ପୁରୀ

ହବିଷ୍ୟାଳି ଯୋଜନାର ତଣ୍ଟି ଚିପିଦେଲେ : ସଂଖ୍ୟା କମାଇଦେଲେ, ବଞ୍ଚିତ ହେବେ ବ୍ରତଧାରୀ

ପୁରୀ : ହବିଷ୍ୟାଳି ଏକ ମହତ୍ତ୍ବାକାଂକ୍ଷୀ ଯୋଜନା। ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରୁ ହବିଷ୍ୟାଳି ମା’ମାନେ ଏହାଦ୍ୱାରା ଉପକୃତ ହୋଇଥା’ନ୍ତି। ଶ୍ରୀକ୍ଷେତ୍ରରେ ମାସଟାଯାକ ରହି କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପ୍ରାୟ ହବିଷ ବ୍ରତଧାରୀ ଇଚ୍ଛା ରଖିଥା’ନ୍ତି। ପ୍ରତିବର୍ଷ ଏହି ଯୋଜନା ପ୍ରତି ହବିଷ୍ୟାଳି ମା’ମାନଙ୍କ ଚାହିଦା ବଢ଼ୁଛି। ଏହାକୁ ଉପଲବ୍ଧି କରି ପ୍ରତିବର୍ଷ କିପରି ପୂର୍ବବର୍ଷଠାରୁ ଅଧିକ ବ୍ରତଧାରୀ ରହିବେ, ସେଥିଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥା’ନ୍ତି। ହେଲେ, ଗତବର୍ଷ ଭଳି […]
ଓଡ଼ିଶା  ବଡ ଖବର  ପୁରୀ 

ସ୍ବର୍ଗଦ୍ବାରରେ ଚମତ୍କାର ! ଶବରେ ପଶିଲା ଜୀବ, ଜୁଇ ଜଳିବା ଆଗରୁ ଜିଇଁ ଉଠିଲେ ବୃଦ୍ଧା…

ପୁରୀ: ସ୍ୱର୍ଗଦ୍ୱାରରେ ଆଶ୍ଚର୍ଯ୍ୟ। ସମସ୍ତଙ୍କୁ ଚକିତ କଲା ଭଳି ଆଜି ଏକ ଘଟଣା ଘଟିଛି। ଦାହ ପାଇଁ ପରିଜନ ଜଣେ ବୃଦ୍ଧାଙ୍କୁ ସ୍ୱର୍ଗଦ୍ୱାର ଆଣିଥିଲେ। ସତ୍କାର ପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଥିଲା। ଏପଟେ ସମ୍ପର୍କୀୟମାନେ ବି କାନ୍ଦବୋବାଳି କରୁଥିଲେ। ହଠାତ୍‌ ଘଟିଲା ଚମତ୍କାର। ବୃଦ୍ଧାଜଣଙ୍କ ଜୀବିତ ବୋଲି ଜଣାପଡ଼ିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସଙ୍ଗେସଙ୍ଗେ ସ୍ୱର୍ଗଦ୍ୱାର ସ୍ୱେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସୂଚନାନୁଯାୟୀ, ଗଞ୍ଜାମ ପୋଲସରା ଅଞ୍ଚଳର ପି. […]
ଓଡ଼ିଶା  ବଡ ଖବର  ପୁରୀ 

ଅକ୍ଟୋବର ୭ରୁ କାର୍ତ୍ତିକ ବ୍ରତ : ଏଥର ପୁରୀରେ ୪ଟି କେନ୍ଦ୍ରରେ ରହିବେ ହବିଷ୍ୟାଳି

ପୁରୀ : ଆସନ୍ତା ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବ୍ରତଧାରୀ ପୁରୀରେ ରହି ହବିଷ ବ୍ରତ ପାଳନ କରିବେ। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହବିଷ୍ୟାଳି ମା’ମାନଙ୍କର ପଞ୍ଜୀକରଣ କରାଯିବ। ବ୍ରତଧାରୀମାନଙ୍କୁ ୪ଟି ରହଣି କେନ୍ଦ୍ର ଯଥା- ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳରେ ରଖାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। […]
ଓଡ଼ିଶା  ପୁରୀ 

କାଲି ଚନ୍ଦ୍ରଗ୍ରହଣ : ମଧ୍ୟାହ୍ନ ୧୨ଟା ୫୭ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ, ରାତି ୨ଟାରେ ଖୋଲିବ ଶ୍ରୀମନ୍ଦିର

ପୁରୀ :  ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏ ନେଇ ଛାତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ ସ୍ଥିରି କୃତ ହେବା ସହ ଅନୁମୋଦିତ ହୋଇସାରିଅଛି। ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ଆଜି ମଧ୍ୟ ରାତ୍ର ୨ ଟାରୁ ଦ୍ବାର ଫିଟାଯିବା ସହ ୨ଟା ୪୦ ମଧ୍ୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ଏହା ପରେ ଶ୍ରୀମନ୍ଦିରରେ ଦୈନିକ ନୀତି କାନ୍ତି ମାନ ଅନୁଷ୍ଠିତ […]
ଓଡ଼ିଶା  ପୁରୀ 

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୫ ଘଣ୍ଟା ବନ୍ଦରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଗୁରୁବାର ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନଧୂପ ଛେକ ଆସିବା ପରେ ପରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିଲାଗି ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଓଡ଼ିଶା  ବଡ ଖବର  ପୁରୀ 

ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ

ପୁରୀ: ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା’ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି। ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି । ଇତି ମଧ୍ଯରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର […]
ଓଡ଼ିଶା  ବଡ ଖବର  ପୁରୀ 

ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କଲା ପୁଲିସ

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି ଏଭଳି ଉଦ୍ୟମ କରିଛନ୍ତି, ତାଙ୍କ ମାନସିକ ସ୍ଥିତି ଠିକ୍‌ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଓଡ଼ିଶା  ବଡ ଖବର  ପୁରୀ 

ଚିଲିକାରୁ ୨୫୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ: ନୀଳାମ୍ବୁ ଚିଲିକାରୁ ଘରି ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ବୁଧବାର କୃଷ୍ଣପ୍ରସାଦ ରାଜସ୍ବ ସର୍କଲ ଅଧିନ ଇପିଙ୍ଗ ମୌଜା ବାହାର ଚିଲିକା ଅଞ୍ଚଳରୁ ୧୦୦ ଏକର ଏବଂ ଖଟିଆକୁଦି (ଖ) ପଞ୍ଚକୁଦି ଅଞ୍ଚଳରୁ ୧୫୦ ଏକର […]
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ରାଜସ୍ବ ଅମଲା ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ

କୃଷ୍ଣପ୍ରସାଦ: ରାଜ୍ୟ ସଂଘର ଆହ୍ଵାନକ୍ରମେ ୧୦ ଦଫା ଦାବି ନେଇ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। କୃଷ୍ଣପ୍ରସାଦ ତହସିଲ,ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ ଉପବିଭାଗ ଅଧିକାରୀ ଆନ୍ଦୋଳନରେ ସାମିଲ ହେବା ସହ ରାଜ୍ଯ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସଂଘ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ,ରାଜସ୍ବ […]
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା, ଏସ୍‌ପି କହିଲେ-ପୁଲିସକୁ ସୁରାକ ମିଳିଛି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢି ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀ ଧମକପୂର୍ଣ୍ଣ ଲେଖାକୁ ନେଇ ପୁରୀ ଏସ୍‌ପି ପତିକ୍ରିୟା ମିଳିଛି। ଏସ୍‌ପି ପିନାକ ମିଶ୍ର କହିଛନ୍ତି ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । କିଏ ଏବଂ କେଉଁ ଉଦେଶ୍ୟ ନେଇ ଏହି ଧମକ ପୂର୍ଣ୍ଣ ଲେଖା ଲେଖିଛି ସେ ନେଇ ତନାଘନା ଆରମ୍ଭ କରାଯାଇଛି । ସେଇ ପରିକ୍ରମା ମାର୍ଗରେ ଥିବା ସିସି ଟିଭି ଯାଞ୍ଚ କରାଯାଉଛି ଏବଂ ସ୍ୱତନ୍ତ୍ର […]
ଓଡ଼ିଶା  ବଡ ଖବର  ପୁରୀ 

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା…

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମାପୂର୍ଣ୍ଣମୀରେ […]
ଓଡ଼ିଶା  ବଡ ଖବର  ପୁରୀ 

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା : ବାପାଙ୍କ ସୁରକ୍ଷା ଦାବି କଲା ନାବାଳକ ପୁଅ

ପୁରୀ : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ୍‌ କାଗଜି ପଲାଇ ଓ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ବିବାଦ। ଶିଶୁ ମଙ୍ଗଳ କମିଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ହାଜର ହୋଇଛି ନାବାଳକ ପୁଅ। ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁଯତ୍ନ ଅନୁଷ୍ଠାନରେ ତାକୁ ରଖାଯାଇଥିବା ବେଳେ ଶିଶୁ ମଙ୍ଗଳ କମିଟି କରିଛି କାଉନସେଲିଂ। ବାପାକୁ ବଞ୍ଚାଇବା ପାଇଁ ଥାନାରେ ଅଭିଯୋଗ କରିଛି ନାବାଳକ ପୁଅ। ଅନ୍ୟପକ୍ଷରେ ସୋନାଲିଙ୍କର […]
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ