ଅନ୍ତର୍ଜାତୀୟସ୍ତରରେ ଭାରତ ବିରୋଧରେ ପୁଣି ଏକ ବଡ଼ ଷଡଯନ୍ତ୍ର ରଚିଛି ଆମେରିକା

The Sakala Picture
Published On

ଜେନେଭା : ୟୁକ୍ରେନ ଯୁଦ୍ଧରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ନେଇ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ବିରୋଧ କରୁଛନ୍ତି। ୟୁକ୍ରେନକୁ ସମର୍ଥନ ଦେବା ଲାଗି ଏହି ଦେଶଗୁଡିକ କ୍ରମାଗତ ଭାବେ ଭାରତ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି। କିନ୍ତୁ ଏହି ଚାପକୁ ଭ୍ରୁକ୍ଷେପ ନ କରି ୟୁକ୍ରେନ ମାମଲାରେ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ୟୁକ୍ରେନ ମାମଲାରେ ବିଫଳ ହେବା ପରେ ଏବେ ଆମେରିକା ଏବଂ […]

ଜେନେଭା : ୟୁକ୍ରେନ ଯୁଦ୍ଧରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ନେଇ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ବିରୋଧ କରୁଛନ୍ତି। ୟୁକ୍ରେନକୁ ସମର୍ଥନ ଦେବା ଲାଗି ଏହି ଦେଶଗୁଡିକ କ୍ରମାଗତ ଭାବେ ଭାରତ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି। କିନ୍ତୁ ଏହି ଚାପକୁ ଭ୍ରୁକ୍ଷେପ ନ କରି ୟୁକ୍ରେନ ମାମଲାରେ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ୟୁକ୍ରେନ ମାମଲାରେ ବିଫଳ ହେବା ପରେ ଏବେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକ ଅନ୍ତର୍ଜାତୀୟସ୍ତରରେ ଭାରତ ବିରୋଧରେ ପୁଣି ଏକ ବଡ଼ ଷଡଯନ୍ତ୍ର କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁବାଇରେ ବିଶ୍ୱର ପ୍ରଥମ ଏଆଇ ସ୍ମାର୍ଟ ବସ୍‌ ଷ୍ଟେସନ ଉଦ୍‌ଘାଟିତ

ଜେନେଭାରେ ଅନୁଷ୍ଠିତ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଏହି ଦେଶଗୁଡିକ ଭାରତରେ କୃଷକଙ୍କୁ ଦିଆଯାଉଥିବା କୃଷି ରିଆତିକୁ ବିରୋଧ କରିଛନ୍ତି। ପିଏମ୍‌ କିଶାନ ଯୋଜନାରେ ଭାରତର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି। ଏହା ବ୍ୟତୀତ ସାର, ଜୈବିକ ଖତ ଏବଂ ବିଦ୍ୟୁତ୍‌ ବିଲ୍‌, ଖାଦ୍ୟଶସ୍ୟର ଏମଏସପି ଉପରେ ମଧ୍ୟ ରିଆତି ଦିଆଯାଉଛି। ଏହି ରିଆତି ବନ୍ଦ କରିବା ପାଇଁ ଆମେରିକା ଏବଂ ୟୁରୋପ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଶକ୍ତିଶାଳୀ ଦେଶଙ୍କ ଆଗରେ ମୁଣ୍ଡ ନିଆଁଇବାକୁ ଭାରତ ସରକାର ମନା କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଭାରତ ରାଜନୀତି ସରଗରମ: ତାମିଲନାଡୁରେ ବିଜୟଙ୍କ ଆସ୍ଥା ଭୋଟ୍‌, କେରଳରେ ବେଣୁଗୋପାଳଙ୍କ ପଲ୍ଲା ଭାରି

ଗତ ୧୨ରୁ ୧୫ ତାରିଖ ମଧ୍ୟରେ ଜେନେଭାରେ ଡବ୍ଲ୍ୟୁଟିଓର ବୈଠକ ବସିଥିଲା। ୧୬୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଟିଓରେ ଜି-୩୩ ଗ୍ରୁପର ୪୭ ଦେଶର ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏଥିରେ ସାମିଲ ହୋଇଥିଲେ। ଏହି ବୈଠକରେ କୃଷି ରିଆତି ଶେଷ, ମାଛ ଧରିବା ପାଇଁ ଅନ୍ତର୍ଜାତୀୟ ଆଇନ ପ୍ରସ୍ତୁତି ଏବଂ କରୋନା ଟିକାର ପେଟେଣ୍ଟ ଉପରେ ନୂଆ ନିୟମ ଆଣିବାକୁ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଆମେରିକା, ୟୁରୋପ ଏବଂ ଅନ୍ୟ ଶକ୍ତିଶାଳୀ ଦେଶଗୁଡିକ ଏହି ତିନି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ବାରାମତୀରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନିଂ ବିମାନ, ସୁରକ୍ଷିତ ଅଛନ୍ତି ପାଇଲଟ୍

ତେବେ ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା। ଶକ୍ତିଶାଳୀ ଦେଶଙ୍କ ଚାପ ସତ୍ତ୍ବେ ଭାରତ କୃଷି ରିଆତି ଶେଷ କରିବାକୁ ମନା କରିଦେଇଥିଲା। ଏହି ପ୍ରସଙ୍ଗରେ ଭାରତକୁ ଡବ୍ଲ୍ୟୁଟିଓର ୮୦ଟି ଦେଶ ସମର୍ଥନ କରିଛନ୍ତି। ଆମେରିକାର ଖାଦ୍ୟଶସ୍ୟ ବିକ୍ରି ହ୍ରାସ ପାଇଛି। ଏଥିପାଇଁ ଭାରତର କୃଷି ରିଆତି ଏହି ଦେଶ ବିରୋଧ କରୁଛି। ଭାରତରେ ଚାଷୀଙ୍କୁ ଦିଆଯାଉଥିବା ସମସ୍ତ ପ୍ରକାରର ଶେଷ କରାଯାଉ ବୋଲି ଆମେରିକା ଏବଂ ୟୁରୋପ ଚାହୁଁଛନ୍ତି। ଆମେରିକା ଭଳି ଶକ୍ତିଶାଳୀ ଦେଶଙ୍କ ଅନୁଯାୟୀ ରିଆତି ଯୋଗୁଁ ଭାରତୀୟ କୃଷକ ବିପୁଳ ପରିମାଣର ଚାଉଳ ଏବଂ ଗହମ ଉତ୍ପାଦନ କରୁଛନ୍ତି।

ଏଥିଯୋଗୁଁ ଭାରତୀୟ ଖାଦ୍ୟଶସ୍ୟ ସାରା ବିଶ୍ବରେ କମ୍‌ ଦାମରେ ମିଳୁଛି। ଆମେରିକା ଏବଂ ୟୁରୋପୀୟ ଦେଶରେ ଖାଦ୍ୟଶସ୍ୟ ମୂଲ୍ୟ ଅଧିକ ହେଉଥିବାରୁ ବିକାଶଶୀଳ ଦେଶରେ କମ୍‌ ବିକ୍ରି ହୋଇଥାଏ। ଏଥିଯୋଗୁଁ ବିଶ୍ବ ଖାଦ୍ୟଶସ୍ୟ ବଜାରରେ କର୍ତ୍ତୁତ୍ବ ଜାହିର କରିବା ପାଇଁ ଏହି ଦେଶଗୁଡିକ ଭାରତର କୃଷି ରିଆତିକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଭାରତ ଏହାକୁ ମାନିବନି ବୋଲି କହିଛି। ଭାରତ ସହ ସୀମା ବିବାଦ ଚାଲିଥିଲେ ମଧ୍ୟ ଡବ୍ଲ୍ୟୁଟିଓରେ ଚୀନ୍‌ ଏହି ପ୍ରସ୍ତାବକୁ ବିରୋଧ କରିଛି।

17 Jun 2022 By The Sakala

ଅନ୍ତର୍ଜାତୀୟସ୍ତରରେ ଭାରତ ବିରୋଧରେ ପୁଣି ଏକ ବଡ଼ ଷଡଯନ୍ତ୍ର ରଚିଛି ଆମେରିକା

ଜେନେଭା : ୟୁକ୍ରେନ ଯୁଦ୍ଧରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ନେଇ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ବିରୋଧ କରୁଛନ୍ତି। ୟୁକ୍ରେନକୁ ସମର୍ଥନ ଦେବା ଲାଗି ଏହି ଦେଶଗୁଡିକ କ୍ରମାଗତ ଭାବେ ଭାରତ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି। କିନ୍ତୁ ଏହି ଚାପକୁ ଭ୍ରୁକ୍ଷେପ ନ କରି ୟୁକ୍ରେନ ମାମଲାରେ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ୟୁକ୍ରେନ ମାମଲାରେ ବିଫଳ ହେବା ପରେ ଏବେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକ ଅନ୍ତର୍ଜାତୀୟସ୍ତରରେ ଭାରତ ବିରୋଧରେ ପୁଣି ଏକ ବଡ଼ ଷଡଯନ୍ତ୍ର କରିଛନ୍ତି।

ଜେନେଭାରେ ଅନୁଷ୍ଠିତ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଏହି ଦେଶଗୁଡିକ ଭାରତରେ କୃଷକଙ୍କୁ ଦିଆଯାଉଥିବା କୃଷି ରିଆତିକୁ ବିରୋଧ କରିଛନ୍ତି। ପିଏମ୍‌ କିଶାନ ଯୋଜନାରେ ଭାରତର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି। ଏହା ବ୍ୟତୀତ ସାର, ଜୈବିକ ଖତ ଏବଂ ବିଦ୍ୟୁତ୍‌ ବିଲ୍‌, ଖାଦ୍ୟଶସ୍ୟର ଏମଏସପି ଉପରେ ମଧ୍ୟ ରିଆତି ଦିଆଯାଉଛି। ଏହି ରିଆତି ବନ୍ଦ କରିବା ପାଇଁ ଆମେରିକା ଏବଂ ୟୁରୋପ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଶକ୍ତିଶାଳୀ ଦେଶଙ୍କ ଆଗରେ ମୁଣ୍ଡ ନିଆଁଇବାକୁ ଭାରତ ସରକାର ମନା କରିଦେଇଛନ୍ତି।

ଗତ ୧୨ରୁ ୧୫ ତାରିଖ ମଧ୍ୟରେ ଜେନେଭାରେ ଡବ୍ଲ୍ୟୁଟିଓର ବୈଠକ ବସିଥିଲା। ୧୬୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଟିଓରେ ଜି-୩୩ ଗ୍ରୁପର ୪୭ ଦେଶର ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏଥିରେ ସାମିଲ ହୋଇଥିଲେ। ଏହି ବୈଠକରେ କୃଷି ରିଆତି ଶେଷ, ମାଛ ଧରିବା ପାଇଁ ଅନ୍ତର୍ଜାତୀୟ ଆଇନ ପ୍ରସ୍ତୁତି ଏବଂ କରୋନା ଟିକାର ପେଟେଣ୍ଟ ଉପରେ ନୂଆ ନିୟମ ଆଣିବାକୁ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଆମେରିକା, ୟୁରୋପ ଏବଂ ଅନ୍ୟ ଶକ୍ତିଶାଳୀ ଦେଶଗୁଡିକ ଏହି ତିନି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ।

ତେବେ ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା। ଶକ୍ତିଶାଳୀ ଦେଶଙ୍କ ଚାପ ସତ୍ତ୍ବେ ଭାରତ କୃଷି ରିଆତି ଶେଷ କରିବାକୁ ମନା କରିଦେଇଥିଲା। ଏହି ପ୍ରସଙ୍ଗରେ ଭାରତକୁ ଡବ୍ଲ୍ୟୁଟିଓର ୮୦ଟି ଦେଶ ସମର୍ଥନ କରିଛନ୍ତି। ଆମେରିକାର ଖାଦ୍ୟଶସ୍ୟ ବିକ୍ରି ହ୍ରାସ ପାଇଛି। ଏଥିପାଇଁ ଭାରତର କୃଷି ରିଆତି ଏହି ଦେଶ ବିରୋଧ କରୁଛି। ଭାରତରେ ଚାଷୀଙ୍କୁ ଦିଆଯାଉଥିବା ସମସ୍ତ ପ୍ରକାରର ଶେଷ କରାଯାଉ ବୋଲି ଆମେରିକା ଏବଂ ୟୁରୋପ ଚାହୁଁଛନ୍ତି। ଆମେରିକା ଭଳି ଶକ୍ତିଶାଳୀ ଦେଶଙ୍କ ଅନୁଯାୟୀ ରିଆତି ଯୋଗୁଁ ଭାରତୀୟ କୃଷକ ବିପୁଳ ପରିମାଣର ଚାଉଳ ଏବଂ ଗହମ ଉତ୍ପାଦନ କରୁଛନ୍ତି।

ଏଥିଯୋଗୁଁ ଭାରତୀୟ ଖାଦ୍ୟଶସ୍ୟ ସାରା ବିଶ୍ବରେ କମ୍‌ ଦାମରେ ମିଳୁଛି। ଆମେରିକା ଏବଂ ୟୁରୋପୀୟ ଦେଶରେ ଖାଦ୍ୟଶସ୍ୟ ମୂଲ୍ୟ ଅଧିକ ହେଉଥିବାରୁ ବିକାଶଶୀଳ ଦେଶରେ କମ୍‌ ବିକ୍ରି ହୋଇଥାଏ। ଏଥିଯୋଗୁଁ ବିଶ୍ବ ଖାଦ୍ୟଶସ୍ୟ ବଜାରରେ କର୍ତ୍ତୁତ୍ବ ଜାହିର କରିବା ପାଇଁ ଏହି ଦେଶଗୁଡିକ ଭାରତର କୃଷି ରିଆତିକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଭାରତ ଏହାକୁ ମାନିବନି ବୋଲି କହିଛି। ଭାରତ ସହ ସୀମା ବିବାଦ ଚାଲିଥିଲେ ମଧ୍ୟ ଡବ୍ଲ୍ୟୁଟିଓରେ ଚୀନ୍‌ ଏହି ପ୍ରସ୍ତାବକୁ ବିରୋଧ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର