ବାଲେଶ୍ଵର

ଘର କାନ୍ଥ ପଡ଼ି ଦମ୍ପତିଙ୍କ ମୃତ୍ୟୁ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ କାନ୍ଥ ପଡ଼ି ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ  ପିଥ ମୃର୍ମୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ ।  
ଓଡ଼ିଶା  ବାଲେଶ୍ଵର 

ରାଜ୍ୟରେ ପଥର-ବାଲି ଚୋରି ଅଣାୟତ୍ତ, ଗୁମର ଖୋଲିଦେଲେ ବାଲେଶ୍ୱର ସାଂସଦ

ଭୁବନେଶ୍ୱର : ସାରା ରାଜ୍ୟରେ ସୀମା ଟପିଛି ଲଘୁ ଖଣିଜ ସାମଗ୍ରୀ ବାଲି, ପଥରର ଚୋରା ଚାଲାଣ। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏପରି ଅଭିଯୋଗ ଆସୁଛି, ମାତ୍ର ସରକାର ଓ ବିଭାଗୀୟ ମନ୍ତ୍ରୀମାନେ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ଗଣମାଧ୍ୟମ ପ୍ରଶ୍ନ କଲେ ରାଜସ୍ୱ ମନ୍ତ୍ରୀ ପ୍ରମାଣ ମାଗୁଛନ୍ତି। ମାତ୍ର ଏହି କଳା ସତ ଓ ସରକାରଙ୍କ ମିଛକୁ ପଦାରେ ପକାଇଛନ୍ତି ଖୋଦ ଶାସକ ଦଳର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଭୋଗରାଇର ସୁବର୍ଣ୍ଣରେଖା […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ଅନ ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ର

ବାଲେଶ୍ବର: ଅନ ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଦୁଃଖରେ ଫ୍ୟାନରେ ଝୁଲି ପଡ଼ିଲେ ନର୍ସିଂ ଛାତ୍ର। ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳର ସର୍ଜରୀ ୱାର୍ଡର ଡ୍ରେସିଂ ରୁମରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଛାତ୍ର ଡ୍ରେସିଂ ରୁମ୍ ଭିତରେ ବେକରେ ଏକ ଗାମୁଛା ସାହାଯ୍ଯରେ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ଅନ୍ୟାନ୍ୟ କର୍ମଚାରୀମାନେ।
ଓଡ଼ିଶା  ବାଲେଶ୍ଵର 

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ଘଟଣା : ଦୁଇ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

ବାଲେଶ୍ବର : ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍‌ ଛାତ୍ରୀଙ୍କ ଆତ୍ମଦାହ ଘଟଣାର ୨୦ଦିନ ପରେ ରବିବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚ ଏଫ୍‌ଏମ୍‌ କଲେଜର ଦୁଇଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢ଼େଇ କରୁଥିବା ବେଳେ କିଛି ଛାତ୍ର ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ। ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ନିକଟରେ କିଛି ଛାତ୍ର ମୋବାଇଲ୍‌ରେ ଭିଡ଼ିଓ କରୁଥିବା ଦେଖାଯାଇଥିଲା। ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର: ବାଲେଶ୍ବରରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର୍‌ଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏସଂପର୍କରେ ରେମୁଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ନୀଳଗିରି ଥାନା ଅନ୍ତର୍ଗତ ମର୍ଦ୍ଦରାଜପୁର ଅଞ୍ଚଳର ହରିହର ପାତ୍ର ଓରଫ୍‌ ଶଙ୍କର। ସୂଚନାଯୋଗ୍ୟ‌, ବିଶ୍ୱବିଦ୍ୟାଳୟ ପରିସରରେ ଶଙ୍କର ଜଣେ ଶ୍ରମିକ ଭାବେ କାର୍ଯ୍ୟରତ। ପ୍ରଫେସର୍‌ଙ୍କ ପତ୍ନୀ ଉପରେ ତା’ର ଖରାପ ନଜର ରହିଥିଲା। ବିଶ୍ବବିଦ୍ୟାଳୟ […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ବାଲେଶ୍ବର: ଶବକୁ ଅସମ୍ମାନ ଘଟଣା, ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ…

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଅର୍ଥ ଅଭାବରୁ ବାପା ଝିଅର ମୃତେଦହକୁ ଟଲିରେ ବୋହି ଆଣିଥିଲା। ଏହି ଖବର ପ୍ରସାରଣ ପରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଜିଲ୍ଲାପଳ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର , ବିଡିଓ ବାଲିଆପାଳ, ଦେଉଳାର ସରପଞ୍ଚ ଏବଂ ପିଇଓଙ୍କ ସହିତ ସମନ୍ୱୟ କରି ମୃତଦେହକୁ ଶବଦାହ ପାଇଁ ନେବା ନିମନ୍ତେ ଗାଡ଼ିର ବ୍ୟବସ୍ଥା କରିଥିଲେ। ହରିଶ୍ଚନ୍ଦ୍ର […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ଶବକୁ ଅସମ୍ମାନ: ବୁଝିଲାନି ପୁଲିସ କି ପ୍ରଶାସନ, ଅର୍ଥ ଅଭାବରୁ ଝିଅର ଶବକୁ ଟଲିରେ ନେଲା ଗରିବ ବାପା…

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ।। ଶବକୁ ଅସମ୍ମା । ପୁଲିସ କି ପ୍ରଶାସନ ବୁଝିଲାନି। ଶେଷରେ ଟଲି ରିକ୍ସାରେ ବୁହାହେଲା ଶବ। ଅର୍ଥ ଅଭାବରୁ ଟଲି ମାଗି ଝିଅର ଶବକୁ ଡାକ୍ତରଖାନା ନେଲା ଗରିବ ବାପା। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନ କରି ପରିବାରଲୋକଙ୍କୁ ଦାୟିତ୍ୱ ଦେଇ ନିଜର ଦାୟିତ୍ୱ ସାରିଦେଲା ପୁଲିସ।  ଅନ୍ୟପଟେ ଗରିବ ଆଦିବାସୀ ବାପା ପାଖରେ […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ନିର୍ଯାତନା ନିଆଁ : ନ୍ୟାୟ ଦେଲେ ନାହିଁ ସରକାର, ଜଳିଗଲା ଏକ କଅଁଳ ସ୍ୱପ୍ନ

ଭୁବନେଶ୍ୱର : ଅଧ୍ୟାପକଙ୍କ ଯୌନ ଅନୁଗ୍ରହ ଦାବିକୁ ପ୍ରତ୍ୟାଖ୍ୟାନ କରି ରୋଷର ଶିକାର ହୋଇଥିବା ସୌମ୍ୟାଶ୍ରୀ ସରକାରଙ୍କଠାରୁ ଲୋଡ଼ିଥିଲେ ନ୍ୟାୟ। କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କର ଅନୁନୟ କେହି ଶୁଣିଲେ ନାହିଁ, କେହି ଗୁରୁତ୍ୱ ଦେଲେ ନାହିଁ। ଓଲଟି ତାଙ୍କୁ ଭୁଲ ବୋଲି ପ୍ରମାଣିତ କରିବାକୁ କଲେଜ କର୍ତ୍ତୃପକ୍ଷ ଲାଗିପଡ଼ିଲେ। ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରି ସୌମ୍ୟାଶ୍ରୀ ନିଜ ଦେହରେ ନିଆଁ ଲଗାଇ […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

FM କଲେଜ ଛାତ୍ରୀ ଆତ୍ମା‌ହୁତି ଘଟଣା : ଚରମ ନିଷ୍ପତ୍ତି ନେବାକୁ ଛାତ୍ରୀଙ୍କୁ ପ୍ରବର୍ତ୍ତାଇଲା କିଏ?

ବାଲେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଦୀର୍ଘ ୬ମାସ ଧରି ଶିକ୍ଷା ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସମୀର କୁମାର ସାହୁଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେବା ଘଟଣା ପୂରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଉଦ୍ୟମ ଘଟଣା ଏବେ ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି। ତାଙ୍କର ଏଭଳି ଉଦ୍ୟମ […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ଆକାଶରୁ ଖସିଲା ମୃତ୍ୟୁ, ୩ ଶ୍ରମିକଙ୍କ ଚାଲିଗଲା ଜୀବନ

ନୀଳଗିରି: ଆଜି ଅପରାହ୍ନରେ ବାଲେଶ୍ବର ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ଯରେ ୨ ଜଣ ମହିଳା ଓ ଜଣେ ପୂରୁଷ ରହିଛନ୍ତି। ମହିଳା ଶ୍ରମିକଙ୍କ ଘର ବଢେଇପଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଛତ୍ରପୁର ନିକଟ ଏକ କେନାଲ କାମ କରୁଥିବାବେଳେ ବଜ୍ରପାତରେ ଉକ୍ତ ୩ ଶ୍ରମିକ ଟଳି ପଡ଼ିଥିଲେ।  
ଓଡ଼ିଶା  ବଡ ଖବର  ବାଲେଶ୍ଵର 

କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ବର: ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ। ଫକୀର ମୋହନ ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଜଣେ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଆଜି ଛାତ୍ରୀ ଜଣକ ଜଣେ ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ହଠାତ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଛାତ୍ରଛାତ୍ରୀ ତୁରନ୍ତ ଛାତ୍ରୀ ଜଣଙ୍କୁ ଉଦ୍ଧାରକରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]
ଓଡ଼ିଶା  ବଡ ଖବର  ବାଲେଶ୍ଵର 

ସୋରରେ ବଡ଼ ଅଘଟଣ : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ସୋର : ବିଦ୍ୟୁତ ଆଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗାଁର ବାପି ମାଝୀଙ୍କର ଆଜି କାମ ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ଶ୍ରମିକମାନେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି କାମ କରୁଥିଲେ। କାମ ଚାଲିଥିବା […]
ଓଡ଼ିଶା  ବାଲେଶ୍ଵର