କ’ଣ ଏହି ରୋମିଓ-ଜୁଲିଏଟ ଆଇନ? ଯାହାକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା….

The Sakala Picture
Published On

ନୂଆଦିଲ୍ଲୀ : ଆମ ଦେଶରେ ଲାଗୁହୋଇପାରେ ରୋମିଓ-ଜୁଲିଏଟ ଆଇନ। ବିଦେଶ ପରି ଭାରତରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନ ଲାଗୁହେଲେ ଦେଶରେ ୧୮ ବର୍ଷରୁ କମ୍ ପିଲାଙ୍କ ମଧ୍ୟରେ ସହମତି ଭିତ୍ତିକ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ। ଅର୍ଥାତ ଏହି ଆଇନ ଅନୁସାରେ କିଶୋର ମାନଙ୍କ ମଧ୍ୟରେ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରାଯିବ। […]

ନୂଆଦିଲ୍ଲୀ : ଆମ ଦେଶରେ ଲାଗୁହୋଇପାରେ ରୋମିଓ-ଜୁଲିଏଟ ଆଇନ। ବିଦେଶ ପରି ଭାରତରେ ରୋମିଓ-ଜୁଲିଏଟ୍ ଆଇନକୁ ସମ୍ଭାବ୍ୟ ଭାବେ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି। ଏହି ଆଇନ ଲାଗୁହେଲେ ଦେଶରେ ୧୮ ବର୍ଷରୁ କମ୍ ପିଲାଙ୍କ ମଧ୍ୟରେ ସହମତି ଭିତ୍ତିକ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଅର୍ଥାତ ଏହି ଆଇନ ଅନୁସାରେ କିଶୋର ମାନଙ୍କ ମଧ୍ୟରେ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରାଯିବ। ୧୮ ବର୍ଷରୁ କମ୍ ବୟସର ଲକ୍ଷ ଲକ୍ଷ ଝିଅ ଓ ୧୮ ବର୍ଷରୁ ଅଧିକ ବୟସର ପୁଅ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର କରାଯାଇଛି। କୋର୍ଟ କହିଛନ୍ତି, ଯଦି ଝିଅ ଗର୍ଭବତୀ ହୁଏ ଏବଂ ତା’ର ପିତାମାତା ଅଭିଯୋଗ କରନ୍ତି ଯେ ପୁଅଟି ତାଙ୍କ ଝିଅକୁ ପ୍ରଲୋଭିତ କରି ଶାରିରୀକ ସମ୍ପର୍କ ରଖିଛି। ଯାହା ଫଳରେ ଏଭଳି ମାମଲାରେ ପୁଅଟି ଆଇନଗତ ଭାବେ ବଳାତ୍କାର ଅଭିଯୋଗର ସମ୍ମୁଖୀନ ହୋଇଥାଏ। ଆଉ ଜେଲ ଯାଇଥାଏ। ତେବେ ଏପରି କ୍ଷେତ୍ରରେ ବିତର୍କ ଚାଲିଛି ଯେ ଯଦି ସମ୍ପର୍କ ସହମତିରେ ହୋଇଥିଲା ତେବେ ପୁଅକୁ ବଳାତ୍କାର ପାଇଁ ଦଣ୍ଡ ଦେବା ଭୁଲ ଅଟେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି । ଏଭଳି ପରିସ୍ଥିତିରେ ଦେଶରେ ରୋମିଓ-ଜୁଲିଏଟ୍ ଆଇନ କାର୍ଯ୍ୟକାରୀ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ବର୍ତ୍ତମାନ ନିୟମ କ’ଣ?

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ବର୍ତ୍ତମାନ ଆଇନ ଅନୁଯାୟୀ ଯଦି ୧୮ ବର୍ଷରୁ କମ୍ ବୟସର ପୁଅ-ଝିଅ ଶାରୀରିକ ସମ୍ପର୍କ ରଖନ୍ତି, ଆଉ ଝିଅ ଗର୍ଭବତୀ ହୁଏ,ତେବେ ପୁଅ ବିରୋଧରେ ବଳାତ୍କାର ମାମଲା ରୁଜୁ ହେଉଛି। ପିଲାମାନଙ୍କୁ ଯୌନ ଅପରାଧରୁ ରକ୍ଷା କରିବା ପାଇଁ ଦେଶରେ POCSO ଆକ୍ଟ ପ୍ରଯୁଜ୍ୟ ରହିଛି। ଏହି ନିୟମ ଅନୁଯାୟୀ, ସମ୍ମତି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ନାବାଳିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଛି, ତେବେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଅନ୍ୟ ପଟେ, ଧାରା ୩୭୫ରେ ଲେଖା ଅଛି ଯେ ୧୬ ବର୍ଷରୁ କମ୍ ଝିଅ ନିଜ ଇଚ୍ଛାରେ ସମ୍ପର୍କ ରଖନ୍ତି ତେବେ ତାଙ୍କ ସହମତିର କୌଣସି ଗୁରୁତ୍ବ ନାହିଁ, ଯଦି ପିତାମାତାଙ୍କ ଅଭିଯୋଗ କରନ୍ତି ତେବେ ବାଳକ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି।

କଣ କହୁଛି ପୋକ୍ସୋ ଆଇନ୍ 

ଯୌନ ଅପରାଧରୁ ଶିଶୁମାନଙ୍କର ସୁରକ୍ଷା (POCSO) ଅଧିନିୟମ, ୨୦୧୨ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ପିଲାର ସମ୍ମତି ମହତ୍ୱହୀନ । ଯେକୌଣସି ବ୍ୟକ୍ତି ଏପରି ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ, ସେ ଯୌନ ନିର୍ୟାତନାରେ ଦୋଷୀ । ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ, ୧୬ ବର୍ଷରୁ କମ୍ ଝିଅର ସହମତିରେ ଯୌନ ସମ୍ପର୍କ ଦୁଷ୍କର୍ମ ।

ରୋମିଓ-ଜୁଲିଏଟ୍ ନିୟମ କ’ଣ

ରୋମିଓ-ଜୁଲିଏଟ୍ ନିୟମ ଅନେକ ଦେଶରେ ଲାଗୁ ହୋଇଛି । ଏହା ଅଧୀନରେ ନାବାଳିକା ଯୌନ ମାମଲାରେ ଆଇନଗତ ବଳାତ୍କାର ଅଭିଯୋଗ ପ୍ରଯୁଜ୍ୟ ହେବ ଯଦି ବାଳକ ବୟସ୍କ ହୋଇଥିବେ । ୨୦୦୭ ପରଠାରୁ, ଅନେକ ଦେଶ ରୋମିଓ-ଜୁଲିଏଟ୍ ନିୟମ ଆପଣେଇଛନ୍ତି । ଏହି ନିୟମ ଝିଅ ଠାରୁ ପୁଅ ୪ ବର୍ଷରୁ ଅଧିକ ବଡ଼ ହୋଇ ନଥିଲେ ଏବଂ ଝିଅ ସହମତିର ସମ୍ପର୍କ ରଖିଥିଲେ ଗିରଫରୁ ରକ୍ଷା ପାଇଥାଏ । ଅର୍ଥାତ ୧୬ ରୁ ୧୮ ବର୍ଷର କିଶୋରମାନଙ୍କ ମଧ୍ୟରେ ସମ୍ମତିଭିତ୍ତିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯିବ। ଦଣ୍ଡବିଧାନ ଏହାଠାରୁ କମ୍ ବୟସରେ କରାଯିବ।

ଆବେଦନରେ କ’ଣ ଅଛି 

ସୁପ୍ରିମକୋର୍ଟରେ ଆବେଦନକାରୀ ଆଡଭୋକେଟ ହର୍ଷ ବିଭୋର ସିଙ୍ଗଲ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚକୁ ଅନୁରୋଧ କରିଛନ୍ତି ଯେ ୧୬-୧୮ ବର୍ଷ ବୟସର ଝିଅମାନଙ୍କ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖି ୧୮ ବର୍ଷ ବୟସର ଅନେକ ପୁଅ ଗିରଫ ହେଉଛନ୍ତି। ସେମାନଙ୍କ ବୟସ ୧୮ ବଷର୍ରୁ ଅଧିକ ହେବା ପରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଅନେକ କିଶୋର ଏବେ ଶାରୀରିକ ସମ୍ପର୍କ ରଖି ଆଇନଗତ ସମସ୍ୟାର ସାମ୍ନା କରୁଛନ୍ତି । ଏଥିପାଇଁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଅନେକ ଦେଶ ମଧ୍ୟ ରୋମିଓ-ଜୁଲିଏଟ ଆଇନ୍ ଆଣିଛନ୍ତି । ଯାହାଦ୍ୱାରା ଆଉ ଏହି ପିଢି ଆଇନର ଜାଲରେ ଛନ୍ଦି ହେବେ ନାହିଁ । ତେଣୁ ଏବେ ଭାରତରେ ମଧ୍ୟ ସମାନ ପ୍ରକାର ଆଇନ ଆସିବା ଆବଶ୍ୟକ ବୋଲି ଦାବି ହୋଇଛି । ଅବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଜିର କିଶୋରମାନେ ଏତେ ବୁଦ୍ଧିମାନ ଯେ ସେମାନେ କିଛି କରିବା ପୂର୍ବରୁ ଭାବନ୍ତି। ତାହା ପରେ କିଛି କରନ୍ତି। ସେଥିପାଇଁ କେବଳ ପୁଅକୁ କଣ ପାଇଁ ଦୋଷୀ କରାଯିବ। ଏହା ଉଚିତ ନୁହେଁ।

21 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର