କେନ୍ଦ୍ର ସରକାରଙ୍କୁ ଝଟକା : ପେଗାସସ୍ ଗୁପ୍ତଚର ମାମଲାର ଏକ ନିରପେକ୍ଷ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେୟାର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ଏକ ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁପ୍ତଚର ମାମଲା ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ମୂଲ୍ୟରେ ଲୋକଙ୍କ ଗୁପ୍ତଚର କାର୍ୟ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରାମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ […]

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେୟାର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ଏକ ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁପ୍ତଚର ମାମଲା ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ମୂଲ୍ୟରେ ଲୋକଙ୍କ ଗୁପ୍ତଚର କାର୍ୟ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରାମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର ରାୟ ସଂରକ୍ଷଣ କରି କହିଥିଲେ ଯେ ନାଗରିକଙ୍କ ଗୁପ୍ତଚର ଅଭିଯୋଗରେ କେନ୍ଦ୍ର ପେଗାସସ ସଫ୍ଟୱେୟାରକୁ ବେଆଇନ ଭାବେ ବ୍ୟବହାର କରିଛି କି ନାହିଁ ତାହା ଜାଣିବାକୁ ଚାହୁଁଛି। ବେଞ୍ଚ ଏକ ମୌଖିକ ନୀରିକ୍ଷଣ କରିଛି ଯେ, ଏହା ଉପରେ ଦୃଷ୍ଟି ରଖିବା ପାଇଁ ଏହା ଏକ ବୌଷୟିକ ବିଶେଷଜ୍ଞ କମିଟି ଗଠନ କରିବ।

ଆହୁରି ପଢ଼ନ୍ତୁ: ଜାତିଗତ ଜନଗଣନା ରୋକିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପିଟିସନରଙ୍କ ଭାଷାକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିରେ କେନ୍ଦ୍ର ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଖଣ୍ଡନ କରାଯାଇ ନାହିଁ, ତେଣୁ ଆବେଦନକାରୀଙ୍କର ପ୍ରିମା ଫେସୀ ଆବେଦନକୁ ଗ୍ରହଣ କରିବା ଛଡା ଆମର କୌଣସି ବିକଳ୍ପ ନାହିଁ, ଆମେ ଏକ ବିଶେଷଜ୍ଞ କମିଟି ନିଯୁକ୍ତ କରୁଛୁ ଯାହାର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିରିକ୍ଷଣ କରାଯିବ। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.ଭି ରବିନ୍ଦ୍ରନ୍ କମିଟିର ଅଧ୍ୟକ୍ଷ ହେବେ। ଏଥିରେ ଶ୍ରୀ ଆଲୋକ ଯୋଶୀ ସଦସ୍ୟ ରହିବେ।

ଆହୁରି ପଢ଼ନ୍ତୁ: ହାଏତିର ଐତିହାସିକ ଲା ଫେରିଏରେ ଦୁର୍ଗରେ ଭୟାବହ ଦଳାଚକଟା, ୩୦ ଜଣଙ୍କ ମୃତ୍ୟୁ

ଉଲ୍ଲେଖନୀୟଯେ, ବରିଷ୍ଠ ସାମ୍ବାଦିକ ଏନ ରାମ ଏବଂ ଶଶି କୁମାର ଏବଂ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସମେତ ଏହି ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନ ଉପରେ ଶୀର୍ଷ କୋର୍ଟ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ସେପ୍ଟେମ୍ବର ୧୩ ରେ ଇସ୍ରାଏଲର ପେଗାସସ୍ ସ୍ପାଏୱେୟାରର ନିରପେକ୍ଷ ଯାଞ୍ଚ ପାଇଁ ଏକ ନିବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପ୍ରସଙ୍ଗରେ ଏହାର ରାୟ ସଂରକ୍ଷିତ ରଖିଥିଲେ।

ଏହି ଅଭିଯୋଗର ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାଧୀନ ସଦସ୍ୟମାନଙ୍କର ଏକ ବିଶେଷଜ୍ଞ ପ୍ୟାନେଲ୍ ଗଠନ ପାଇଁ ପ୍ରସ୍ତାବ ରଖାଯାଇଥିଲା। ବିଶେଷଜ୍ଞ ପ୍ୟାନେଲ ଆଗରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମଧ୍ୟ କେନ୍ଦ୍ର ନିଶ୍ଚିତ କରିଛି। ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି କୌଣସି ନିର୍ଦ୍ଦିଷ୍ଟ ସଫ୍ଟୱେୟାରର ବ୍ୟବହାର କିମ୍ବା ବ୍ୟବହାରକୁ ନେଇ ଏହି ବିତର୍କ ହୋଇପାରିବ ନାହିଁ ବୋଲି ସରକାର ଏକ ବିସ୍ତୃତ ଆଫିଡେଭିଟ୍ ଦାଖଲ କରିବାକୁ ମନା କରି ଦେଇଥିଲେ।

ସୁପ୍ରିମକୋର୍ଟ କହିଥିଲେ ଯେ, ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାକୁ ଚାହୁଁନାହାଁନ୍ତି। କୋର୍ଟ କହିଥିଲେ ଯେ ଏହା କେବଳ ଜାଣିବାକୁ ଚାହୁଁଛି ଯେ କେନ୍ଦ୍ର ବେଆଇନ ଭାବେ ପେଗାସସ୍ ସ୍ପାଏୱେର୍ ବ୍ୟବହାର କରିଛି କି ନାହିଁ। ସେତେବେଳେ କୋର୍ଟ କହିଥିଲେ ଯେ ଦୁଇ-ତିନି ଦିନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ ହେବ। ୨୩ ସେପ୍ଟେମ୍ବରରେ ଇସ୍ରାଏଲର ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ନାଗରିକ, ବିଶେଷକରି ବିରୋଧୀ ଦଳର ନେତା, ସାମ୍ବାଦିକ, କାର୍ୟ୍ୟକର୍ତ୍ତା ଇତ୍ୟାଦିଙ୍କର ଗୁପ୍ତଚର ଅଭିଯୋଗର ଯାଞ୍ଚ ପାଇଁ ବୈଷୟିକ କମିଟି ଗଠନ କରିବାକୁ ପ୍ରଧାନ ବିଚାରପତି ଖୋଲା କୋର୍ଟରେ ସୂଚିତ କରିଥିଲେ। ଏହା ପରେ ପ୍ରଧାନ ବିଚାରପତି କହିଥିଲେ ଯେ, ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଚିନ୍ତା କରୁଛନ୍ତି। ଏଥିସହ ସେ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଯୋଗାଯୋଗ କରାଯାଇଥିବା କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ କମିଟିର ଅଂଶ ଗ୍ରହଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି ଯେଉଁଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବାରେ ବିଳମ୍ବ କରୁଛନ୍ତି।

27 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର