ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ନିଆରା ପ୍ରତିଶୋଧ, ପୂର୍ବତନ ପ୍ରେମିକାକୁ ୩୦୦ ପାର୍ସଲ ପଠାଇ ଯୁବକ ଗିରଫ

The Sakala Picture
Published On

କୋଲକାତା: ପ୍ରେମିକା ଅନ୍‌ଲାଇନରେ ସପିଂ କରିବାକୁ ଭଲ ପାଉଥିଲେ। ସବୁବେଳେ ଉପହାର ମାଗୁଥିଲେ। କିନ୍ତୁ ବିଚରା ପ୍ରେମିକ ପ୍ରେମିକାର ଏହି ଇଚ୍ଛାକୁ ପୂରଣ କରିପାରି ନ ଥିଲା। ମହଙ୍ଗା ଉପହାର ଦେଇପାରୁ ନ ଥିଲା। ଶେଷରେ ଯାହା ହେବା କଥା ତାହା ହୋଇଥିଲା। ସମ୍ପର୍କରେ ଫାଟ ସୃଷ୍ଟି ହେଲା। ଆଉ ପ୍ରେମିକା ସମ୍ପର୍କ ଭାଙ୍ଗି ଦେଇଥିଲା। ଏହା ପରେ ପୂର୍ବତନ ପ୍ରେମିକାଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକ ଚାହିଁଥିଲା। ସେ ପୂର୍ବତନ ପ୍ରେମିକାର ପାର୍ସଲ ନିଶା ପୂରଣ […]

କୋଲକାତା: ପ୍ରେମିକା ଅନ୍‌ଲାଇନରେ ସପିଂ କରିବାକୁ ଭଲ ପାଉଥିଲେ। ସବୁବେଳେ ଉପହାର ମାଗୁଥିଲେ। କିନ୍ତୁ ବିଚରା ପ୍ରେମିକ ପ୍ରେମିକାର ଏହି ଇଚ୍ଛାକୁ ପୂରଣ କରିପାରି ନ ଥିଲା। ମହଙ୍ଗା ଉପହାର ଦେଇପାରୁ ନ ଥିଲା। ଶେଷରେ ଯାହା ହେବା କଥା ତାହା ହୋଇଥିଲା। ସମ୍ପର୍କରେ ଫାଟ ସୃଷ୍ଟି ହେଲା। ଆଉ ପ୍ରେମିକା ସମ୍ପର୍କ ଭାଙ୍ଗି ଦେଇଥିଲା। ଏହା ପରେ ପୂର୍ବତନ ପ୍ରେମିକାଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକ ଚାହିଁଥିଲା। ସେ ପୂର୍ବତନ ପ୍ରେମିକାର ପାର୍ସଲ ନିଶା ପୂରଣ କରି ହଇରାଣ କରିବାକୁ ଚାହିଁଥିଲା।

ଆହୁରି ପଢ଼ନ୍ତୁ: ଭାରତ ସହ ରେଳପଥରେ ଯୋଡ଼ିହେବ ରୁଷିଆ, ସୁଦୃଢ଼ ହେବ ବାଣିଜ୍ୟିକ ସମ୍ପର୍କ

ଏଥିପାଇଁ କ୍ୟାସ୍‌-ଅନ୍‌-ଡେଲିଭରିରେ ପ୍ରତି ଦିନ ପୂର୍ବତନ ପ୍ରେମିକା ଘରକୁ ପାର୍ସଲ ପଠାଇ ଥିଲା। ଏମିତି ପ୍ରାୟ ସବୁଦିନ ଚାଲିଥିଲା। ୪ ମାସ ମଧ୍ୟରେ ପ୍ରାୟ ୩୦୦ ପାର୍ସଲ ଆସିଥିଲା। ‘ଭାଲେଣ୍ଟାଇନ ଡେ’ ସମୟରେ ଏହା ବଢ଼ି ଯାଇଥିଲା। ଦିନକୁ ଦୁଇ ଥର ଲେଖାଏଁ ଉପହାର ଏବଂ ପୋଷାକର ପାର୍ସଲ ଆସିଥିଲା। ଏହା ଦେଖି ଯୁବତୀ ବିରକ୍ତି ହୋଇ ଯାଇଥିଲେ। ଅବସାଦଗ୍ରସ୍ତ ହୋଇ ଡେଲିଭରି ଏଜେଣ୍ଟଙ୍କ ସହ ଝଗଡ଼ା କରିଥିଲେ। ଶେଷରେ ବାଧ୍ୟ ହୋଇ ଯୁବତୀ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତରୁ ସତ ସାମ୍‌ନାକୁ ଆସିଥିଲା। କୋଲକାତା ଲେକ୍‌ ଟାଉନ ଅଞ୍ଚଳରେ ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ପୂର୍ବତନ ପ୍ରେମିକାକୁ ଉତ୍ପୀଡ଼ନ ଦେବାକୁ ନେଇ ପୁଲିସ ପ୍ରେମିକ ସୁମନ ସିକଦର (୨୫) ଗିରଫ କରିଛି। ମାତ୍ର ବୁଧବାର କୋର୍ଟ ତାକୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲା ‘ଇ-ହାରାସମେଣ୍ଟ’ର ନୂଆ ଆହ୍ବାନକୁ ଦର୍ଶାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୁମନଙ୍କ ପୂର୍ବତନ ପ୍ରେମିକା ଏକ ବ୍ୟାଙ୍କରେ କାମ କରୁଥିଲେ। ଏହି ପାର୍ସଲ ପାଇଁ ସେ ପ୍ରଥମେ ନିଜ ଅଫିସ ସହଯୋଗୀଙ୍କୁ ସନ୍ଦେହ କରୁଥିଲେ। ମାତ୍ର କାହାର ଭୂମିକା ନ ଥିବା ଜାଣିବା ପରେ ସେ ଗତ ମାର୍ଚ୍ଚରେ ବିଧାନନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଗତ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଆସିଥିବା ଅନ୍‌ଲାଇନ ଅର୍ଡର ଟ୍ରେସ କରିଥିଲା। ଏ ସବୁ ସୁମନ ଠିକଣାରୁ ଆସୁଥିବା ଜଣା ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ବିହାରରେ ଶିକ୍ଷକ ନିଯୁକ୍ତିକୁ ନେଇ ହଙ୍ଗାମା: ସରକାରଙ୍କୁ ୫ ଦିନର ଅଲ୍ଟିମେଟମ୍, ୧୮ରୁ ଆମରଣ ଅନଶନ ଚେତାବନୀ

12 Apr 2025 By The Sakala

ନିଆରା ପ୍ରତିଶୋଧ, ପୂର୍ବତନ ପ୍ରେମିକାକୁ ୩୦୦ ପାର୍ସଲ ପଠାଇ ଯୁବକ ଗିରଫ

କୋଲକାତା: ପ୍ରେମିକା ଅନ୍‌ଲାଇନରେ ସପିଂ କରିବାକୁ ଭଲ ପାଉଥିଲେ। ସବୁବେଳେ ଉପହାର ମାଗୁଥିଲେ। କିନ୍ତୁ ବିଚରା ପ୍ରେମିକ ପ୍ରେମିକାର ଏହି ଇଚ୍ଛାକୁ ପୂରଣ କରିପାରି ନ ଥିଲା। ମହଙ୍ଗା ଉପହାର ଦେଇପାରୁ ନ ଥିଲା। ଶେଷରେ ଯାହା ହେବା କଥା ତାହା ହୋଇଥିଲା। ସମ୍ପର୍କରେ ଫାଟ ସୃଷ୍ଟି ହେଲା। ଆଉ ପ୍ରେମିକା ସମ୍ପର୍କ ଭାଙ୍ଗି ଦେଇଥିଲା। ଏହା ପରେ ପୂର୍ବତନ ପ୍ରେମିକାଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକ ଚାହିଁଥିଲା। ସେ ପୂର୍ବତନ ପ୍ରେମିକାର ପାର୍ସଲ ନିଶା ପୂରଣ କରି ହଇରାଣ କରିବାକୁ ଚାହିଁଥିଲା।

ଏଥିପାଇଁ କ୍ୟାସ୍‌-ଅନ୍‌-ଡେଲିଭରିରେ ପ୍ରତି ଦିନ ପୂର୍ବତନ ପ୍ରେମିକା ଘରକୁ ପାର୍ସଲ ପଠାଇ ଥିଲା। ଏମିତି ପ୍ରାୟ ସବୁଦିନ ଚାଲିଥିଲା। ୪ ମାସ ମଧ୍ୟରେ ପ୍ରାୟ ୩୦୦ ପାର୍ସଲ ଆସିଥିଲା। ‘ଭାଲେଣ୍ଟାଇନ ଡେ’ ସମୟରେ ଏହା ବଢ଼ି ଯାଇଥିଲା। ଦିନକୁ ଦୁଇ ଥର ଲେଖାଏଁ ଉପହାର ଏବଂ ପୋଷାକର ପାର୍ସଲ ଆସିଥିଲା। ଏହା ଦେଖି ଯୁବତୀ ବିରକ୍ତି ହୋଇ ଯାଇଥିଲେ। ଅବସାଦଗ୍ରସ୍ତ ହୋଇ ଡେଲିଭରି ଏଜେଣ୍ଟଙ୍କ ସହ ଝଗଡ଼ା କରିଥିଲେ। ଶେଷରେ ବାଧ୍ୟ ହୋଇ ଯୁବତୀ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତରୁ ସତ ସାମ୍‌ନାକୁ ଆସିଥିଲା। କୋଲକାତା ଲେକ୍‌ ଟାଉନ ଅଞ୍ଚଳରେ ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ପୂର୍ବତନ ପ୍ରେମିକାକୁ ଉତ୍ପୀଡ଼ନ ଦେବାକୁ ନେଇ ପୁଲିସ ପ୍ରେମିକ ସୁମନ ସିକଦର (୨୫) ଗିରଫ କରିଛି। ମାତ୍ର ବୁଧବାର କୋର୍ଟ ତାକୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲା ‘ଇ-ହାରାସମେଣ୍ଟ’ର ନୂଆ ଆହ୍ବାନକୁ ଦର୍ଶାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୁମନଙ୍କ ପୂର୍ବତନ ପ୍ରେମିକା ଏକ ବ୍ୟାଙ୍କରେ କାମ କରୁଥିଲେ। ଏହି ପାର୍ସଲ ପାଇଁ ସେ ପ୍ରଥମେ ନିଜ ଅଫିସ ସହଯୋଗୀଙ୍କୁ ସନ୍ଦେହ କରୁଥିଲେ। ମାତ୍ର କାହାର ଭୂମିକା ନ ଥିବା ଜାଣିବା ପରେ ସେ ଗତ ମାର୍ଚ୍ଚରେ ବିଧାନନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଗତ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ଆସିଥିବା ଅନ୍‌ଲାଇନ ଅର୍ଡର ଟ୍ରେସ କରିଥିଲା। ଏ ସବୁ ସୁମନ ଠିକଣାରୁ ଆସୁଥିବା ଜଣା ପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର