ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

Suryakanta Picture
Published On

ପଶ୍ଚିମବଙ୍ଗର ଫଲତା ଅଞ୍ଚଳର ବାହୁବଳୀ ତୃଣମୂଳ କଂଗ୍ରେସ (TMC) ନେତା ଜାହାଙ୍ଗୀର ଖାନଙ୍କୁ ଶେଷରେ ଗିରଫ କରାଯାଇଛି। ରାଜ୍ୟ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଏବଂ ବେଙ୍ଗଲ ପୋଲିସର ମିଳିତ ଅଭିଯାନରେ ତାଙ୍କୁ ନେପାଳ ସୀମାରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସେ ନେପାଳ ଦେଇ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିଲେ। ଗିରଫ ପରେ ତାଙ୍କୁ କୋଲକାତା ଅଣାଯାଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ନିର୍ବାଚନ ପୂର୍ବରୁ ହୋଇଥିଲେ ଅନ୍ତର୍ଦ୍ଧାନ

ନିର୍ବାଚନ ସମୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ଜାହାଙ୍ଗୀର ଖାନ ଫଲତା କେନ୍ଦ୍ରରୁ ପ୍ରାର୍ଥୀ ହେବାର ଚର୍ଚ୍ଚା ଥିଲା। ତେବେ ଶେଷ ମୁହୂର୍ତ୍ତରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିଲେ ଏବଂ ଏହା ପରେ ପରେ ସେ ଫେରାର୍ ହୋଇଯାଇଥିଲେ। ନିଜକୁ ଲୁଚାଇବା ପାଇଁ ସେ ମୋବାଇଲ୍ ଫୋନ୍ ବନ୍ଦ କରିଦେବା ସହ ହ୍ୱାଟ୍ସଆପ୍‌ରୁ ମଧ୍ୟ ଲଗଆଉଟ୍ ହୋଇଯାଇଥିଲେ, ଯାହା ଫଳରେ ପୋଲିସକୁ ତାଙ୍କର ଠିକଣା ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଗୁଇନ୍ଦା ସୂଚନା ଆଧାରରେ STF ର ଅପରେସନ୍

ବିଭିନ୍ନ ମାମଲାରେ ତାଙ୍କ ନାମ ଆସିବା ପରେ ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ଏବଂ STF ମିଳିତ ଭାବେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଦୀର୍ଘ ଦିନର ନଜରଦାରୀ ଏବଂ ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଏସଟିଏଫ୍ ତାଙ୍କର ସ୍ଥିତି ବିଷୟରେ ନିଶ୍ଚିତ ହୋଇଥିଲା। ଶେଷରେ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ତାଙ୍କୁ କାବୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଏହି ଘଟଣା ଏବେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଚଳରେ 'ପୁଷ୍ପା' କିମ୍ବା 'ସ୍ୱଘୋଷିତ ଡନ୍' ଭାବେ ପରିଚିତ ଜାହାଙ୍ଗୀରଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଫେରାର୍ ଥିବା ସମୟରେ ତାଙ୍କୁ କିଏ କିଏ ଆଶ୍ରୟ ଦେଇଥିଲେ, ପୋଲିସ ବର୍ତ୍ତମାନ ସେହି ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର