ଦିଲ୍ଲୀ ରେଳ ଷ୍ଟେସନକୁ ସ୍ୱଚ୍ଛ ରଖିବ ସ୍ୱୟଂଚାଳିତ ଡଷ୍ଟବିନ୍, ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଆସିବ ମେସେଜ୍

The Sakala Picture
Published On

ରେଳ ଷ୍ଟେସନକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ଦିଲ୍ଲୀ ସରକାର ନେଇଛନ୍ତି ନୁଆ ପଦକ୍ଷେପ । ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧ରେ ସ୍ୱୟଂଚାଳିତ […]

ରେଳ ଷ୍ଟେସନକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ଦିଲ୍ଲୀ ସରକାର ନେଇଛନ୍ତି ନୁଆ ପଦକ୍ଷେପ । ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ । ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା ଚାଲିଛି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧ରେ ସ୍ୱୟଂଚାଳିତ ଡଷ୍ଟବିନ ଲଗାଯାଇଛି, ଯାହା ପୁରୁଣା ଚିଠି ବାକ୍ସ ପରି ଦେଖାଯାଉଛି । ଏହି ସ୍ୱୟଂଚାଳିତ ଡଷ୍ଟବିନରେ, ଢାଙ୍କୁଣୀ ସ୍ୱୟଂଚାଳିତ ଭାବରେ ଖୋଲିଥାଏ, ଏବଂ ତା’ପରେ ବନ୍ଦ ହୋଇଯାଏ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ସ୍ୱୟଂଚାଳିତ ଡଷ୍ଟବିନରେ ଜଣେ ଆବର୍ଜନା ପକାଇବା ପାଇଁ ଡଷ୍ଟବିନ ଆଡକୁ ହାତ ବଢାଇଲେ, ଏହା ସ୍ୱତଃ ଖୋଲିଯାଇଥାଏ । ଏଥି ସହିତ, ଏହି ଡଷ୍ଟବିନ ଗୁଡିକର ବିଶେଷତା ହେଉଛି ଯେ ଏହା ଦୁର୍ଗନ୍ଧ ହୁଏ ନାହିଁ । ଓଦା ଏବଂ ଶୁଖିଲା ଆବର୍ଜନା ପକାଇବା ପାଇଁ ଏକ ପୃଥକ ବ୍ୟବସ୍ଥା ମଧ୍ୟ ଅଛି । ରେଳ ଅଧିକାରୀ କହିଛନ୍ତି ଯେ ଏହି ସ୍ୱୟଂଚାଳିତ ଡଷ୍ଟବିନ ଗୁଡିକ ୧୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ରଖିପାରେ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଏଥିସହ ସାଧାରଣ ଡଷ୍ଟବିନ ଅପେକ୍ଷା ଅଧିକ ଅଳିଆ ଆବର୍ଜନା ରଖାଯାଇପାରିବ । ଅଧିକାରୀଙ୍କ କହିବାନୁସାରେ, ସାଧାରଣ ଡଷ୍ଟବିନକୁ ଦିନକୁ ଅତି କମରେ ୩ରୁ ୪ ଥର ଖାଲି କରିବାକୁ ପଡିଥାଏ, କିନ୍ତୁ ସ୍ୱୟଂଚାଳିତ ଡଷ୍ଟବିନ୍ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରିପାରେ । ଯେତେବେଳେ ଡଷ୍ଟବିନ ୭୫ ପ୍ରତିଶତ ଯାଏଁ ଭର୍ତ୍ତି ହୋଇଯାଏ, ସେତେବେଳେ ଷ୍ଟେସନ ମାଷ୍ଟରଙ୍କ ଫୋନକୁ ଏକ ମେସେଜ ଯିବ । ଏହା ଦ୍ୱାରା ଆବର୍ଜନା ସଂଗ୍ରହ ସହଜରେ ଓ କମ ସମୟ ମଧ୍ୟରେ ହୋଇଯାଇଥାଏ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର