ବହୁ ପ୍ରତୀକ୍ଷାର ଅନ୍ତ; ଦୀର୍ଘ ୯ ମାସ ପରେ ଆଜି ପୃଥିବୀକୁ ଫେରିବେ ସୁନୀତା

The Sakala Picture
Published On

ୱାସିଂଟନ: ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ମାତ୍ର ୮ ଦିନର ଅଭିଯାନ ଦୀର୍ଘ ୯ ମାସ ପରେ ଶେଷ ହେବାକୁ ବସିଛି। ଶେଷରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର୍‌ ଆଉ ଦୁଇ ଜଣ ମହାକାଶଚାରୀଙ୍କ ସହ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଛାଡ଼ିବାକୁ ଯାଉଛନ୍ତି। ସ୍ପେସ୍‌ଏକ୍ସର ଡ୍ରାଗନ କ୍ୟାପ୍‌ସୁଲ ଏହି ମହାକାଶଚାରୀଙ୍କୁ ପୃଥିବୀରେ ପହଞ୍ଚାଇବା ପାଇଁ ୪୦୦ କିମିର ଯାତ୍ରାକୁ ୧୭ ଘଣ୍ଟା ସମୟ ନେବ। […]

ୱାସିଂଟନ: ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ମାତ୍ର ୮ ଦିନର ଅଭିଯାନ ଦୀର୍ଘ ୯ ମାସ ପରେ ଶେଷ ହେବାକୁ ବସିଛି। ଶେଷରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର୍‌ ଆଉ ଦୁଇ ଜଣ ମହାକାଶଚାରୀଙ୍କ ସହ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ଛାଡ଼ିବାକୁ ଯାଉଛନ୍ତି। ସ୍ପେସ୍‌ଏକ୍ସର ଡ୍ରାଗନ କ୍ୟାପ୍‌ସୁଲ ଏହି ମହାକାଶଚାରୀଙ୍କୁ ପୃଥିବୀରେ ପହଞ୍ଚାଇବା ପାଇଁ ୪୦୦ କିମିର ଯାତ୍ରାକୁ ୧୭ ଘଣ୍ଟା ସମୟ ନେବ। ପରେ ଆଟଲାଣ୍ଟିକ ମହାସାଗର କିମ୍ବା ମେକ୍ସିକୋ ଉପକୂଳରେ ଅବତରଣ କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଡ୍ରାଗନ କ୍ୟାପ୍‌ସୁଲରେ ସୁନିତାଙ୍କ ସମେତ କ୍ରୁ-୯ର ଚାରି ମହାକାଶଚାରୀ ପୃଥିବୀକୁ ଫେରିବେ। ଏହା ପରେ ଯାନ ଆଇଏସଏସରୁ ଅନ-ଡକିଂ ହେବ। ଏହା ୫ଟି ପର୍ଯ୍ୟାୟରେ ଶେଷ ହେବ। ଆଇଏସଏସ ଛାଡ଼ିବା ପରେ ଏହା ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବ। ଏହି ପ୍ରକ୍ରିୟାକୁ ‘ରିଏଣ୍ଟ୍ରି’କୁହାଯାଏ। ମହାକାଶରେ ଡ୍ରାଗନ କ୍ୟାପସୁଲ୍‌ ସର୍ବନିମ୍ନ ଘଣ୍ଟା ପ୍ରତି ୧୮ ହଜାର କିମି ବେଗରେ ଗତି କରିବ। ମାତ୍ର ରିଏଣ୍ଟ୍ରି ସମୟରେ ବେଗ ହ୍ରାସ ପାଇବ। ଏହି ସମୟରେ ଡ୍ରାଗନ କ୍ୟାପ୍‌ସୁଲର କୋଣ ଯଦି ଟିକିଏ ବି ଏପାଖସେପାଖ ହୁଏ ତେବେ ତାହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଯଦି ଯାନ ସିଧାସଳଖ ଭାବେ ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ତାପମାତ୍ରା ୧୫୦୦ ଡିଗ୍ରୀ ସେଲ୍‌ସିୟରରୁ ଅଧିକ ହୋଇଯିବ। ଏହା ଦ୍ବାରା ନିଆଁ ଲାଗିଯିବାର ସମ୍ଭାବନା ରହିଛି। ସେହିପରି ଯଦି କଣେଇକି ଗୋଟିଏ ପାର୍ଶ୍ବରୁ ପ୍ରବେଶ କରେ ତେବେ ଯାନ ପୁଣିଥରେ ମହାକାଶକୁ ପଳାଇବାର ଆଶଙ୍କା ରହିଛି। ଏହା ବ୍ୟତୀତ ଯଦି ଫେରିବା ସମୟରେ ଥ୍ରଷ୍ଟର୍ସ କାମ କରିବନି ତେବେ ମହାକାଶଚାରୀଙ୍କ ପାଖରେ କିଛି ସମୟ ପାଇଁ ଅମ୍ଳଜାନ ଏବଂ ବିଦ୍ୟୁତ ଶକ୍ତି ରହିବ। ଏହାର କିଛି ଘଣ୍ଟା ମଧ୍ୟରେ ମହାକାଶଚାରୀଙ୍କୁ ଉଦ୍ଧାର କରିବାକୁ ହେବ। କିନ୍ତୁ ଏଭଳି ହେବାର ସମ୍ଭାବନା ବହୁତ କମ୍‌ ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଅବତରଣର ୫୫୦୦ ମିଟର ଦୂରରୁ ପାରାଚୁଟ୍‌ ଖୋଲିବା ମଧ୍ୟ ଜରୁରୀ। ଡ୍ରାଗନ କ୍ୟାପସୁଲର ରିଏଣ୍ଟ୍ରି ପରେ ପ୍ରଥମେ ୨ଟି ଡ୍ରାଗ୍‌ ପାରାଚୁଟ ଖୋଲିଥାଏ। ଏହି ସମୟରେ ଯାନର ଗତି ଘଣ୍ଟାପ୍ରତି ୫୬୦ କିମି ରହିଥାଏ। ପାରାଚୁଟ ଏହି ଗତିକୁ ଅଧିକ ହ୍ରାସ କରି ଯାନକୁ ସ୍ଥିର ରଖିଥାଏ। ପରେ ଭୂପୃଷ୍ଠରୁ ୧୮୦୦ ମିଟର ଦୂରରେ ଥିବାବେଳେ କ୍ୟାପ୍‌ସୁଲର ଆଉ ଚାରୋଟି ମୁଖ୍ୟ ପାରାଚୁଟ ଖୋଲିଥାଏ। ଯଦି ସଠିକ ସମୟରେ ପାରାଚୁଟ୍‌ ନ ଖୋଲେ ତେବେ ଯାନ ଧାର୍ଯ୍ୟ ସୀମାଠାରୁ ଅଧିକ ବେଗରେ ମାଡ଼ହେବାର ସମ୍ଭାବନା ଥାଏ। ଏହା ଦ୍ବାରା ମହାକାଶଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ। ମାତ୍ର ଏହି ଡ୍ରାଗନ୍‌ କ୍ୟାପସୁଲ ଏ ପର୍ଯ୍ୟନ୍ତ ୪୯ଟି ଅଭିଯାନ ଶେଷ କଲାଣି। ୪୪ ଥର ମହାକାଶକୁ ଯାତ୍ରା କଲାଣି। ସୁରକ୍ଷା ଦୃଷ୍ଟି କୋଣରୁ ଏହା ଅଧିକ ସୁରକ୍ଷିତ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର