ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା

The Sakala Picture
Published On

ନୂଆଦିଲ୍ଲୀ : ଚୀନ୍‌‌ରେ ଚାଲିଥିବା ସାଂଘାଇ କୋପରେସନ୍‌‌ ଅର୍ଗାନାଇଜେସନ (ଏସ୍‌‌ସିଓ) ବୈଠକରେ ଯୋଗ ଦେବା ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍‌‌ର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନ୍‌‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜନାଥ ଜୁନ୍‌‌ଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ। ବିହାରର ମଧୁବନି ପେଣ୍ଟିଂକୁ ଉପହାର ସ୍ୱରୂପ ସେ ପ୍ରଦାନ କରିଥିଲେ। ଏହି ପେଣ୍ଟିଂର ମୂଳ ଉତ୍ସ ବିହାରର ମିଥିଳା ଅଞ୍ଚଳ ସହିତ ଜଡ଼ିତ ରହିଛି। ଏହାକୁ ମିଥିଳା ବା ମଧୁବନି ଆର୍ଟ […]

ନୂଆଦିଲ୍ଲୀ : ଚୀନ୍‌‌ରେ ଚାଲିଥିବା ସାଂଘାଇ କୋପରେସନ୍‌‌ ଅର୍ଗାନାଇଜେସନ (ଏସ୍‌‌ସିଓ) ବୈଠକରେ ଯୋଗ ଦେବା ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍‌‌ର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନ୍‌‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜନାଥ ଜୁନ୍‌‌ଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ। ବିହାରର ମଧୁବନି ପେଣ୍ଟିଂକୁ ଉପହାର ସ୍ୱରୂପ ସେ ପ୍ରଦାନ କରିଥିଲେ। ଏହି ପେଣ୍ଟିଂର ମୂଳ ଉତ୍ସ ବିହାରର ମିଥିଳା ଅଞ୍ଚଳ ସହିତ ଜଡ଼ିତ ରହିଛି। ଏହାକୁ ମିଥିଳା ବା ମଧୁବନି ଆର୍ଟ ଅର୍ଥାତ ଚିତ୍ରକଳା ରୂପେ ଜଣାଯାଇଥାଏ। ଏହି ପେଣ୍ଟିଂରେ ରେଖାଚିତ୍ର ରହିଥାଏ। ଏହା ଉଜ୍ଜ୍ୱଳ ରଙ୍ଗ ଓ କନଷ୍ଟ୍ରାକ୍ଟ ପ୍ୟାଟର୍ନରେ ଭରି ରହିଥାଏ। ଏଥିରେ ଆଦିବାସୀ ଆକୃତି ଓ ଚମକପ୍ରଦ ମାଟିର ଉପଯୋଗ ହୋଇଥାଏ। ଏହି ଉପହାର ପାଇ ଜୁନ୍‌‌ ବେଶ୍‌‌ ଆନନ୍ଦିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

ଏହି ସାକ୍ଷାତ ଅବସରରେ ଗତ ୬ ବର୍ଷ ହେବ ଗଲୱାନ ଘାଟି ଘଟଣା ପରେ ବାତିଲ ହୋଇଥିବା କୈଳାଶ ମାନସରୋବର ଯାତ୍ରା ନେଇ ଦୁହେଁ ଆଲୋଚନା କରିଥିଲେ। କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବ ବୋଲି ରାଜନାଥ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି। ୨୦୨୦ରେ କୋଭିଡ୍‌‌-୧୯ ଓ ପରେ ଲାଦାଖ ଗଲୱାନ ଘାଟିରେ ଥିବା ଲାଇନ ଅଫ୍‌‌ ଆକଚୁଆଲ କଣ୍ଟ୍ରୋଲ (ଏଲ୍‌‌ଏସି) ଦୁଇ ଦେଶର ସୈନ୍ୟଙ୍କ ମଧ୍ୟ ହୋଇଥିବା ମୁକାବିଲା କାରଣରୁ ମାନସରୋବର ଯାତ୍ରାକୁ ବନ୍ଦ ରଖାଯାଇଥିଲା। ଦୁଇ ଦେଶ ମଧ୍ୟରେ କିପରି ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ହେବ ସେ ନେଇ ଆଲୋଚନା ହୋଇଛି ବୋଲି ରାଜନାଥ କହିଛନ୍ତି।

ଆହୁରି ପଢ଼ନ୍ତୁ: କାବେରୀ ଜଳ ବିବାଦ: ତାମିଲନାଡୁର ଅତିରିକ୍ତ ଜଳ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ପୂର୍ବରୁ ଗୁରୁବାର ଏସ୍‌‌ସିଓ ମଳିତ ବିବୃତ୍ତିରେ ହସ୍ତାକ୍ଷର କରିବାକୁ ରାଜନାଥ ମନା କରିଦେଇଥିଲେ। ଏହାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର ସମର୍ଥନ କରିଛନ୍ତି। ଏସ୍‌‌ସିଓରେ ରାଜନାଥ ସିଂ ଓ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱଜା ଆସିଫ୍‌‌ ଯୋଗ ଦେଇଛନ୍ତି। କିନ୍ତୁ ରାଜନାଥ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ନଥିଲେ। ଏସ୍‌‌ସିଓର ମିଳିତ ବିବୃତ୍ତିରେ ଜମ୍ମୁ-କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାମିଲ କରାଯାଇ ନଥିଲା। କିନ୍ତୁ ଏଥିରେ ପାକିସ୍ତାନର ବେଲୁଚିସ୍ତାନ ରାଜ୍ୟରେ ହୋଇଥିବା ଆତଙ୍କବାଦୀ ଘଟଣା ଉଲ୍ଲେଖ ଥିଲା। ଏହାକୁ ଭାରତ ବିରୋଧ କରିଥିଲା ଓ ବିବୃତ୍ତିରେ ସ୍ୱାକ୍ଷର କରି ନଥିଲା। କିଛି ଦେଶ ଆତଙ୍କବାଦ୍‌‌କୁ ନିଜର ନୀତି ଭାବେ ଗ୍ରହଣ କରିଛନ୍ତି। ଏହି ଦେଶଗୁଡିକ ଆତଙ୍କବାଦୀକୁ ଶରଣ ଦେଉଛନ୍ତି ଓ ଏହାକୁ ଅସ୍ୱୀକାର ମଧ୍ୟ କରୁଛନ୍ତି। ଏଭଳି ଦୋମୁହଁ ନୀତିର କୌଣସି ସ୍ଥାନ ନାହିଁ। ଆତଙ୍କବାଦର କେନ୍ଦ୍ରସ୍ଥଳୀ ଏବେ ସୁରକ୍ଷିତ ନୁହଁ ବୋଲି ଏହି ଦେଶଗୁଡିକୁ ଏବେ ହୃଦୟଙ୍ଗମ କରିବାକୁ ହେବ। ଏସ୍‌‌ସିଓକୁ ଏହି ଭଳି ଆଚରଣ ପ୍ରଦର୍ଶନ କରୁଥିବା ଦେଶଗୁଡିକୁ ସମାଲୋଚନା କରିବାରେ କୁଣ୍ଠାବୋଧ କରିବା ଉଚିତ ନୁହଁ ବୋଲି ରାଜନାଥ କହିଥିଲେ।

ଆହୁରି ପଢ଼ନ୍ତୁ: ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ ହେଲେ ‘ମିସ୍ ୟୁନିଭର୍ସ ୨୦୨୬’, ଭାରତର କାଜିଆ ଲିଜ୍‌ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର