କଂଗ୍ରେସର ସାଙ୍ଗଠନିକ ଢାଞ୍ଚାରେ ପ୍ରମୁଖ ତ୍ରୁଟି ରହିଛି, ଯାହାର କୌଣସି ସମାଧାନ ନାହିଁ : ପ୍ରଶାନ୍ତ କିଶୋର

The Sakala Picture
Published On

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣା ପରେ ହଠାତ୍ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ଉପରକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଟାର୍ଗେଟ କରିଛନ୍ତି। ନିଜ ଟ୍ବିଟ୍‌ର ପେଜ୍‌ରେ କଂଗ୍ରେସର ନାଁ ନନେଇ ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ ‘ଯେଉଁ ଲୋକ କିମ୍ବା ଦଳ ଭାବୁଛନ୍ତି ଯେ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ ସାହାଯ୍ୟରେ ବିରୋଧୀଦଳର ତୁରନ୍ତ ପ୍ରତ୍ୟାବର୍ତ୍ତନ ହେବ। ତାହା ଏକ ଦମ୍‌ ଭୁଲ୍‌। ସେମାନେ ଭୁଲ ବୁଝାମଣାରେ ଅଛନ୍ତି। ଯେଉଁଥି ପାଇଁ ତାଙ୍କୁ ନିରାଶ ହେବାକୁ ପଡିବ। […]

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣା ପରେ ହଠାତ୍ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ଉପରକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଟାର୍ଗେଟ କରିଛନ୍ତି। ନିଜ ଟ୍ବିଟ୍‌ର ପେଜ୍‌ରେ କଂଗ୍ରେସର ନାଁ ନନେଇ ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ ‘ଯେଉଁ ଲୋକ କିମ୍ବା ଦଳ ଭାବୁଛନ୍ତି ଯେ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ ସାହାଯ୍ୟରେ ବିରୋଧୀଦଳର ତୁରନ୍ତ ପ୍ରତ୍ୟାବର୍ତ୍ତନ ହେବ। ତାହା ଏକ ଦମ୍‌ ଭୁଲ୍‌। ସେମାନେ ଭୁଲ ବୁଝାମଣାରେ ଅଛନ୍ତି। ଯେଉଁଥି ପାଇଁ ତାଙ୍କୁ ନିରାଶ ହେବାକୁ ପଡିବ। ଯେଉଁ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ର ସାହାରା ଅନ୍ୟ ବିରୋଧୀମାନେ ନେଉଛନ୍ତି ସେ ଦଳର ମୂଳରେ ତ୍ରୁଟି ରହିଛି। ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ର  ସାଙ୍ଗଠନିକ ଢାଞ୍ଚାରେ ପ୍ରମୁଖ ତ୍ରୁଟି ରହିଛି, ଆଉ ସେହି ସମସ୍ୟାର ବର୍ତ୍ତମାନ କୌଣସି ସମାଧାନ ନାହିଁ।

ଆହୁରି ପଢ଼ନ୍ତୁ: ନିଟ୍ ୟୁଜି ୨୦୨୬ ରି-ଟେଷ୍ଟ: ଟେଲିଗ୍ରାମ ବ୍ୟାନ୍ ଉପରେ କେନ୍ଦ୍ରର ନିଷ୍ପତ୍ତିକୁ କାଏମ୍ ରଖିଲେ ଦିଲ୍ଲୀ ହାଇକୋର୍ଟ

ପ୍ରଶାନ୍ତ କିଶୋରଙ୍କ ଏହି ଟ୍ବିଟ୍‌ ପରେ ଗଣାମାଧ୍ୟମରେ ଏହାକୁ ବେଶ ଗୁରୁତ୍ବପୂର୍ଣ୍ଣ ଭାବେ ଆଲୋଚନା କରାଯାଉଛି।  କାରଣ ବହୁ ରାଜନୈତିକ ଦଳକୁ ନିଜର ବିଚକ୍ଷଣ ବୁଦ୍ଧି ଯୋଗୁ କ୍ଷମତାକୁ ଆଣିଥିବା ପ୍ରଶାନ୍ତ କିଶୋରଙ୍କ ଏହି ଟ୍ବିଟ୍‌ ଆଗାମରି ନିର୍ବାଚନୀ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନାର ବଢ଼ିବ ଶକ୍ତି: ଐତିହାସିକ ଟ୍ରିପଲ୍ କମିଶନିଂ ପରେ ଜୁଲାଇରେ ସାମିଲ ହେବ ଆଉ ୨ଟି ସ୍ୱଦେଶୀ ଯୁଦ୍ଧପୋତ

ଖବର ଅନୁଯାୟୀ, ବଙ୍ଗଳା ନିର୍ବାଚନ ପରେ ପ୍ରଶାନ୍ତ କିଶୋର (ପି.କେ) କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ତାଙ୍କ ଟୁଇଟ୍ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦେଇଛି। ବିରୋଧୀ ଦଳ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଫିଟ୍ ମନେ କରୁନାହାଁନ୍ତି। ସେ ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ ଦଳଗୁଡିକ ସେମାନଙ୍କର ସାଂଗଠନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ତାଙ୍କର ଏହି ଟ୍ବିଟ୍‌କୁ ଆଗାମୀ ନିର୍ବାଚନୀ ପାଇଁ ବେଶ ଗୁରତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

08 Oct 2021 By The Sakala

କଂଗ୍ରେସର ସାଙ୍ଗଠନିକ ଢାଞ୍ଚାରେ ପ୍ରମୁଖ ତ୍ରୁଟି ରହିଛି, ଯାହାର କୌଣସି ସମାଧାନ ନାହିଁ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣା ପରେ ହଠାତ୍ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ଉପରକୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଟାର୍ଗେଟ କରିଛନ୍ତି। ନିଜ ଟ୍ବିଟ୍‌ର ପେଜ୍‌ରେ କଂଗ୍ରେସର ନାଁ ନନେଇ ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ ‘ଯେଉଁ ଲୋକ କିମ୍ବା ଦଳ ଭାବୁଛନ୍ତି ଯେ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ ସାହାଯ୍ୟରେ ବିରୋଧୀଦଳର ତୁରନ୍ତ ପ୍ରତ୍ୟାବର୍ତ୍ତନ ହେବ। ତାହା ଏକ ଦମ୍‌ ଭୁଲ୍‌। ସେମାନେ ଭୁଲ ବୁଝାମଣାରେ ଅଛନ୍ତି। ଯେଉଁଥି ପାଇଁ ତାଙ୍କୁ ନିରାଶ ହେବାକୁ ପଡିବ। ଯେଉଁ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ର ସାହାରା ଅନ୍ୟ ବିରୋଧୀମାନେ ନେଉଛନ୍ତି ସେ ଦଳର ମୂଳରେ ତ୍ରୁଟି ରହିଛି। ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ର  ସାଙ୍ଗଠନିକ ଢାଞ୍ଚାରେ ପ୍ରମୁଖ ତ୍ରୁଟି ରହିଛି, ଆଉ ସେହି ସମସ୍ୟାର ବର୍ତ୍ତମାନ କୌଣସି ସମାଧାନ ନାହିଁ।

ପ୍ରଶାନ୍ତ କିଶୋରଙ୍କ ଏହି ଟ୍ବିଟ୍‌ ପରେ ଗଣାମାଧ୍ୟମରେ ଏହାକୁ ବେଶ ଗୁରୁତ୍ବପୂର୍ଣ୍ଣ ଭାବେ ଆଲୋଚନା କରାଯାଉଛି।  କାରଣ ବହୁ ରାଜନୈତିକ ଦଳକୁ ନିଜର ବିଚକ୍ଷଣ ବୁଦ୍ଧି ଯୋଗୁ କ୍ଷମତାକୁ ଆଣିଥିବା ପ୍ରଶାନ୍ତ କିଶୋରଙ୍କ ଏହି ଟ୍ବିଟ୍‌ ଆଗାମରି ନିର୍ବାଚନୀ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ଖବର ଅନୁଯାୟୀ, ବଙ୍ଗଳା ନିର୍ବାଚନ ପରେ ପ୍ରଶାନ୍ତ କିଶୋର (ପି.କେ) କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ତାଙ୍କ ଟୁଇଟ୍ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦେଇଛି। ବିରୋଧୀ ଦଳ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଫିଟ୍ ମନେ କରୁନାହାଁନ୍ତି। ସେ ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ ଦଳଗୁଡିକ ସେମାନଙ୍କର ସାଂଗଠନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ତାଙ୍କର ଏହି ଟ୍ବିଟ୍‌କୁ ଆଗାମୀ ନିର୍ବାଚନୀ ପାଇଁ ବେଶ ଗୁରତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର