କନ୍ଧମାଳ

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ

ଫୁଲବାଣୀ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସ ଜେଲ ଭୋଗିବାକୁ ରାୟରେ ଉଳ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କ. ନୂଆଗାଁ ଥାନା ଅଂଚଳର ସହଦେଵ ମଲ୍ଲିକ। ୨୦୨୪ ମସିହା ଜାନୁଆରୀ ୪ ତାରିଖରେ ନାବାଳିକା (୧୪) ଜଣକ ଘରେ […]
ଓଡ଼ିଶା  କନ୍ଧମାଳ 

ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ କମୁଡ଼ିଥିଲା। ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ହେଲେ ଗୋଛାପଡ଼ା ଥାନା ଅନ୍ତର୍ଗତ ନିମା ବିନ୍ଧାଣି (୩୫) । ସେ ମଧ୍ୟ ଘରେ ଶୋଇଥିବାବେଳେ ସାପ କମୁଡ଼ିଥିଲା। ତାଙ୍କୁ ପ୍ରଥମେ ଗୋଛପଡ଼ା […]
ଓଡ଼ିଶା  କନ୍ଧମାଳ 

ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟତ୍ରୀ…

ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର […]
ଓଡ଼ିଶା  ବଡ ଖବର  କନ୍ଧମାଳ 

୫୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା: ପୂର୍ବତନ ପିଇଓ ଅକ୍ରୂର ମାଝୀ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ ଅକ୍ରୁର ମାଝୀ। ତାଙ୍କୁ ଭିଜିଲାନ୍ସ ଏସମ୍ପର୍କରେ ଅଧିକା ପଚରାଉଚରା କରୁଥିବା ଜଣାପଡିଛି। ପ୍ରକାଶ ଯେ, ଗତ ୨୦୨୩/୨୪ ଆର୍ଥିକ ବର୍ଷରେ ସେ ଉକ୍ତ ବ୍ଲକର ୨ଟି ଅର୍ଥାତ ଝିଞ୍ଜିରୀଗୁଡା ଏବଂ ସରାମୁଳି ଦାୟିତ୍ୱରେ ଥିବା ସମୟରେ ପାଞ୍ଚଦସ […]
ଓଡ଼ିଶା  କନ୍ଧମାଳ 

ଏସିଡ ଫିଙ୍ଗା ମାମଲା : ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ

ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ପ୍ରିତିଶ କୁମାର ରାଉତରାଇ ଏକ ଏସିଡ ଫିଙ୍ଗା ମାମଲାରେ ଆସାମୀ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀ ବୟାନକୁ ଭିତ୍ତି କରି ଅଦାଲତ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଦୋଷୀକୁ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି , ଜରିମାନା ଅନାଦେୟ […]
ଓଡ଼ିଶା  କନ୍ଧମାଳ 

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଅନନ୍ତ କୁଦେଇ ( ୩୧)। ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୁଲିସ। ଏ ନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୧୬  ତାରିଖ ବୁଧବାର ସନ୍ଧ୍ୟା ସମୟରେ ଅନନ୍ତ ଶିଶୁଟିର ଘରକୁ ଯାଇ ବିସ୍କୁଟ ଖାଇବୁ କାହି ଦୋକାନକୁ ନେବା ଆଳରେ […]
ଓଡ଼ିଶା  କନ୍ଧମାଳ 

ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ

କନ୍ଧମାଳ (ସଞ୍ଜୟ ପାତ୍ର): ବିଭିନ୍ନ ପାରମ୍ପରିକ ଶିଳ୍ପକଳା ମଧ୍ୟରେ ଅନ୍ୟତମ ଡୋକ୍ରା କାରିଗରୀ। ଆମ ରାଜ୍ୟର ଅନେକ ସ୍ଥାନରେ ଡୋକ୍ରା କାରିଗରୀ ଚାଲିଥିଲେ ବି କନ୍ଧମାଳ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବାଲିଗୁଡା ବ୍ଲକ୍‌ର ବାରଖମା ଗ୍ରାମ ଡୋକ୍ରା କାରିଗରୀ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଦିବାସୀଙ୍କର ପୁରାତନ ଏବଂ ପାରମ୍ପରିକ କଳାଭାବେ ବଂଶାନୁକ୍ରମିକ ଭାବରେ ଚାଲି ଆସିଛି ଡୋକ୍ରା କାରିଗରୀ। ପୂର୍ବରୁ ବାହାଘର ସମୟରେ ଝିଅମାନେ ଡୋକ୍ରା ମୂର୍ତ୍ତିକୁ ଉପହାର ସ୍ୱରୂପ […]
ବିଶେଷ  କନ୍ଧମାଳ 

ବନ୍ଦ ଘରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଝୁଲନ୍ତା ଅବସ୍ଥାରେ ୧୫ ବର୍ଷର ନାବାଳକର ମୃତ ଦେହ ଜବତ। ପରିବାରର ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଫୁଲବାଣୀ କେନ୍ଦୁପଦର ଅଭିଜିତ୍ ବଗର୍ତ୍ତୀ। ପୁଅର ବାପାକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ। ପ୍ରାଥମିକ ତଦନରୁ ଏହା ଏକ ଆତ୍ମ ହତ୍ୟା ଜଣା ପଡୁଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୁତ ଘଟଣା ଜଣା ପଡିବ ବୋଲି କହିଛନ୍ତି ଥାନା ଅଧିକାରୀ ସ୍ୱରୂପ କିଦାନ।
ଓଡ଼ିଶା  କନ୍ଧମାଳ 

ହସ ଫୁଟାଇଛି ‘କଳା’ଚାଷ

କନ୍ଧମାଳ ( ସଞ୍ଜୟ ପାତ୍ର): ଜୈବିକ ଚାଷ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲା। ଏଠିକାର ଜୈବିକ ହଳଦୀ, ଅଦା ସାଙ୍ଗକୁ ପନିପରିବା ସାରା ଦେଶରେ ନିଜର ଉକÒର୍ଷ ଗୁଣବତ୍ତା ଯୋଗୁଁ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଛି। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ମୃତ୍ତିକା ମାନ ଏବଂ ଜଳସେଚନର ସମସ୍ୟା ଯୋଗୁଁ ଏଠାରେ ଧାନ ଭଳି ପାରମ୍ପରିକ ଚାଷର ଉପଯୋଗିତା ଖୁବ କମ ରହିଛି।ଏହି ଦୃଷ୍ଟିକୋଣରୁ ଜିଲ୍ଲାରେ ଏବେ ବିଭିନ୍ନ ଅଣ ପାରମ୍ପରିକ ବିକଳ୍ପ କୃଷି ପାଇଁ […]
ଓଡ଼ିଶା  କନ୍ଧମାଳ 

ରକ୍ତଦାନକରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କନ୍ଧମାଳ: ରକ୍ତଦାନକରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଗତ ୨୩ ତାରିଖ ସୋମବାର ଦିନ ଫିରିଙ୍ଗିଆ ହସ୍ପିଟାଲରୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଇଥିଲେ ଏକ ୧୦୮ ଆମ୍ବୁଲାନ୍ସ ହେଲ୍ପର ସୁବଳ ବେହେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ଚିକିତ୍ସିତ ହେଉଥିବା କାଳୁଚରଣ ପାତ୍ରଙ୍କୁ ଗୋଟିଏ ୟୁନିଟ A+ ରକ୍ତ ଆବଶ୍ୟକ ଥିଲା। କାଳୁଚରଣ ରକ୍ତହୀନତାରେ ପୀଡିତ ହୋଇ ସେଠାରେ ଚିକିତ୍ସିତ ହେଉଥିଲେ। ରକ୍ତଭଣ୍ଡାରର ସେହି ଗୃପର ରକ୍ତ ଉପଲବ୍ଧ […]
ଓଡ଼ିଶା  କନ୍ଧମାଳ 

ମଧ୍ୟାହ୍ନଭୋଜନ ଖାଇ ୨୭ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ୨୭ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା ଓ ପରେ ବାନ୍ତି ହୋଇ ଅସୁସ୍ଥ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଗୁରୁତର ଛାତ୍ରୀଛାତ୍ରଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ିକୁ ସ୍ଥାନାନ୍ତରିତ କରାଯାଇଛି । […]
ଓଡ଼ିଶା  କନ୍ଧମାଳ 

ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା: ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ବାହାରିଲା ଟାଙ୍ଗିଆ

କନ୍ଧମାଳ : କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା(ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଅଞ୍ଚଳର ବିବେକ କଅଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବାବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଟାଙ୍ଗିଆ କଢ଼ାଯାଇଛି। ବିଭାଗୀୟ ଡାକ୍ତର ପ୍ରତାପ ଶତପଥୀ ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି […]
ଓଡ଼ିଶା  କନ୍ଧମାଳ  କଟକ