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଛି। ଏଥିସହ ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। । ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ […]
ଓଡ଼ିଶା  ବଡ ଖବର  ଜଗତସିଂହପୁର 

ପ୍ରୋତ୍ସାହନ ଅଭାବରୁ ହଜିଯିବାକୁ ବସିଛି ଜଗତସିଂହପୁରର ଲୋକନୃତ୍ୟ ‘ଘଟନୃତ୍ୟ’

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): ଉତ୍କୃଷ୍ଟ କଳାର କ୍ଷେତ୍ର ଉତ୍କଳର ବହୁ ଲୋକକଳା, ଲୋକ ସଙ୍ଗୀତ ଓ ଲୋକନୃତ୍ୟ ଆଜି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ତନ୍ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ପୀଠରେ ବହୁ କାଳରୁ ପ୍ରଚଳିତ ହୋଇଆସିଥିବା ଘଟନୃତ୍ୟ ରାଜ୍ୟ ତଥା ଦେଶ ବିଦେଶରେ ଆମ ସଂସ୍କୃତି ଓ ପରମ୍ପରାକୁ ଗୌରବାନ୍ୱିତ କରିଛି। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ଲୋକନୃତ୍ୟ ଏବେ ହଜିଯିବାକୁ ବସିଛି। ପ୍ରସିଦ୍ଧ ଝାମୁଯାତ୍ରାର ମାସକ ପୂର୍ବରୁ ଶାରଳା […]
ବିଶେଷ  ଜଗତସିଂହପୁର 

ଭିଜିଲାନ୍ସ ଜାଲରେ ଆରଆଇ, ମିଉଟେଶନ ପାଇଁ ନେଉଥିଲେ ଲାଞ୍ଚ…

ଜଗତସିଂହପୁର: ବାଲିକୁଦାରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଷଠି ମଳିକାପୁର ଆରଆଇ ବିଭୁଦତ ସାହୁ। ଜମି ମିଉଟେଶନ କରେଇଦେବା ପାଇଁ ଲାଞ୍ଚ ନେଉଥିଲେ।ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା। ଜଗତସିଂହପୁର ଭିଜିଲାନ୍ସ ବିଭାଗ ଦ୍ଵାରା ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରାଯାଇଛି।
ଓଡ଼ିଶା  ଅପରାଧ  ଜଗତସିଂହପୁର