ଢେଙ୍କାନାଳ

ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି […]
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ବଜ୍ରପାତରେ ଭାଙ୍ଗିଲା ଯୋରନ୍ଦା ମହିମାଗାଦିର ଦଧିନଉତି…

ଢେଙ୍କାନାଳ: ବଜ୍ରପାତରେ ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛିକି କିଛି ଭୟଙ୍କର ବିପଦ ମାଡି ଆସିବ କି? ଦଧିନଉତି ଭାଙ୍ଗିବା ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି।
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ଭୂତାଣୁ ପରେ ବୀଜାଣୁ ଭୟ, ଡେଉଁଛି ଡାଇରିଆ

ଭୁବନେଶ୍ବର/ କଟକ/ ଯାଜପୁର/ ଭୁବନ: ୫ ଦିନ ତଳେ ଯାଜପୁରରେ ପାଦ ଥାପିଥିବା ଝାଡ଼ାବାନ୍ତି (ଡାଇରିଆ) ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଯାଜପୁରରେ ସ୍ଥିତି ପୂରା ବେକାବୁ ହୋଇପଡ଼ିଥିବା ବେଳେ ପାର୍ଶ୍ବବର୍ତ୍ତୀ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଶହଶହ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାର କାରଣ କିମ୍ବା ଉତ୍ପତ୍ତିର ବିନ୍ଦୁବିସର୍ଗ ଏ ପର୍ଯ୍ୟନ୍ତ ପାଇପାରୁନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବା‌‌‌‌ରେ ଲାଗିଛି। ଡାଇରିଆର […]
ଓଡ଼ିଶା  ବଡ ଖବର  ଖୋର୍ଦ୍ଧା  ଢେଙ୍କାନାଳ  କଟକ  ଯାଜପୁର 

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ

ଢେଙ୍କାନାଳ: ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଏବଂ ଜଣେ ବ୍ୟକ୍ତିଗତ ବ୍ୟକ୍ତିଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।  ଏକ ମ୍ୟୁଟେସନ୍ ମାମଲାରେ ରିପୋର୍ଟ କରିବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି । ଜମିବାଡି ବିବାଦର ବନ୍ଦୋବସ୍ତ ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା । ଖବର ପାଇଁ ଭିଜିଲାନ୍ସ ଟିମ୍‍ […]
ଓଡ଼ିଶା  ଢେଙ୍କାନାଳ 

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ, ୪ ଅଭିଯୁକ୍ତ ଗିରଫ

ହିନ୍ଦୋଳ : ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ । ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ମୃତ ଫରେଷ୍ଟ ଗାର୍ଡଙ୍କ ସହ ମୋଟ ୧୩ଜଣ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳି ପ୍ରହ୍ଲାଦଙ୍କ ପେଟରେ ବାଜିଥିଲା । ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ […]
ଓଡ଼ିଶା  ଢେଙ୍କାନାଳ 

କୁଖ୍ୟାତ ଅପରାଧି ଦେବାଶିଷ ବେହେରାକୁ ଏନକାଉଣ୍ଟର

ଢେଙ୍କାନାଳ: ଗୁରୁବାର ସକାଳୁ ସକାଳୁ ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି। କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରାଯାଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଯାଉଥିଲା ହୁଣ୍ଡ। […]
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ବର୍ବର, ଅମାନୁଷିକ, ଅମାନବୀୟ କାଣ୍ଡ : ଦୁଷ୍କର୍ମ ପରେ ୭ବର୍ଷୀୟ ନାବାଳିକାକୁ ବସ୍ତାରେ ପୁରାଇ ଫୋପାଡିଦେଲେ

ଢେଙ୍କାନାଳ : ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ପରେ ବସ୍ତାରେ ପୁରାଇ ତାଳ ବରଡ଼ା ପତ୍ରତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ହୋଇ ନଥିଲେ ବି ଖବର ପାଇ […]
ଓଡ଼ିଶା  ଢେଙ୍କାନାଳ 

ଆଠମଲ୍ଲିକ AEEଙ୍କ ଘର ସମେତ ଦୁଇ ଝିଅ ଘରେ ଭିଜିଲାନ୍ସ ରେଡ୍‌, ଠୁଳ କରିଛନ୍ତି ଆୟ ବହିର୍ଭୁତ ସମ୍ପତି

ଢେଙ୍କାନାଳ : ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ସରକାରୀ ବାସଭବନ ଓ ପୈତୃକ ଘର ସମେତ ମୋଟ ୯ଟି ଯାଗାରେ ରେଡ୍ କରିଛି। ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ […]
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ୬ ଅଙ୍ଗନବାଡ଼ି ଶିଶୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିଗିରି ପଞ୍ଚାୟତ ଜଂଖିରା ଅଙ୍ଗନବାଡ଼ି କେନ୍ଦ୍ରରେ ଅଭାବନୀୟ ଘଟଣା। ଦିଦି ମୂଷା ମରା ଔଷଧ ରଖିଥିଲେ, ପିଲା ଚକୋଲେଟ ଭାବି ଖାଇଦେଲେ।ଚକୋଲେଟ ଭାବି ୬ ଅଙ୍ଗନବାଡ଼ି ଶିଶୁ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିଛି। ସେମନଙ୍କ ମଧ୍ଯରୁ ୪ ଜଣ ଝିଅ ଆଉ ୨ ଜଣ ପୁଅ ରହିଛନ୍ତି। ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର […]
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ହାଇୱା ଧକ୍କାରେ ୩ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିଚୁ ଗାଡ଼ିକୁ ଏହ ହାଇୱା ଧକ୍କା ଦେଇଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଠିକା ସଂସ୍ଥାର ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ। ଘଟଣା ସ୍ଥଳରେ ଉତ୍ତ୍ୟକ୍ତଲୋକଙ୍କ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଫଳରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଓଡ଼ିଶା  ବଡ ଖବର  ଢେଙ୍କାନାଳ 

ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ…

ଢେଙ୍କାନାଳ: ଚିକେନ୍ ପାଇଁ ସ୍ତ୍ରୀକୁ ହତ୍ୟା। ଚିକେନ୍ ତରକାରୀ ନ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଁଦିଆ ଥାନା ଅନ୍ତର୍ଗତ ଧନିଆନାଳି ମୁଣ୍ଡାସାହିରେ। ସ୍ବାମୀ ଶକ୍ତ ଚାପୁଡ଼ା ମାରିବାରୁ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ଯୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ବାମୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ଓଡ଼ିଶା  ଢେଙ୍କାନାଳ 

କୁଟୁରା ଭାବି ଗୁଳି; ଶଳା ମୃତ

ଢେଙ୍କାନାଳ: କାଳ ହେଲା କୁଟୁରା ଶିକାର। ଭିଣୋଇ ଗୁଳିମାଡ଼ରେ ଗଲା ଶଳାର ଜୀବନ। ଢେଙ୍କାନାଳ ଜିଲ୍ଲା ସଦର ଥାନା କଳାଙ୍ଗ ପଞ୍ଚାୟତ ଫାଶି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ, ଗୋବିନ୍ଦ ଚନ୍ଦ୍ର ନାୟକ। ପୁଲିସ୍‌ ଅଭିଯୁକ୍ତ ଭିଣୋଇ ରମେଶ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟଚାଲାଣ କରିଛି। ରମେଶର ଘର ରାସୋଳ ଥାନା ଆଳୁସିଂ ଗ୍ରାମରେ। ପୁଲିସ୍‌ ଏକ ବନ୍ଧୁକ ଜବତ କରିଛି। ସୂଚନାନୁଯାୟୀ, ଫାଶିଗାଁଠାରେ ଗୋବିନ୍ଦଙ୍କର ଏକ ଫାର୍ମହାଉସ୍‌ ରହିଛି। […]
ଓଡ଼ିଶା  ଢେଙ୍କାନାଳ