କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା; ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ ହୋଇଛି। ହସ୍ପିଟାଲରେ ଉତ୍ତେଜନା ପରେ ପହଞ୍ଚିଲା ପୁଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଡାକ୍ତରଙ୍କୁ ଅଟକ […]

ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣକର ମୃତ୍ୟୁ ଅଭିଯୋଗ ହୋଇଛି। ହସ୍ପିଟାଲରେ ଉତ୍ତେଜନା ପରେ ପହଞ୍ଚିଲା ପୁଲିସ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଜଣେ ୩ ବର୍ଷୀୟ ଶିଶୁ ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଜଣେ ମହିଳା ଡାକ୍ତର ଦାୟିତ୍ୱରେ ଥାଇ ମଧ୍ୟ ପିଲାଟିକୁ ଠିକ ଚିକିତ୍ସା କରି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଡାକ୍ତରଙ୍କୁ ଅଟକ ରଖିଛନ୍ତି ପରିବାରଲୋକେ। ଅବହେଳା କରିଥିବା ଡାକ୍ତରଙ୍କୁ ଗିରଫ ଦାବି କଲେ ମୃତ ଶିଶୁର ପରିବାର ଲୋକ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋ‌ଷଣା କରିଛନ୍ତି।

About The Author

ସମ୍ବନ୍ଧିତ ଖବର