କୋରାପୁଟ

ଭୁଶୁଡ଼ି ପଡ଼ିଲା ଦୋକାନ ଘର, ଉଦ୍ଧାର ଉଦ୍ୟମ ଜାରି..

କୋରାପୁଟ: ଭୁଶୁଡ଼ିଲା ଦୋକାନ ଗୃହ। କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ଭୁଶୁଡ଼ି ପଡ଼ିଲା ଦୋକାନ ଘର । ୨ରୁ ୩ ଜଣ ଚାପି ହୋଇ ରହିଥିବା ଅନୁମାନ । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା।
ଓଡ଼ିଶା  କୋରାପୁଟ 

କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ଆରମ୍ଭ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧିନସ୍ଥ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (ଏସପିଏଲ) ଆଜିଠାରୁ କୋରାପୁଟରେ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏହି କର୍ମଶାଳା ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ (ବିଆର୍ଏଲଏଫ) ଦ୍ୱାରା ସମର୍ଥିତ ଏବଂ ଏହା ଓଡ଼ିଶାର ରାୟଗଡା, କୋରାପୁଟ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରୁ ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିବ। […]
ଓଡ଼ିଶା  କୋରାପୁଟ 

ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା; ଜଳିଗଲେ ବାପା-ପୁଅ….

କୋରାପୁଟ: ବୋଲବମ୍ ଯାଉଥିବା ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବାଇକ୍‌। ଫଳରେ ବାଇକରେ ଥିବା ବାପା-ପୁଅ ଜଳି ଯାଇଛନ୍ତି। ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟ ଏନ୍‌ଏଚ୍‌ ୨୬ରେ। ଉଭୟ ବାପା-ପୁଅଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ଧକ୍କା ଦେଇଥିବା ବୋଲବମ ଗାଡ଼ି ଫେରାର ହୋଇଯଇଛି।
ଓଡ଼ିଶା  ବଡ ଖବର  କୋରାପୁଟ 

ନାରୀ ନିର୍ଯାତନା ପ୍ରତିବାଦ: ବିଜେଡି ପକ୍ଷରୁ ଜୟପୁର DIG କାର୍ଯ୍ୟାଳୟ ଘେରାଉ

ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ […]
ଓଡ଼ିଶା  ବଡ ଖବର  କୋରାପୁଟ 

ଦୁଇ ନାଆରେ ଗୋଡ଼ ଦେଇ ଯୁବତୀ ହଟହଟା, ବିବାହ ବେଳକୁ ଫାଙ୍କିଦେଲେ ଦୁଇ ପ୍ରେମିକ

ପୋଡ଼ାଗଡ଼: ଦୁଇ ଯୁବକଙ୍କୁ ଭଲ ପାଇବା‌ ସହ ସଂପର୍କ ରଖିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଜଣଙ୍କ ଏବେ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଦୁଇ ପ୍ରେମିକ କରଛଡ଼ା ଦେଉଛନ୍ତି। ଫଳରେ ନ୍ୟାୟ ପାଇଁ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ପଦାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଯୁବତୀଜଣଙ୍କ ନିଜ ଗାଁର ଦୁଇ ଯୁବକଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ […]
ଓଡ଼ିଶା  କୋରାପୁଟ 

ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ୫ ଜୀବନ, ଅଭିଯୋଗ ଆଣିଲେ ରୋଗୀଙ୍କ ସମ୍ପର୍କୀୟ

କୋରାପୁଟ : ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବଡ଼ ଅଘଟଣ। ମେଡିକାଲର ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁ ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି। ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇବା […]
ଓଡ଼ିଶା  ବଡ ଖବର  କୋରାପୁଟ 

ଆକାଶରୁ ଖସିଲା ମୃତ୍ୟୁ : ଜେଜେ‘ମା, ନାତୁଣୀ ସହ ତିନି ଜଣଙ୍କର ଚାଲିଗଲା ଜୀବନ

ଲକ୍ଷ୍ମୀପୁର : ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ପର୍ଡିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜେଜେ‘ମା, ନାତୁଣୀ ଓ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପର୍ଡିଗୁଡ଼ା ଠାରୁ କିଛି ଦୂରରେ […]
ଓଡ଼ିଶା  ବଡ ଖବର  କୋରାପୁଟ 

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୩ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୨୬ ନମ୍ୱର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ବୈପାରିଗୁଡ଼ା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼ରୁ ମାଲକାନଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୌଡ଼ଗୁଡା ଗଛରେ ଗଛକୁ ଧକ୍କା ଦେଇଥିଲା କାର। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ […]
ଓଡ଼ିଶା  ବଡ ଖବର  କୋରାପୁଟ 

ମହୁମାଛି ଆକ୍ରମଣରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଜୟପୁର : ମହୁମାଛି ଆକ୍ରମଣରେ ଅଟୋ ଚାଳକଙ୍କ ମୃତ୍ୟୁ। ମୃତ ଅଟୋ ଚାଳକ ହେଉଛନ୍ତି କୋରାପୁଟ ହାଉସିଂ ବୋର୍ଡ ଅଞ୍ଚଳର ରବି ନାରାୟଣ ଚେଟି। ମିଳିଥିବା ସୂଚନା ମୁତାବକ କୋରାପୁଟ ଆଇଜିଙ୍କ ବାସଭବନ ଦେଇ ରବି ନାରାୟଣ ଚେଟି ନିଜ ଅଟୋ ଧରି ଯାଉଥିଲେ। ଠିକ୍ ସେଇ ସମୟରେ ସେଇ ନିକଟରେ ଥିବା ମହୁମାଛି ଫେଣାରେ ଥିବା ମହୁମାଛି ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣ ପରେ ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ହୋଇଥିଲା। […]
ଓଡ଼ିଶା  କୋରାପୁଟ 

କୋଟିଆରେ ଓଡ଼ିଆ ବିଲୋପ ପାଇଁ ଆନ୍ଧ୍ରର ଷଡ଼ଯନ୍ତ୍ର : ଟଙ୍କା ଲୋଭ ଦେଖାଇ ଛାତ୍ରଛାତ୍ରୀଙ୍କୁ ଟାଣି ନେଉଛି ପଡ଼ିଶା

ପଟ୍ଟାଙ୍ଗି : ବିବାଦୀୟ କୋଟିଆ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରୁ ପୂରା ଓଡ଼ିଆ ଭାଷାକୁ ବିଲୋପ ପାଇଁ ଆନ୍ଧ୍ର ସରକାର ଚକ୍ରାନ୍ତ ଆରମ୍ଭ କରିଛି। ସୀମାନ୍ତବର୍ତ୍ତୀ ଏହି ଗାଁଗୁଡ଼ିକର ଲୋକଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଲୋଭ ଦେଖାଇ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ପଢ଼ିବା ଓ ଶିଖିବାକୁ ପ୍ରଲୋଭିତ କରୁଛି। ନୂଆ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଖୋଲି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେଠାରେ ପାଠ ପଢ଼ାଇବାକୁ ଏକପ୍ରକାର ଜାଲ ବିଛାଉଛି। ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ […]
ଓଡ଼ିଶା  ବଡ ଖବର  କୋରାପୁଟ 

ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟ ନାରାୟଣ ଚାଲାଣ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ । ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚାଲାଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । […]
ଓଡ଼ିଶା  କୋରାପୁଟ 

ଜାଗର ଯାତ୍ରା ଦେଖି ଫେରିବା ବେଳେ ବ୍ରିଜ ତଳକୁ ଖସିଲା ବାଇକ୍‌; ୨ ମୃତ, ଜଣେ ଗୁରୁତ

କୋରାପୁଟ: ଜାଗର ଯାତ୍ରା ଦେଖି ଫେରିବା ବେଳେ ଅଘଟଣ। କୋରାପୁଟ ଅନ୍ଧାରୀଘାଟି ତଳକୁ ଖସିପଡିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଶିବରାତ୍ରୀ ଥିବାବେଳେ ଦୁଇ ଜଣ ବ୍ୟକ୍ତି ଜାଗର ଯାତ୍ରା ଦେଖିବାକୁ ଚାଟୁଆ ଗାଁକୁ ଯାଇଥିଲେ। ଏତିକି ବେଳେ ଭାରସାମ୍ୟ ହରାଇ ବାଇକଟି କୋରାପୁଟ ଚାଟୁଆ ନିକଟସ୍ଥ ଅନ୍ଧାରିଘାଟ ବ୍ରିଜ୍ ନିକଟରେ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ […]
ଓଡ଼ିଶା  କୋରାପୁଟ