ଓଡ଼ିଶା

ବିଚାର ଅପେକ୍ଷାରେ ଆମ ରାଜ୍ୟର ୧୭ଲକ୍ଷ ଫୌଜଦାରୀ ମାମଲା, କଟକରେ ସର୍ବାଧିକ ୧ ଲକ୍ଷ ୬୮ ହଜାର

ଭୁବନେଶ୍ୱର : ଲୋକଙ୍କୁ ନ୍ୟାୟ ଦେବାକୁ ସରକାର  ଗୁରୁତ୍ୱ ଦେଉଛନ୍ତି। ହେଲେ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ୁୁଛି। କୋର୍ଟ ରାୟ ଆସିବା ପୂର୍ବରୁ ମଧ୍ୟ ଅନେକ ପୀଡ଼ିତ ମୃତ୍ୟୁ ବରଣ କରୁଛନ୍ତି। କାରଣ ଗୋଟିଏ ମାମଲା ୧୫ରୁ ଅଧିକ ବର୍ଷ ଧରି ଚାଲିଥାଏ। ଏଭଳି ଘଟଣା ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ରାଜ୍ୟରେ ବିଚାର ପାଇଁ ପଡ଼ି ରହିଥିବା ମାମଲାରୁ କେତେ ତ୍ୱରିତ […]
ଓଡ଼ିଶା  ବଡ ଖବର 

ଜନକ ପାଇଲେ ଓପିଏସସି, ପୂର୍ବରୁ ଥିଲେ ଇଣ୍ଡିଆନ ନାଭିରେ…

କୃଷ୍ଣପ୍ରସାଦ: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ର ସୀମାଞ୍ଚଳଙ୍କ ଭାଇ ଗଞ୍ଜାମ ପ୍ରୟାଗି ଗ୍ରାମର ଜଣେ କୃଷକଙ୍କ ପୁଅ ପାଇଲେ ପ୍ରଶାସନିକ ସେବା (ଓଏଏସ )। ପ୍ରୟାଗି ଗ୍ରାମର କାମରାଜୁ ତରେଇଙ୍କ ପୁଅ ଜନକ ତରେଇ ପ୍ରଥମେ ଇଣ୍ଡିଆନ ନାଭିରେ କାର୍ଯ୍ୟରତ ଥିଲେ। ୬ ମାସ ପୂର୍ବରୁ ସେ ଅବସର ନେଇ ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ। କଠିନ ପରିଶ୍ରମ କରି ସେ ପ୍ରଥମ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି। ଉକ୍ତ […]
ଓଡ଼ିଶା  କୃଷ୍ଣପ୍ରସାଦ 

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ

ବାରିପଦା: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୬ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ମାନ୍ୟବର ବିଚାରପତି ସନ୍ତୋଷ କୁମାର ନାୟକ। ଅଭିଯୁକ୍ତ ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଅସିତ ବେହେରାକୁ ଦଣ୍ଡାଦେଶ। ୨୦୨୪ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅସିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୁଲିସ।
ଓଡ଼ିଶା  ମୟୂରଭଞ୍ଜ 

ଝାରସୁଗୁଡା; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦୀ

ଭୁବନେଶ୍ବର: ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରାୟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦୀ। ଓଡିଶା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଝାରସୁଗୁଡାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । […]
ଓଡ଼ିଶା  ବଡ ଖବର 

‘ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ’

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଆଲର୍ଚ ଥିଲା। ବର୍ଷା ଯୋଗୁଁ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ଉପରେ ନାହିଁ। ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ରହିଛି। ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ତଳେ ଅଛି। […]
ଓଡ଼ିଶା  ବଡ ଖବର 

ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା..

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଶୁକ୍ରବାର ବର୍ଷାର ପ୍ରଭାବ ଅଧିକ ରହିଥିବା ବେଳେ ମୟୂରଭଞ୍ଜଠାରୁ ଗଞ୍ଜାମ ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହି ଅବପାତ ଶନିବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମୁହାଁ ହୋଇ ସେଠାରେ ସ୍ଥଳଭାଗ ଅତିକ୍ରମ କରିବ। ତେଣୁ ଶନିବାର ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। […]
ଓଡ଼ିଶା  ବଡ ଖବର 

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ […]
ଓଡ଼ିଶା  ବଡ ଖବର 

ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ଟାୱାର ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। […]
ଓଡ଼ିଶା  ବଡ ଖବର 

ପ୍ରବଳ ବର୍ଷା ସମ୍ଭାବନା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପଳ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କୋରାପୁଟ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ଜୁଲ୍ଲାପାଳ। ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାକୁ ଆଶଙ୍କା କରି ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି।
ଓଡ଼ିଶା  ବଡ ଖବର 

ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟା ସମୀକ୍ଷା

ଭୁବନେଶ୍ୱର:  ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରୁ ଆଲୋଚନା କରିଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ […]
ଓଡ଼ିଶା  ବଡ ଖବର 

ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ଉତ୍କର୍ଷତା ପାଇଁ ସମ୍ମାନିତ କରିଛି

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ସର୍ବବୃହତ ମହିଳା ନେତୃତ୍ୱାଧୀନ ସମବାୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ, ଶୁଭଲକ୍ଷ୍ମୀ ସମବାୟ ଦ୍ୱାରା ୪୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛି, ଯାହାକୁ କମ୍ପାନୀ ଦ୍ୱାରା ବ୍ୟାପକ ଭାବରେ ସମର୍ôଥତ କରାଯାଇଛି। ଏହି ସମ୍ମାନ ଶିକ୍ଷାଗତ ପ୍ରତିଭାକୁ ସମ୍ମାନିତ କରିବା ଏବଂ ଏହି ଅଂଚଳରେ ଅଧିକ ଶିକ୍ଷାଗତ ଉତ୍କର୍ଷତା ପାଇଁ ଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ବାର୍ଷିକ କାର୍ଯ୍ୟକ୍ରମର ଅଂଶ […]
ଓଡ଼ିଶା 

ଆସନ୍ତା ୨୯ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ

କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍‌ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ। ୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ […]
ଓଡ଼ିଶା  ବଡ ଖବର