ଅନୁଗୁଳ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଟୋ କାର ମୁହାଁମୁହିଁ ଧକ୍କା, ୩ ମୃତ୍ୟୁ, ୩ ଗୁରୁତର
Published On
By The Sakala
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁୃ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍। ମିଳିଥିବା ସୂଚନା ଅନୁସାରେ ବାଲିମି ଥାନା […]
ପୁଅର ମାଡ଼ରେ ମାର ମୃତ୍ୟୁ, ଅଭିଯୁକ୍ତ ଅଟକ
Published On
By The Sakala
ଅନୁଗୁଳ: ଜନ୍ମ କଲା ମା’କୁ ହତ୍ୟା କଲା ପୁଅ। ମା’କୁ ପିଟି ପିଟି ମାରିଦେଇଥିଲା। ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି। ଅନୁଗୁଳ ଜିଲାର ଜରାପଡ଼ା ଥାନା ଅନ୍ତର୍ଗତ ପରାଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ପିଟି ପିଟି ପୁଅ ମାରିଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାରଚରା […]
ଓଲଟିଲା ପିକ୍ଅପ୍: ୩୦ ଆହତ, ୪ ଗୁରୁତର
Published On
By The Sakala
ତେଲକୋଇ: ପିକଅପ ଭ୍ୟାନ ଓଲଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଜଣ ଗୁରୁତର ଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ ଭାବରେ ଡାଲା ଅଟୋରେ ୫୦ଜଣ ଯାତ୍ରୀ ପାଲଲହଡ଼ା ରଡ଼ଗାଁରୁ ତଳଜାଗର ବନ୍ଧୁ ଘରକୁ ଯାଉଥିଲେ। ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି।
ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ
Published On
By The Sakala
ଅନୁଗୁଳ : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଧରିଛି ଭିଜିଲାନ୍ସ। କେନ୍ଦୁପାଟି ଗାଁର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ ସତ୍ୟପ୍ରିୟ ନାୟକ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି।
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ
Published On
By The Sakala
ଅନୁଗୁଳ: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ନାଲକୋନଗର ଥାନା ନାଲୋକର ଇଲେକ୍ଟ୍ରିକାଳ ଇଂଜିନିୟର ସନ୍ଦୀପ ପ୍ରେବୋଧ କେର୍କେଟା ନିଜ ସ୍ତ୍ରୀ ନିଲମ ସୁଚିତା କୁଜୁରୁକୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ଗତ ୧୯/୦୮/୨୦୨୩ ରେ ହୋଇଥିଲା ହତ୍ୟାକାଣ୍ଡ । ୨୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ସନ୍ଦିପଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ପେସିଆଲ ଜଜ (ଭିଜିଲାନ୍ସ ) ।
ଡ୍ରେସ ଶୋ’ ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
Published On
By The Sakala
ଅନୁଗୁଳ: ଅନୁଗୁଳ ବଜାରଛକ ସ୍ଥିତ ଏକ ଡ୍ରେସ ଶୋ’ ରୁମରେ ଆଜି ନିଆଁ ଲାଗି ଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ମାତ୍ରେ ଶୋ’ ରୁମରେ ଥିବା କର୍ମଚାରୀ ମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଫଳରେ କେହି ମୃତାହତ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର […]
ବାଇକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମାଆ ଓ ପୁଅଙ୍କ ଜୀବନ…
Published On
By The Sakala
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୫୫ ନମ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଚାଲିଗଲା ମାଆ ଓ ୩ ବର୍ଷ ପୁଅର ଜୀବନ। ବାପାଙ୍କ ସହ ବାଇକରେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ନୁଆଁହତା ଓଭରବ୍ରିଜ ତଳେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।
ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ
Published On
By The Sakala
ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ। ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍ରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ବ୍ଲାଷ୍ଟ ଫର୍ଣ୍ଣେସ୍ର ଏକ ଯନ୍ତ୍ରାଂଶ ଫାଟି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସଠିକ କାରଣ ଏବେ ଅସ୍ପଷ୍ଟ ରହିଛି। ତେବେ ବିସ୍ଫୋରଣରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନି।
ଅନୁଗୋଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଟ୍ରଲିରେ ବୁହାହୋଇ ହସ୍ପିଟାଲ ଆସିଲେ ରୋଗୀ
Published On
By The Sakala
ଅନୁଗୋଳ : ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ ବୁହାହୋଇ ଯାଉଛି ଏକ ଟ୍ରଲିରେ। ଏକ ଖୋଲା ଟ୍ରଲି ଉପରେ ରୋଗୀ ଶୋଇଥିବା ବେଳେ ଜୀବନ ବଞ୍ଚାଇବା ଆଶାରେ ତାଙ୍କ ଆତ୍ମୀୟସ୍ୱଜନ ଟାଣି ନେଇଯାଉଛନ୍ତି ଡାକ୍ତରଖାନା ନିକଟକୁ। ଆଉ ଏହି ଦୃଶ୍ୟ ହିଁ ଚିକ୍ରାର କରି […]
କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ : ୨୦ ଦିନରେ ୧୦ ଜଣଙ୍କ ମୃତ୍ୟୁ ଅଭିଯୋଗ
Published On
By The Sakala
ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା କୁକୁରପେଟା ଗାଁରେ ଅଜଣା ରୋଗ ଆତଙ୍କ। କିଛି ଦିନ ଭିତରେ ଗାଁର ୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଗାଁରେ ପ୍ରାୟ ୩୦୦ ପରିବାର ରହନ୍ତି। କିଛି ଦିନ ହେଲା ଗାଁରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରକୃତରେ କଣ ହୋଇଛି ତାହା ଜଣାପଡୁନି। ଗୋଟିଏ ପରିବାର ଦୁଇ ଜଣଙ୍କ ମୃତ୍ୟୁ ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଚକ୍ରଧର ଦେହୁରୀ ଓ ଶଙ୍କର ଦେହୁରୀଙ୍କ ମୃତ୍ୟୁ ହୋଇଛି। […]
ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ୪ଟି ସ୍ଥାନରେ ଚାଲିଛି ରେଡ୍
Published On
By The Sakala
ତାଳଚେର : ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କେନ୍ଦୁଝରର ପଣ୍ଡାପଡ଼ାସ୍ଥିତ ଶ୍ୱଶୁରଘର, ତେଲକୋଇସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର ଏବଂ ତାଳଚେରରେ ଏହି ଛାନ୍ଭିନ୍ କରୁଛି ଭିଜିଲାନ୍ସ ଟିମ୍। ଚଢ଼ାଉ ଚାଲିଥିବାରୁ ମୋଟ୍ ସମ୍ପତ୍ତିର ଆକଳନ କରାଯାଇନାହିଁ। ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ […]
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ
Published On
By The Sakala
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଅଭାବନୀୟ ଘଟଣା ଘଟିିଛି। ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ନାଁ ରୀନା ମାହାର ଓ ପୁରୁଷଙ୍କ ନାଁ ଆରତ ମିର୍ଧା ବୋଲି ଜଣାପଡ଼ିଛି। ପାଇଖାନା ଟାଙ୍କିରେ ପଶି ସେଟ୍ରିଂ ଖୋଲିବା ବେଳେ ଅସୁସ୍ଥ ହୋଇଥିଲେ। ଏହାପରେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। […]