କେନ୍ଦ୍ରାପଡ଼ା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର, ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
Published On
By The Sakala
କେନ୍ଦ୍ରାପଡା : ଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର। ଲାଞ୍ଚ ନେବା ବେଳେ ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଛି ଭିଜିଲାନ୍ସ। ଏକ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତହସିଲଦାର ଶିବ ପ୍ରସାଦ ମଲ୍ଲିକ। କେନ୍ଦ୍ରାପଡା ଜିଲ୍ଲା ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ଜମି ଜବରଦଖଲ ମୁକ୍ତ ଅର୍ଡର ବାହାର […]
କଙ୍କଡା ଧରିବାକୁ ଯାଇ ମା-ପୁଅ ନିଖୋଜ ଘଟଣା : ୬ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର କଲା ବନବିଭାଗ
Published On
By The Sakala
ରାଜନଗର : କଙ୍କଡା ଧରିବାକୁ ଯାଇ ମା-ପୁଅ ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ୬ ଦିନ ହେବ ନିଖୋଜ ଘଟଣା ଗତକାଲି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ରାଜନଗର ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮) ଗତ ବୁଧବାର ଭିତରକନିକା ଜଙ୍ଗଲକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ପୁଲିସକୁ ପ୍ରଥମେ ଜଣାଇନଥିଲେ ପରିବାର ଲୋକ। କିନ୍ତୁ ଯେତେବେଳେ […]
ନାବାଳିକା ଛାତ୍ରୀକୁ ଟେକିନେଇ ଗଣ ଦୁଷ୍କର୍ମ ଅଭିଯୋଗ
Published On
By The Sakala
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଞ୍ଚଲ୍ୟ। ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣ ଦୁଷ୍କର୍ମ ଅଭିଯୋଗ। ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କ ସହ ମୋଟ ୫ ଜଣଙ୍କୁ ରାଜନଗର ପୁଲିସ ଉଠାଇ ଆଣିଥିବା ସୂଚନା
ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
Published On
By The Sakala
ରାଜନଗର: ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପକ୍ରିୟା ପାଇଁ ୩ ମାସ ହେଲା ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା। ତେବେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ, ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ। ପର୍ଯ୍ୟଟକମାନେ ଭିତରକନିକା […]
କୂଳ ଲଙ୍ଘିଲା ସୁମୁଦ୍ର : ସମୁଦ୍ର ଗର୍ଭରେ ଲୀନ ହେବ ହବାଳିଖଟି
Published On
By The Sakala
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ନିକଟରେ ଥିବା ହବାଳିଖଟିରେ କୂଳ ଲଙ୍ଘିଛି ସୁମୁଦ୍ର। ଭିତରକନିକାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହବାଳିଖଟି ନେଚର କ୍ୟାମ୍ପର କଟେଜ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିଛି। ଫଳରେ ପର୍ଯ୍ୟଟକଙ୍କୁ ହବାଳିଖଟିକୁ ବାରଣ କରାଯାଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା ହବାଳିଖଟି ନେଚର କ୍ୟାମ୍ପ। ଗତବର୍ଷ ବାତ୍ୟା ‘ଦାନା’ ମାଡ଼ରେ କିଛି କଟେଜ୍ ନଷ୍ଟ ହୋଇଯାଇଥିଲା। ଗତବର୍ଷ ବାତ୍ୟା ‘ଦାନା’ର ତାଣ୍ଡବରେ ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା […]
ଝିଅକୁ ଖୋଜିଲାନି ପୁଲିସ, ନିରାଶ ହୋଇ ବିଷ ପିଇଦେଲେ ବାପା…
Published On
By The Sakala
କେନ୍ଦ୍ରାପଡ଼ା: ନାବାଳିକା ଝିଅକୁ ଖୋଜିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ୱନ କରିବାରୁ ଶେଷରେ ନିରାଶ ହୋଇ ବାପା ବିଷ ପିଇ ଦେଇଛନ୍ତି। ଏହିଭଳି ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଚକଡ଼ା ଗୋଗୁଆ ଗ୍ରାମର କଳ୍ପତରୁ ଓଝା(୪୮)ଙ୍କ ୧୬ ବର୍ଷୀୟ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଅଜୟ ଜେନାଙ୍କ ଭଣଜା ରାଜେଶ ଜେନା (ଚଗଲା) ବିବାହର ପ୍ରତିଶ୍ରୁତି ଦେଇ କେଉଁଆଡେ଼ ଅପହରଣ କରି ନେଇଛନ୍ତି। ଏନେଇ ନାବାଳିକାଙ୍କ ବାପା ଅଜୟ ୨୭ […]
ପିପିଲ ଦୁର୍ଘଟଣା ମୃତକ ୩ ଯୁବତୀଙ୍କ ମିଳିଲା ପରିଚୟ : ୨ ଜଣ ରାଜକନିକା ଓ ଜଣେ ଭୁବନେଶ୍ବର ବାସିନ୍ଦା
Published On
By The Sakala
ଭୁବନେଶ୍ବର : ଶନିବାର ଅପରାହ୍ନ ସମୟରେ ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥର ପିପିଲି ତରାକାଜ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗା ଦର୍ଶନ ପାଇଁ ସ୍କୁଟିରେ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ବସ୍ ଚଢିଯାଇଛି। ଯାହା ଫଳରେ ସ୍କୁଟି ଯାଉଥିବା ୩ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ […]
ଆଳିରେ କୁମ୍ଭୀର ଆତଙ୍କ : ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର
Published On
By The Sakala
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ। ଖରସ୍ରୋତା ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ଏଭଳି ଦୁଖଃଦ ଘଟଣା ଘଟିଛି ଆଳି ବ୍ଲକ ଅନ୍ତର୍ଗତ କୋଲଢିଅ ପଞ୍ଚାୟତ ମହାନ୍ତିଗାଁ ରେ ଘଟିଛି। ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣା ପଡିଛି । ମହିଳା ଜଣଙ୍କ ମହାନ୍ତିଗାଁର କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଖୋଜାଖୋଜି ଚାଲିଥିବା ବି ମହିଳାଙ୍କ ପତ୍ତା ମିଳିନାହିଁ । ଗତବର୍ଷ ମଧ୍ୟ କୁମ୍ଭୀର […]
ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଗଲେ ୮୦ ବର୍ଷୀୟ ବୃଦ୍ଧ
Published On
By The Sakala
କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସୂଚନାନୁଯାୟୀ, ବାର୍ଧକ୍ୟଜନିତ ରୋଗ ମାଡ଼ି ବସିବା ଦିନଠାରୁ ଶ୍ରୀଧର ଆଉ ଭତ୍ତା ପାଇଁ ପଞ୍ଚାୟତ ଅଫିସ୍ ଯାଇ ପାରୁନଥିଲେ। ସେବେଠାରୁ ତାଙ୍କ ଝିଅ ପଞ୍ଚାୟତ ଅଫିସ୍ରୁ […]
ଦିନ ଦ୍ବିପ୍ରହରରେ ଯୁବକଙ୍କ ଉପରକୁ ଫାୟାରିଂ, ଗୁରୁତର ଯୁବକ ହସ୍ପିଟାଲ୍ରେ ଭର୍ତ୍ତି
Published On
By The Sakala
କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି। କେନ୍ଦ୍ରାପଡ଼ା ସଦର ଥାନା କୁଦାନଗରୀ ଅଞ୍ଚଳରେ ଯୁବକଙ୍କ ଉପରକୁ ଫାୟାରିଂ ହୋଇଛି। ଗୁରୁତର ଯୁବକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା କୁଦାନଗରୀ ଅଞ୍ଚଳରେ ଅପରାହ୍ନ ସମୟରେ ଜଣେ ଯୁବକଙ୍କୁ ଉପରକୁ ଗୁଳିମାଡ ହୋଇଛି। ୩ ଦୁର୍ବୃତ୍ତ ଯୁବକ ଜଣଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି। ଯୁବକଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ […]
କେନ୍ଦ୍ରାପଡ଼ା ଜିଲ୍ଲାକୁ ବାଂଲାଦେଶୀ ଚିନ୍ତା, ମହାକାଳପଡ଼ା, ରାଜନଗରରେ ଅଛନ୍ତି ୩୦ ହଜାର ବାଂଲାଦେଶୀ
Published On
By The Sakala
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଲଟିଛି ବାଂଲା ଅନୁପ୍ରବେଶକାରୀଙ୍କ ହବ୍। ହଜାର ହଜାର ଅନୁପ୍ରବେଶକାରୀ ରହୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ନା ହେଉଛି ଚଢ଼ଉ ନା ସେମାନଙ୍କ ବେଆଇନ ଗତିବିଧି ଉପରେ ନଜର ରଖାଯାଉଛି। ଦୁଇ ଦଶନ୍ଧି ପୂର୍ବେ ଅର୍ଥାତ୍ ୨୦୦୪ ଫେବୃଆରୀ ୨୮ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ମହାକାଳପଡ଼ାରେ ସର୍ବାଧିକ ୧୫୫୧ ଜଣ, ରାଜନଗରରେ ୫୧ ଓ ପଟ୍ଟାମୁଣ୍ଡାଇରେ ୪୭ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଯଦିଓ […]
ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା
Published On
By The Sakala
ରାଜକନିକା : କଂଗ୍ରେସର ବରିଷ୍ଠ ନେତା ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା । କୋଇଲିପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କଂଗ୍ରେସର ଶତାଧିକ କର୍ମୀଙ୍କ ସମେତ ବହୁ ଶୁଭେଛୁମାନେ କୋଇଲିପୁର ରଘୁନାଥ ମନ୍ଦିର ନିକଟରୁ ଗଜରାଜପୁର ଛକ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ମହମବତୀ ଜାଳି ଶୋଭାଯାତ୍ରା କରିଥିଲେ। ଶତାଧିକ କର୍ମୀ ଓ ଶୁଭେଛୁ […]