ମୟୂରଭଞ୍ଜ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ

ବାରିପଦା: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୬ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ମାନ୍ୟବର ବିଚାରପତି ସନ୍ତୋଷ କୁମାର ନାୟକ। ଅଭିଯୁକ୍ତ ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଅସିତ ବେହେରାକୁ ଦଣ୍ଡାଦେଶ। ୨୦୨୪ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅସିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୁଲିସ।
ଓଡ଼ିଶା  ମୟୂରଭଞ୍ଜ 

ଦେହରେ ନିଆଁ ଲଗାଇ ଜିବନ୍ତ ଜଳିଗଲେ ମହିଳା, ପୁରୁଷ ଗୁରୁତର..

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟସ୍ଥ ପଣସି ଗ୍ରାମରେ ପେଟ୍ରୋଲରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା।  ଗୁରୁତର ପୁରୁଷ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଦେହରେ ନିଆଁ ଲଗାଇ ପୁରୁଷ ଏବଂ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୁଷଜଣକ ଗୁରୁତର ହୋଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ ଆଶଙ୍କା କରାଯାଉଛି। ମୃତ ମହିଳା ହେଲେ ଖିଚିଂ ଗାଁର ଭାରତୀ ପାତ୍ର। ତେବେ ବର୍ତ୍ତମାନ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା ପରେ, ପୋତି ଦେଇ କଦଳୀଗଛ ଲଗାଇଦେଲା ସ୍ବାମୀ

ବାରିପଦା : ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀ ଓ ଶାଶୂକୁ ମାରିବା ପରେ ମାଟି ଖୋଳି ପୋତିବା ପରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ।  କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ବର୍ବର ଡବଲ ମର୍ଡର। ଏହି ଘଟଣାରେ କୁଳିଅଣା ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ବର୍ଷାରେ ଭାଙ୍ଗିଲା ନଦୀବନ୍ଧ: ୨୦୦୦ ଏକର ଚାଷଜମି ଜଳମଗ୍ନ, ପାଣି ଘେରରେ ୩ ଗାଁ…

ମୋରଡ଼ା/ରାସଗୋବିନ୍ଦପୁର: ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷାର ପରିଣାମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ। ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ଆଡ଼ିବନ୍ଧ ଭାଙ୍ଗି ଯିବାରୁ ୨ ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଉକ୍ତ ବ୍ଲକ ଅଧୀନ ସାନମାଣିଦା ପଞ୍ଚାୟତର ଡୁଇଲିପୁରା,ପିଙ୍ଗୁଳି, ପଦ୍ମତୋଳିଆ ଗ୍ରାମ ପାଣି ଘେରରେ ଥିବାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଲୋକଙ୍କ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାକୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ ସହିତ ସଂଲଗ୍ନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଆଜବେଷ୍ଟସ୍ କିମ୍ବା କଚ୍ଚା କୋଠା ବଦଳରେ କଂକ୍ରିଟ୍ କୋଠାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାରେ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ମଧ୍ୟାହ୍ନ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ…

ଉଦଳା: ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ଖାଇଲେ ମୁଢି। ସନ୍ଧ୍ୟା ୫ଟାରେ ଦିଆଗଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଧ୍ୟାହ୍ନ ଭୋଜନରେ ମୁଢି ଦିଆଯାଇଥିଲା। ପରେ ଅଭିବାବକ ଯୁକ୍ତି କରିବାରୁ ସନ୍ଧ୍ୟା ୫ଟାରେ ଭାତ ଓ ତରକାରୀ ଦିଆଯାଇଥିବା ସୂଚନା ।  
ଓଡ଼ିଶା  ମୟୂରଭଞ୍ଜ 

ମୟୂରଭଞ୍ଜରେ ଲଜ୍ଜା : ଅଷ୍ଟମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ

ବାରିପଦା: ସରକାର ବଦଳିବା ପରେ ରାଜ୍ୟରେ ଛାତ୍ରୀ, ମହିଳା ଅସୁରକ୍ଷିତ ଘଟଣା ବର୍ତ୍ତମାନ ଉଦବେଗଜନକ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ଏକ ଘଟଣା ଜିଲ୍ଲା ପାଇଁ ଲଜ୍ଜା ଆଣିଛି । ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧୀନ ଏକ ଆବାସିକ (ଏସଏସଡି) ବାଳିକା ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ୨ମାସ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି । ଛାତ୍ରୀନିବାସରେ ରହୁଥିବା ନାବାଳିକା ଜଣକ ଦେହ ଅସୁସ୍ଥ ଥିବା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ […]
ଓଡ଼ିଶା  ମୟୂରଭଞ୍ଜ 

ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ, ବାପା ଓ ମାଆଙ୍କୁ ପଥରରେ ଛେଚି କଲା ହତ୍ୟା…

ବାରିପଦା: ନିଶାସକ୍ତ ପୁଅର ଉନ୍ମୁକ୍ତ କାଣ୍ଡ। ବୈଶିଙ୍ଗା ଥାନା ତଥା ବଡସାହି ବ୍ଲକ ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତରେ ଧନାପାଳ ଡବଲ ମଡର। ପଥରରେ ଛେଚି ରୋଗିଣା ବୃଦ୍ଧ ବାପା ଓ ବୃଦ୍ଧା ମାଆଙ୍କୁ ହତ୍ୟା କଲା ପୁଅ। ମୃତକ ବାପା ହେଲେ ୮୦ ବର୍ଷୀୟ ହାଡ଼ିବନ୍ଧୁ ସାହୁ ଓ ମାଆ ହେଲେ ୭୨ବର୍ଷୀୟା ଶାନ୍ତି ସାହୁ। ଅଭିଯୁକ୍ତ ପୁଅ ହେଲେ ହିମାଂଶୁ ସାହୁ (୫୦)। ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ଘର ଛାଡି ୩କି.ମି ଦୂର ମାଣତ୍ରୀରେ […]
ଓଡ଼ିଶା  ମୟୂରଭଞ୍ଜ 

ଦମ୍ପତି ଚଲାଇଥିଲେ ସେକ୍ସ ରାକେଟ୍‌, ଚାକିରି ଦେବାକୁ କହି ଦେହବେପାର….

ବାରିପଦା: ଟା‌େର୍ଗଟ୍‌ରେ ଥିଲେ ଚାକିରି ଆଶାୟୀ ଗରିବ, ମଧ୍ୟବିତ୍ତ ଘରର ଯୁବତୀ। କଥାବାର୍ତ୍ତାରୁ ସଂପର୍କ ଆରମ୍ଭ କରି ସେମାନଙ୍କୁ ଫସାଇବା ପରେ ଚାକିରି ଆଳରେ ବାରିପଦାକୁ ନେଇଆସୁଥିଲେ। କିନ୍ତୁ ଏଠାକୁ ଆଣିବା ପରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ। ସହର ଭିତରେ ଘର ଭଡ଼ା ନେଇ ବେଶ୍‌ ସନ୍ତର୍ପଣ‌ରେ ଚଳାଇଥିଲେ ଦେହବେପାର। ଭଞ୍ଜପୁର ଥାନା ପୁଲିସ୍ ଆଜି ବାରିପଦା ସହରରୁ ଏଭଳି ଏକ ସେକ୍ସ ରାକେଟ୍‌ ଠାବ କରିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିବା […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ବୈଶିଙ୍ଗାରେ ଲଜ୍ଜା, ଘରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ପଞ୍ଚାୟତ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା‌ରେ ବୈଶିଙ୍ଗା ପୁଲିସ୍‌ ଅଭିଯୁକ୍ତ ଟାରଜନ୍‌ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ପୁଲିସ୍‌ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ବୟାନ ରେକର୍ଡ କରିଛି। ସୂଚନାନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଜଣଙ୍କ ମା’ଙ୍କ ସହ ବୈଶିଙ୍ଗା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଗତକାଲି ତାଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିବା ବେଳେ […]
ଓଡ଼ିଶା  ମୟୂରଭଞ୍ଜ 

କରଞ୍ଜିଆରେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଅଟକ

କରଞ୍ଜିଆ : କରଞ୍ଜିଆ ଥାନା ଅନ୍ତର୍ଗତ କୁଇତା ଢାବାଠାରେ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ପକ୍ଷରୁ ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଜନୈକ ଯୁବତୀ କରଞ୍ଜିଆ ଥାନା ହଳଦିଆପୋଷି ଗ୍ରାମର ମାମୁ ଘରକୁ ବୁଲିବାକୁ ଆସିଥିବା ବେଳେ ମଙ୍ଗଳବାର ନାଧାଗାଢିଆ ଗ୍ରାମର ହନୁମାନ ମନ୍ଦିରକୁ ପୂଜା […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ସାପ କାମୁଡ଼ାରେ ବାପାପୁଅଙ୍କ ମୃତ୍ୟୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ଅନ୍ତର୍ଗତ ବାଘଡାରେ ଅଭାବନୀୟ ଘଟଣା। ସାପ କାମୁଡାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ରାତିରେ ଶୋଇଥିବା ସମମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଉଭୟ ବାପାପୁଅଙ୍କ ମୃତ୍ୟୁ ଘଟିଛି। ବାପାଙ୍କ ନାଁ ହରେକୃଷ୍ଣ ମୁଖି ହୋଇଥିବା ବେଳେ ମୃତ୍ୟୁ ଘଟିଥିବା ପୁଅର ନାଁ କିଶନ ମୁଖୀ, ବୟସ ୫ବର୍ଷ ବୋଲି ଜଣାପଡ଼ିଛି।
ଓଡ଼ିଶା  ମୟୂରଭଞ୍ଜ