ତାଇୱାନ ପ୍ରସଙ୍ଗରେ ଦୁଇ ମହାଶକ୍ତି ମୁହାଁମୁହିଁ : ସୃଷ୍ଟି ହୋଇପାରେ ଯୁଦ୍ଧ ପରିସ୍ଥିତି

The Sakala Picture
Published On

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ରାତିରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି। ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା ଲାଗି ସହମତି ପ୍ରକାଶ ପାଇଛି। ଏହି ବୈଠକରେ ଚୀନ୍‌ ରାଷ୍ଟ୍ରପତି ବାଇେଡନଙ୍କୁ ଧମକ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ନିଆଁ ସହ ଖେଳୁଥିବା ଲୋକ ଜଳି ଯାଆନ୍ତି ବୋଲି ଜିନପିଙ୍କ ଚେତାବନୀ ଦେଇଛନ୍ତି। ଏହି ଧମକ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ସୂଚାଉଛି। ଉଭୟ […]

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ରାତିରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି। ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା ଲାଗି ସହମତି ପ୍ରକାଶ ପାଇଛି। ଏହି ବୈଠକରେ ଚୀନ୍‌ ରାଷ୍ଟ୍ରପତି ବାଇେଡନଙ୍କୁ ଧମକ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ନିଆଁ ସହ ଖେଳୁଥିବା ଲୋକ ଜଳି ଯାଆନ୍ତି ବୋଲି ଜିନପିଙ୍କ ଚେତାବନୀ ଦେଇଛନ୍ତି। ଏହି ଧମକ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ସୂଚାଉଛି। ଉଭୟ ଦେଶ ତାଇୱାନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଆମେରିକାର ବରିଷ୍ଠ ସାଂସଦ ନାନ୍‌ସୀ ପେଲୋସିଙ୍କ ସମ୍ଭାବ୍ୟ ତାଇୱାନ ଗସ୍ତକୁ ନେଇ ଚୀନ୍‌ ଆମେରିକାକୁ ସିଧାସଳଖ ଧମକ ଦେବାରେ ଲାଗିଛି। ତାଇୱାନ ପ୍ରସଙ୍ଗରେ ବାଇଡେନ ପ୍ରଶାସନର ଦଖଲକୁ ଚୀନ୍‌ ସହ୍ୟ କରିପାରୁନାହିଁ।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ଆମେରିକା ସଂସଦର ବାଚସ୍ପତି ପେଲୋସି ଆସନ୍ତା ସପ୍ତାହରେ ତାଇୱାନ ଗସ୍ତ କରିପାରନ୍ତି। ୨୫ ବର୍ଷ ପରେ ଆମେରିକାର କୌଣସି ବଡ଼ ନେତା ତାଇୱାନ ଗସ୍ତରେ ଯାଉଛନ୍ତି। ଆମେରିକା ତାଇୱାନ ସହ ରହିଛି ଏବଂ ସମସ୍ତ ପ୍ରକାରର ସହଯୋଗ ଦେବ ବୋଲି ଏହା ସଙ୍କେତ ଦେଉଛି। ତେବେ ଚୀନ୍‌ ଏହାକୁ ଗ୍ରହଣ କରିପାରୁନାହିଁ। ସେଥିପାଇଁ ଏହାର ଫଳାଫଳ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାକୁ ଧମକ ଦେଇଚାଲିଛି। ଅନ୍ୟପକ୍ଷରେ ଆମେରିକା ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବନାହିଁ ବୋଲି ସଙ୍କେତ ଦେଇଛି। ମେ’ ୨୩ରେ ଚୀନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଇଡେନ ଧମକ ଦେଇଥିଲେ। ଗୁରୁବାର ଉଭୟ ନେତାଙ୍କ ସାକ୍ଷାତରେ ସମ୍ପର୍କରେ ଥିବା ତିକ୍ତତା ସ୍ପଷ୍ଟ ବାରି ହୋଇ ପଡୁଥିଲା। ସୂଚନା ଅନୁଯାୟୀ ଆମେରିକା ସେନା ଏବେ ତାଇୱାନ ନ ଯିବା ପାଇଁ ପେଲୋସିଙ୍କୁ ପରାମର୍ଶ ଦେଇଛି। ୟୁକ୍ରେନ-ରୁଷ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ତାଇୱାନରେ ସଂଘର୍ଷ ହେଲେ ଏହା ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ସେନା ଭାବୁଛି।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

ଏକ ଚୀନ୍‌ ନୀତି ଅଧିନରେ ବେଜିଂ ତାଇୱାନକୁ ନିଜର ଅଂଶ ଭାବୁଛି। ତେବେ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ କହୁଛି। କିନ୍ତୁ ଚୀନ୍‌ ତାଇୱାନକୁ କବ୍‌ଜା କରି ନିଜ ଅଧିନରେ ରଖିବାକୁ ଚାହୁଁଛି। ଆମେରିକା ଏକ ଚୀନ୍‌ ନୀତିକୁ ମାନୁଥିଲେ ମଧ୍ୟ ତାଇୱାନ କବ୍‌ଜାକୁ ବିରୋଧ କରୁଛି। ବାଇଡେନ ୨ ମାସ ତଳେ କହିଥିଲେ ଯେ ଆମେରିକା ଏକ ଚୀନ୍‌ ନୀତିରେ ସହମତି ପ୍ରକାଶ କରିଛି। କିନ୍ତୁ ତାଇୱାନ ଉପରେ ବଳ ପ୍ରୟୋଗକୁ ସ୍ବୀକାର କରାଯିବ ନାହିଁ। ଚୀନ୍‌ ଏପରି ପଦକ୍ଷେପ ବିଫଳ ସାବ୍ୟସ୍ତ ହେବ। ଏହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଅସ୍ଥିର କରିଦେବ। ଗତ ବୁଧବାର ତାଇୱାନର ତିନି ସେନା ଯୁଦ୍ଧାଭ୍ୟାସ କରିଥିଲା। ଏହି ସମୟରେ ଚୀନ୍‌ ମୁକାବିଲାର ରଣନୀତିକୁ ଧ୍ୟାନ ରଖାଯାଇଥିଲା। ତାଇୱାନ ସେନା ଆମେରିକାଠୁ କିଣିଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା। ଏହାକୁ ଯୁଦ୍ଧ ଜାହାଜ ଏବଂ ବିମାନରେ ଖଞ୍ଜା ଯାଇଥିଲା। ଆମେରିକା ଡ୍ରୋନ ମଧ୍ୟ ବ୍ୟବହାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: କୋଲକାତାର ତାରାତଲାରେ ଭୁଶୁଡିଲା ନିର୍ମାଣାଧୀନ ଗୋଦାମର ଛାତ, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା

ୱାନ ଚାଇନା ନୀତିକୁ ରୁଷ୍‌ର ସମର୍ଥନ

ତାଇୱାନ ପ୍ରସଙ୍ଗରେ ଏବେ ଚୀନ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଗତକାଲି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ଚୀନ୍‌ ସହ ଆମେରିକା ନ ଖେଳୁ ବୋଲି ଧମକ ଦେଇଥିଲେ। ତେବେ ଏହାପରେ ପରେ ରୁଷ ଏହି ନିଆଁରେ ଘିଅ ଢାଳିଛି। ଆମେ ‘ୱାନ ଚାଇନା ନୀତିକୁ ସମର୍ଥନ କରିଆସିଛୁ ଏବଂ ଏବେ ମଧ୍ୟ ସମର୍ଥନ କରୁଛୁ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରୀ ଲାଭରୋଭ ଶୁକ୍ରବାର କହିଛନ୍ତି। ଅର୍ଥାତ୍‌ ତାଇୱାନକୁ ନେଇ ଚୀନ ଯାହା ଦାବି କରୁଛି ତାହାକୁ ରୁଷ ସମର୍ଥନ କରୁଛି। ଏଭଳି ସ୍ଥିତିରେ ପୁଣି ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ରୁଷ ମୁହାଁମୁହିଁ ହେବାର ଆଶଙ୍କା ବଢିଛି।

30 Jul 2022 By The Sakala

ତାଇୱାନ ପ୍ରସଙ୍ଗରେ ଦୁଇ ମହାଶକ୍ତି ମୁହାଁମୁହିଁ : ସୃଷ୍ଟି ହୋଇପାରେ ଯୁଦ୍ଧ ପରିସ୍ଥିତି

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ରାତିରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି। ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା ଲାଗି ସହମତି ପ୍ରକାଶ ପାଇଛି। ଏହି ବୈଠକରେ ଚୀନ୍‌ ରାଷ୍ଟ୍ରପତି ବାଇେଡନଙ୍କୁ ଧମକ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ନିଆଁ ସହ ଖେଳୁଥିବା ଲୋକ ଜଳି ଯାଆନ୍ତି ବୋଲି ଜିନପିଙ୍କ ଚେତାବନୀ ଦେଇଛନ୍ତି। ଏହି ଧମକ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ସୂଚାଉଛି। ଉଭୟ ଦେଶ ତାଇୱାନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଆମେରିକାର ବରିଷ୍ଠ ସାଂସଦ ନାନ୍‌ସୀ ପେଲୋସିଙ୍କ ସମ୍ଭାବ୍ୟ ତାଇୱାନ ଗସ୍ତକୁ ନେଇ ଚୀନ୍‌ ଆମେରିକାକୁ ସିଧାସଳଖ ଧମକ ଦେବାରେ ଲାଗିଛି। ତାଇୱାନ ପ୍ରସଙ୍ଗରେ ବାଇଡେନ ପ୍ରଶାସନର ଦଖଲକୁ ଚୀନ୍‌ ସହ୍ୟ କରିପାରୁନାହିଁ।

ଆମେରିକା ସଂସଦର ବାଚସ୍ପତି ପେଲୋସି ଆସନ୍ତା ସପ୍ତାହରେ ତାଇୱାନ ଗସ୍ତ କରିପାରନ୍ତି। ୨୫ ବର୍ଷ ପରେ ଆମେରିକାର କୌଣସି ବଡ଼ ନେତା ତାଇୱାନ ଗସ୍ତରେ ଯାଉଛନ୍ତି। ଆମେରିକା ତାଇୱାନ ସହ ରହିଛି ଏବଂ ସମସ୍ତ ପ୍ରକାରର ସହଯୋଗ ଦେବ ବୋଲି ଏହା ସଙ୍କେତ ଦେଉଛି। ତେବେ ଚୀନ୍‌ ଏହାକୁ ଗ୍ରହଣ କରିପାରୁନାହିଁ। ସେଥିପାଇଁ ଏହାର ଫଳାଫଳ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାକୁ ଧମକ ଦେଇଚାଲିଛି। ଅନ୍ୟପକ୍ଷରେ ଆମେରିକା ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି। କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବନାହିଁ ବୋଲି ସଙ୍କେତ ଦେଇଛି। ମେ’ ୨୩ରେ ଚୀନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଇଡେନ ଧମକ ଦେଇଥିଲେ। ଗୁରୁବାର ଉଭୟ ନେତାଙ୍କ ସାକ୍ଷାତରେ ସମ୍ପର୍କରେ ଥିବା ତିକ୍ତତା ସ୍ପଷ୍ଟ ବାରି ହୋଇ ପଡୁଥିଲା। ସୂଚନା ଅନୁଯାୟୀ ଆମେରିକା ସେନା ଏବେ ତାଇୱାନ ନ ଯିବା ପାଇଁ ପେଲୋସିଙ୍କୁ ପରାମର୍ଶ ଦେଇଛି। ୟୁକ୍ରେନ-ରୁଷ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ତାଇୱାନରେ ସଂଘର୍ଷ ହେଲେ ଏହା ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ସେନା ଭାବୁଛି।

ଏକ ଚୀନ୍‌ ନୀତି ଅଧିନରେ ବେଜିଂ ତାଇୱାନକୁ ନିଜର ଅଂଶ ଭାବୁଛି। ତେବେ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ କହୁଛି। କିନ୍ତୁ ଚୀନ୍‌ ତାଇୱାନକୁ କବ୍‌ଜା କରି ନିଜ ଅଧିନରେ ରଖିବାକୁ ଚାହୁଁଛି। ଆମେରିକା ଏକ ଚୀନ୍‌ ନୀତିକୁ ମାନୁଥିଲେ ମଧ୍ୟ ତାଇୱାନ କବ୍‌ଜାକୁ ବିରୋଧ କରୁଛି। ବାଇଡେନ ୨ ମାସ ତଳେ କହିଥିଲେ ଯେ ଆମେରିକା ଏକ ଚୀନ୍‌ ନୀତିରେ ସହମତି ପ୍ରକାଶ କରିଛି। କିନ୍ତୁ ତାଇୱାନ ଉପରେ ବଳ ପ୍ରୟୋଗକୁ ସ୍ବୀକାର କରାଯିବ ନାହିଁ। ଚୀନ୍‌ ଏପରି ପଦକ୍ଷେପ ବିଫଳ ସାବ୍ୟସ୍ତ ହେବ। ଏହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଅସ୍ଥିର କରିଦେବ। ଗତ ବୁଧବାର ତାଇୱାନର ତିନି ସେନା ଯୁଦ୍ଧାଭ୍ୟାସ କରିଥିଲା। ଏହି ସମୟରେ ଚୀନ୍‌ ମୁକାବିଲାର ରଣନୀତିକୁ ଧ୍ୟାନ ରଖାଯାଇଥିଲା। ତାଇୱାନ ସେନା ଆମେରିକାଠୁ କିଣିଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା। ଏହାକୁ ଯୁଦ୍ଧ ଜାହାଜ ଏବଂ ବିମାନରେ ଖଞ୍ଜା ଯାଇଥିଲା। ଆମେରିକା ଡ୍ରୋନ ମଧ୍ୟ ବ୍ୟବହାର କରାଯାଇଥିଲା।

ୱାନ ଚାଇନା ନୀତିକୁ ରୁଷ୍‌ର ସମର୍ଥନ

ତାଇୱାନ ପ୍ରସଙ୍ଗରେ ଏବେ ଚୀନ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଗତକାଲି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ଚୀନ୍‌ ସହ ଆମେରିକା ନ ଖେଳୁ ବୋଲି ଧମକ ଦେଇଥିଲେ। ତେବେ ଏହାପରେ ପରେ ରୁଷ ଏହି ନିଆଁରେ ଘିଅ ଢାଳିଛି। ଆମେ ‘ୱାନ ଚାଇନା ନୀତିକୁ ସମର୍ଥନ କରିଆସିଛୁ ଏବଂ ଏବେ ମଧ୍ୟ ସମର୍ଥନ କରୁଛୁ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରୀ ଲାଭରୋଭ ଶୁକ୍ରବାର କହିଛନ୍ତି। ଅର୍ଥାତ୍‌ ତାଇୱାନକୁ ନେଇ ଚୀନ ଯାହା ଦାବି କରୁଛି ତାହାକୁ ରୁଷ ସମର୍ଥନ କରୁଛି। ଏଭଳି ସ୍ଥିତିରେ ପୁଣି ବିଶ୍ବର ଦୁଇ ମହାଶକ୍ତି ଆମେରିକା ଏବଂ ରୁଷ ମୁହାଁମୁହିଁ ହେବାର ଆଶଙ୍କା ବଢିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର