‘ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ’

The Sakala Picture
Published On

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଆଲର୍ଚ ଥିଲା। ବର୍ଷା ଯୋଗୁଁ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ଉପରେ ନାହିଁ। ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ରହିଛି। ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ତଳେ ଅଛି। […]

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଆଲର୍ଚ ଥିଲା। ବର୍ଷା ଯୋଗୁଁ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ଉପରେ ନାହିଁ। ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ରହିଛି। ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି। ହେଲେ ବିପଦ ସଂକେତ ତଳେ ଅଛି।

ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୭.୮୫  ଫୁଟ ପାଣି ଅଛି। ମୋଟ ୧୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ତାଳମୁଣ୍ଡରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି । ଆଉ ୬ଟି ଗେଟ ବନ୍ଦ ହେବ।  ମୁଣ୍ଡଳୀରେ ୫.୯୬ କ୍ୟୁସେକ ଜଳ ପ୍ରଭାହିତ ହେଉଛି। ସୁକ୍ତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳସ୍ତର ବୃଦ୍ଧି ହେବ। ତେଲରୁ ଅଧିକ ପାଣି ଆସିବ ହେଲେ ଏହା ୬ ଲକ୍ଷ କ୍ୟୁସେକ ତଳେ ରହିବ। ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ। ରେଙ୍ଗାଲିରେ ବ୍ରାହ୍ମଣୀ ନଦୀ ପାଇଁ ଗୋଟେ ଗେଟ ବନ୍ଦ ହୋଇଛି।  ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

About The Author

ସମ୍ବନ୍ଧିତ ଖବର