ମୁଖ୍ୟ ସମାଚାର
ଦୀପାବଳି ପୂର୍ବରୁ ବଡ଼ ଘୋଷଣା : ୧୧ ଲକ୍ଷ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏଥି ସହିତ କ୍ୟାବିନେଟ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପ୍ରତିବର୍ଷ ପରି ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ସହମତି ପ୍ରକାଶ କରିଛି। ସରକାର ୧୦.୯୧ ଲକ୍ଷ […]
ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏଥି ସହିତ କ୍ୟାବିନେଟ ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି।
ପ୍ରତିବର୍ଷ ପରି ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ସହମତି ପ୍ରକାଶ କରିଛି। ସରକାର ୧୦.୯୧ ଲକ୍ଷ ରେଳ କର୍ମଚାରୀଙ୍କୁ ୧,୮୬୫.୬୮ କୋଟିର ବୋନସ୍ ପ୍ରଦାନ କରିବେ। ଏହି ପରିମାଣ ଅକ୍ଟୋବର ପ୍ରଥମ ସପ୍ତାହରେ ବଣ୍ଟନ କରାଯିବାର ଆଶା କରାଯାଉଛି।