ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାରୁ ବହିଷ୍କୃତ, ଦଳର ସଦସ୍ୟ ପଦରୁ ବିଦା କଲେ ଉଦ୍ଧବ ଠାକରେ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଦ୍ଧବ ଠାକରେ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ଅବଗତ କରାଇଛନ୍ତି । ଏକନାଥଙ୍କୁ ଲେଖିଥିବା ଚିଠିରେ ଉଦ୍ଧବ ଲେଖିଛନ୍ତି ଯେ, […]

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଦ୍ଧବ ଠାକରେ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ଅବଗତ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର 'ପ୍ରତିଶୋଧ' ଆକ୍ରମଣ: ନଷ୍ଟ ହେଲା ଏୟାର ଡିଫେନ୍ସ ଏବଂ ଟେଲିକମ୍ ଟାୱାର

ଏକନାଥଙ୍କୁ ଲେଖିଥିବା ଚିଠିରେ ଉଦ୍ଧବ ଲେଖିଛନ୍ତି ଯେ, ଆପଣ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏଥିସହ ଆପଣ ସ୍ୱେଚ୍ଛାକୃତ ଭାବେ ଶିବସେନାର ସଦସ୍ୟତାକୁ ଛାଡ଼ିଛନ୍ତି । ତେଣୁ ଶିବସେନାର ପ୍ରମୁଖ ହିସାବରେ ମୋତେ ମିଳିଥିବା କ୍ଷମତାକୁ ବ୍ୟବହାର କରି ମୁଁ ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରୁଛି ।ଶିବସେନାରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେବାକୁ ଗୋଟିଏ ୧୧ ଜଣିଆ କମିଟି ରହିଛି। ଏହି ୧୧ ଜଣିଆ କମିଟିରେ ସିନ୍ଦେ ରହିଥିଲେ। ହେଲେ ଏବେ ତାଙ୍କୁ ବହିଷ୍କାର କରାଯାଇଛି। ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମୁକୁନ୍ଦପୁରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ଘର ଭୁଶୁଡ଼ି ୪ ଆହତ, ଅନେକ ଲୋକ ଫସି ରହିଥିବା ଆଶଙ୍କା

ଏହି ବିଦ୍ରୋହ ଯୋଗୁ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ତେବେ ଏକନାଥ ସିନ୍ଦେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରି ଆସୁଛନ୍ତି। ଏଥିସହ ଉଦ୍ଧବ ଠାକରେ ନୁହନ୍ତି ବରଂ ସେ ଓ ତାଙ୍କ ସହ ଥିବା ବିଦ୍ରୋହୀ ବିଧାୟକମାନେ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ସେନାର କମାଣ ସମ୍ଭାଳିବାକୁ ନେଇ ପରବର୍ତ୍ତୀ ସମୟରେ ଲଢ଼େଇ ଆରମ୍ଭ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସିନ୍ଦେଙ୍କ ମୁଖପାତ୍ର ଦୀପକ କେସରକର କହିଛନ୍ତି, “ଏପରି ପଦକ୍ଷେପ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ସିନ୍ଦେଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ। କାରଣ ସେ ବର୍ତ୍ତମାନ ଶିବସେନାର ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ। ଶିବସେନାର ଦୁଇ ତୃତୀୟାଂଶ ବିଧାୟକ ସିନ୍ଦେଙ୍କ ସହ ରହିଛନ୍ତି।”

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଅନ୍ୟପଟେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଳମ୍ବିତ ରାତିରେ ଗୋଆରେ ପହଞ୍ଚିଛନ୍ତି । ଶିବସେନାର ବିଦ୍ରୋହୀ ବିଧାୟକ ଥିବା ତାଜ ହୋଟେଲରେ ରାତି ୩ଟା ପହଞ୍ଚିବା ବେଳେ ଆଉ କିଛି ସମୟ ପରେ ସେ ମୁମ୍ବାଇ ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଗୋଆର ହୋଟେଲରେ ଆଜି ବିଦ୍ରୋହୀ ବିଧାୟକଙ୍କ ବୈଠକ ହେବ । ବୈଠକ ପରେ ବିଦ୍ରୋହୀ ନେତାଙ୍କ ମୁଖପାତ୍ର ଦୀପକ କେସରକର ପ୍ରେସମିଟ କରିବେ । ଏହା ପରେ ସମସ୍ତ ବିଧାୟକ ଏବଂ ସିଏମ ଏକନାଥ ସିନ୍ଦେ ମୁମ୍ବାଇ ଫେରିବେ ।ମହାରାଷ୍ଟ୍ରରେ ଗତ ୯ ଦିନ ଧରି ରାଜନୈତିକ ସଙ୍କଟ ଭିତରେ ଗୁରୁବାର ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେହିଭଳି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସିନ୍ଦେ ସିଏମ ହେବା ପରେ ବି ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି । ଜୁଲାଇ ୩ରେ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଏହି ଅଧିବେଶନରେ ବିଦ୍ରୋହୀ ବିଧାୟକ ମଧ୍ୟ ସାମିଲ ହେବେ । ତେବେ ଏହି ସମୟରେ ଜଣାପଡିବ କାହା ସପକ୍ଷରେ କେତେ ବିଧାୟକ ରହିଛନ୍ତି । ସିନ୍ଦେ ନିଜ ସପକ୍ଷରେ ୩୯ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରୁଥିବା ବେଳେ ଉଦ୍ଧବ ସମର୍ଥକ ମାନେ ମଧ୍ୟ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଆସୁଛନ୍ତି । ତେବେ ଫ୍ଲୋର ଟେଷ୍ଟରେ ଜଣାପଡିବ କାହା ପାଖରେ କେତେ ସମର୍ଥନ ରହିଛି ।

02 Jul 2022 By The Sakala

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାରୁ ବହିଷ୍କୃତ, ଦଳର ସଦସ୍ୟ ପଦରୁ ବିଦା କଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଦ୍ଧବ ଠାକରେ ଚିଠି ଲେଖି ଏକନାଥ ସିନ୍ଦେଙ୍କୁ ଅବଗତ କରାଇଛନ୍ତି ।

ଏକନାଥଙ୍କୁ ଲେଖିଥିବା ଚିଠିରେ ଉଦ୍ଧବ ଲେଖିଛନ୍ତି ଯେ, ଆପଣ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏଥିସହ ଆପଣ ସ୍ୱେଚ୍ଛାକୃତ ଭାବେ ଶିବସେନାର ସଦସ୍ୟତାକୁ ଛାଡ଼ିଛନ୍ତି । ତେଣୁ ଶିବସେନାର ପ୍ରମୁଖ ହିସାବରେ ମୋତେ ମିଳିଥିବା କ୍ଷମତାକୁ ବ୍ୟବହାର କରି ମୁଁ ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରୁଛି ।ଶିବସେନାରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେବାକୁ ଗୋଟିଏ ୧୧ ଜଣିଆ କମିଟି ରହିଛି। ଏହି ୧୧ ଜଣିଆ କମିଟିରେ ସିନ୍ଦେ ରହିଥିଲେ। ହେଲେ ଏବେ ତାଙ୍କୁ ବହିଷ୍କାର କରାଯାଇଛି। ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।

ଏହି ବିଦ୍ରୋହ ଯୋଗୁ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ତେବେ ଏକନାଥ ସିନ୍ଦେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରି ଆସୁଛନ୍ତି। ଏଥିସହ ଉଦ୍ଧବ ଠାକରେ ନୁହନ୍ତି ବରଂ ସେ ଓ ତାଙ୍କ ସହ ଥିବା ବିଦ୍ରୋହୀ ବିଧାୟକମାନେ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ସେନାର କମାଣ ସମ୍ଭାଳିବାକୁ ନେଇ ପରବର୍ତ୍ତୀ ସମୟରେ ଲଢ଼େଇ ଆରମ୍ଭ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସିନ୍ଦେଙ୍କ ମୁଖପାତ୍ର ଦୀପକ କେସରକର କହିଛନ୍ତି, “ଏପରି ପଦକ୍ଷେପ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ସିନ୍ଦେଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ। କାରଣ ସେ ବର୍ତ୍ତମାନ ଶିବସେନାର ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ। ଶିବସେନାର ଦୁଇ ତୃତୀୟାଂଶ ବିଧାୟକ ସିନ୍ଦେଙ୍କ ସହ ରହିଛନ୍ତି।”

ଅନ୍ୟପଟେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଳମ୍ବିତ ରାତିରେ ଗୋଆରେ ପହଞ୍ଚିଛନ୍ତି । ଶିବସେନାର ବିଦ୍ରୋହୀ ବିଧାୟକ ଥିବା ତାଜ ହୋଟେଲରେ ରାତି ୩ଟା ପହଞ୍ଚିବା ବେଳେ ଆଉ କିଛି ସମୟ ପରେ ସେ ମୁମ୍ବାଇ ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଗୋଆର ହୋଟେଲରେ ଆଜି ବିଦ୍ରୋହୀ ବିଧାୟକଙ୍କ ବୈଠକ ହେବ । ବୈଠକ ପରେ ବିଦ୍ରୋହୀ ନେତାଙ୍କ ମୁଖପାତ୍ର ଦୀପକ କେସରକର ପ୍ରେସମିଟ କରିବେ । ଏହା ପରେ ସମସ୍ତ ବିଧାୟକ ଏବଂ ସିଏମ ଏକନାଥ ସିନ୍ଦେ ମୁମ୍ବାଇ ଫେରିବେ ।ମହାରାଷ୍ଟ୍ରରେ ଗତ ୯ ଦିନ ଧରି ରାଜନୈତିକ ସଙ୍କଟ ଭିତରେ ଗୁରୁବାର ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେହିଭଳି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସିନ୍ଦେ ସିଏମ ହେବା ପରେ ବି ତାଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି । ଜୁଲାଇ ୩ରେ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଏହି ଅଧିବେଶନରେ ବିଦ୍ରୋହୀ ବିଧାୟକ ମଧ୍ୟ ସାମିଲ ହେବେ । ତେବେ ଏହି ସମୟରେ ଜଣାପଡିବ କାହା ସପକ୍ଷରେ କେତେ ବିଧାୟକ ରହିଛନ୍ତି । ସିନ୍ଦେ ନିଜ ସପକ୍ଷରେ ୩୯ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରୁଥିବା ବେଳେ ଉଦ୍ଧବ ସମର୍ଥକ ମାନେ ମଧ୍ୟ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଆସୁଛନ୍ତି । ତେବେ ଫ୍ଲୋର ଟେଷ୍ଟରେ ଜଣାପଡିବ କାହା ପାଖରେ କେତେ ସମର୍ଥନ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର