ନୂଆପଡ଼ା

ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ

ଭୁବନେଶ୍ବର : ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି। ୨୦ ନଭେମ୍ବର ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିବା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୪ରୁ ସ୍ବାଧିନ, ୨୦୦୯ରେ ବିଜେଡି,୨୦୧୯ […]
ଓଡ଼ିଶା  ବଡ ଖବର  ନୂଆପଡ଼ା 

ଦାଦନରୁ ମୁକ୍ତି ଦେଇଛି ଗୋଷ୍ଠୀଶ୍ରମ, ୧୦ ମହିଳା ସ୍ବାବଲମ୍ବୀ

ନୂଆପଡ଼ା (ଶୁଭ୍ରାଂଶୁ କୁମାର ନାୟକ): ଆଜିର ନାରୀ ଆଗରେ ଅବଳା ଦୂର୍ବଳା ଶବ୍ଦ ଏବେ ଅତୀତ ପାଲଟିଛି। ପ୍ରତିକ୍ଷେତ୍ରରେ ନାରୀ ତାର ପାରଦର୍ଶିତା ଦେଖାଉଛି। ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ପାଇଁ ସାହାରା ପାଲଟିଛନ୍ତି। ସଂଘର୍ଷରୁ ସଫଳତା ପାଇ ନିଜ ଗୋଡ଼ରେ ଛିଡ଼ା ହେବା ସହ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିଛନ୍ତି। ମହିଳା ଦାଦନ ଶ୍ରମିକରୁ ଜୀବନ ଯାତ୍ରା ଆରମ୍ଭକରି ସଫଳ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ନୂଆପଡ଼ା ଜିଲ୍ଲା […]
ବିଶେଷ  ଓଡ଼ିଶା  ନୂଆପଡ଼ା 

ଆକାଶରୁ ଖସିଲା ଗ୍ୟାସ ଭରା ବେଲୁନ ପୁଞ୍ଜା, ୫ ବାଳକ ଗୁରୁତର

ନୂଆପଡା: ଆକାଶରୁ ପଡ଼ିଲା ଗ୍ୟାସ ଭରା ବେଲୁନ ପୁଞ୍ଜା। ଏହି ବେଲୁନ ଦେଖିବାକୁ ଯାଇଥିବା ୫ଜଣ ବାଳକ ଗୁରୁତର ହୋଇଥିବା ଜଣାପଡ଼ିିଛି। ବାଳକଙ୍କ ପଥର ମାଡ଼ରେ ବେଲୁନ ଫାଟିବା ପରେ ବାଳକମାନେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ବାଳକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗ୍ୟାସ ଭରା ବେଲୁନ ମାଳ କେଉଁ ସ୍ଥାନରୁ ଆସିଥିଲା କିଏ ଛାଡିଥିଲା ତାହା ବର୍ତ୍ତମାନ […]
ଓଡ଼ିଶା  ନୂଆପଡ଼ା 

ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟ, ୨ ନକ୍ସଲ ନିପାତ

ନୂଆପଡ଼ା : ଓଡ଼ିଶାର ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ଓଡିଶା ଓ ଛତିଶଗଡ଼ ପୁଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନରେ ୨ ନକ୍ସଲ ନିପାତ ହୋଇଛନ୍ତି। ଛତିଶଗଡ଼ ମେନ୍‌ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ୨ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ […]
ଓଡ଼ିଶା  ନୂଆପଡ଼ା 

୮ବର୍ଷର ପିଲାକୁ ଝୁଣି ଖାଇଗଲେ କୁକୁର

ନୂଆପଡ଼ା/କୋମନା: ଆଠ ବର୍ଷ ବୟସର ଏକ ପିଲାକୁ ବୁଲାକୁକୁରମାନେ ଝୁଣି ଖାଇଯିବା ଭଳି ଏକ ଅଭାବନୀୟ ଘଟଣା ଜନମାନସକୁ ବିଚଳିତ କରିଛି। କର୍ଣ୍ଣାଟକକୁ ଦାଦନ ଖଟି ଯାଇଥିବା ନୂଆପଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଏହି ନାବାଳକର ଏଭଳି ଦୁଃଖଦ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଢୋର୍ଲାମୁଣ୍ଡା ଗାଁର ମାଲଭଟା ପଡ଼ାର  ହନସିଂ ମାଝୀ, ସ୍ତ୍ରୀ ନୂତନୀ ସହ କର୍ଣ୍ଣାଟକର କୁପଲ ଜିଲ୍ଲା ଜିନ୍ଦଗିରି ଗାଁର ଇଟାଭାଟିରେ କାମ କରୁଥିଲେ। ଗାଁରେ ରହି ତୃତୀୟ ଶ୍ରେଣୀରେ ପଢ଼ୁଥିବା ତାଙ୍କର […]
ଓଡ଼ିଶା  ନୂଆପଡ଼ା 

ଗୁଣିଗାରେଡ଼ି ସନ୍ଦେହ: କଙ୍ଗାରୁକୋର୍ଟରେ ବୃଦ୍ଧଙ୍କୁ ଜାଳିଦେଲେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲ‌‌ରେ ଭର୍ତ୍ତି

ନୂଆପଡ଼ା: ଗୁଣି ସନ୍ଦେହ‌ରେ ଜଣେ ବୃଦ୍ଧଙ୍କୁ କଙ୍ଗାରୁ କୋର୍ଟରେ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ସର୍ବସମ୍ମୁଖ‌‌ରେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ଗୁଡ଼ାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଦେହରେ ନିଆଁ ଲାଗିବା ପରେ ବୃଦ୍ଧଜଣଙ୍କ କଲବଲ ହୋଇ ଦୌଡ଼ି ପଳାଇବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗ୍ରାମବାସୀମାନେ ଟେକାପଥର ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନୂଆ ମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ। ତେବେ ସୌଭାଗ୍ୟବଶତଃ ବୃଦ୍ଧଜଣଙ୍କ […]
ଓଡ଼ିଶା  ନୂଆପଡ଼ା 

ଘରୋଇ କଳିରୁ ରାକ୍ଷସ ପାଲଟିଲା ବାପା : ୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା

ନୂଆପଡା  : ଘରୋଇ କଳିରୁ ପିଶାଚ ବାପାର ଜଘନ୍ୟ କାଣ୍ଡ। ୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ନୃଶଂସ ବାପା। ଏପରି ଏକ ଅମାନୁଷିକ କାଣ୍ଡ ନୂଆପଡା ଜିଲ୍ଲା ବୋଡେନ ଥାନା କୋଟିଆପଡ଼ା ଗାଁରେ ଘଟିଛି। ଘରୋଇ କଳି କାରଣରୁ ପିଶାଚ ବାପା ୧୪ ମାସର ପୁଅକୁ ପାଣିରେ ବୁଡାଇ ହତ୍ୟା କରିବା  ସହ ୧୦ ବର୍ଷର ଝିଅର ଗଳା କାଟିଦେଇଛି। ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡ଼େନ […]
ଓଡ଼ିଶା  ନୂଆପଡ଼ା 

ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ସରେଇପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଜନଉ ବରିହାଙ୍କ ପୁଅ ହେମରାଜ ଓ ବେଦରାମ ବରିହାଙ୍କ ପୁଅ ଶଙ୍କର। ଉଭୟ ନାବାଳକ ଆଜି ଅପରାହ୍ନରେ ଗାଁ ନିକଟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ତେଣୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀରେ ସେମାନେ ଭାସୁଥିବା ଦେଖିବାକୁ ମିଳିଥିଲା। […]
ଓଡ଼ିଶା  ନୂଆପଡ଼ା 

ଗାଈକୁ ମାରି ଖାଇଲା କଲରା ପତରିଆ ବାଘ

ବୋଡ଼େନ: ନୂଆପଡା ଜିଲ୍ଲା ବୋଡେନ ବ୍ଳକ ବୋଇରଗାଁ ପଞ୍ଚାୟତ ଚିକଲଚୁଆଁ ଗାଁ ନିକଟସ୍ଥ ପାହାଡ଼ରେ ଏକ ଗାଈକୁ ବାଘ ମାରି ଖାଇଥିବା ଜଣାପଡ଼ିଛି। ଚିକଲଚୁଆଁ ଗାଁର ଚାଷୀ ମୋହନ ସାଏଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରିନଥିଲା । ଗାଈ ଘରକୁ ନଫେରିବାରୁ ସକାଳୁ ଖୋଜାଖୋଜି ପରେ ମୋହନ ଗାଈ ବାଘ ଆକ୍ରମଣର ଶିକାର ହୋଇ ମରିପଡ଼ିଥିବା ଦେଖ‌ିବାକୁ ପାଇଥିଲେ। ଏହି ଘଟଣା ବୋଡେ଼ନ ବ୍ଲକ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ସାଧାରଣରେ […]
ନୂଆପଡ଼ା 

ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ। ବର୍ତ୍ତମାନ ଶିଶୁଟି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରର ଶିଶୁ ବିଭାଗର ଏକ ସ୍ବତନ୍ତ୍ର କକ୍ଷରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। କିଏ ଓ କାହିଁକି ଶିଶୁପୁତ୍ରକୁ ନାଳର […]
ଓଡ଼ିଶା  ନୂଆପଡ଼ା 

ଟ୍ରାକ୍ଟରକୁ ପିଟିଲା କାର୍‌, ଘଟଣା ସ୍ଥଳରେ ୪ମୃତ

ନୂଆପଡ଼ା : ନୂଆପଡା ଖଡିଆଳରୁ ଭବାନୀପାଟଣା ରାସ୍ତାର ଲାଛିପୁର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ କାର ଧକ୍କା ଦେବାରୁ କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହାସହ ଟ୍ରାକ୍ଟରରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାରଟି ଖଡିଆଳରୁ ତୁକୁଲା ପଟକୁ ଯାଉଥିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ମୃତକ ହେଲେ ଖଡିଆଳ ସହରର ଋଷୀ ସାହୁ, ଶୁଭମ୍ ମହାଉତି, ବଣ୍ଟି ସିଂ ଲାଲ ଓ […]
ଓଡ଼ିଶା  ନୂଆପଡ଼ା 

ବାଘ ଛାଲ ଜବତ ପାଞ୍ଚ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ । ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ୍ କରିଛି ବନବିଭାଗ। ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ସହ ୪ଗୋଟି ମୋବାଇଲ ଫୋନ ଜବତ୍ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ […]
ଓଡ଼ିଶା  ନୂଆପଡ଼ା