ଶାହାରୁଖଙ୍କ ପୁଅ ଆର୍ଯ୍ୟନକୁ ମିଳିଲାନି ଜାମିନ, ୭ ଯାଏଁ ରିମାଣ୍ଡରେ ନେଲା ଏନସିବି

The Sakala Picture
Published On

ମୁମ୍ବଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆର୍ଯ୍ୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିଲା ବେଳେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ । ଆର୍ଯ୍ୟନ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା […]

ମୁମ୍ବଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆର୍ଯ୍ୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିଲା ବେଳେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଆର୍ଯ୍ୟନ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା ଦାବି କରି ଅଧିକ ସୂଚନା ପାଇଁ ତାଙ୍କୁ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ଆଜି ଏହାର ଶୁଣାଣି କରି ଅଦାଲତ ଅକ୍ଟୋବର ୧୧ ପରିବର୍ତ୍ତେ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଇଛନ୍ତି।ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଘଟଣାରେ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ଏନସିବିର ପଚରାଉଚରା ଜରୁରୀ। ସେଥିପାଇଁ ଅକ୍ଟୋବର ୭ପର୍ଯ୍ୟନ୍ତ ଆର୍ଯ୍ୟନ ଖାନ ଏବଂ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏନସିବି ହେପାଜତକୁ ପଠାଯାଉଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ଅଦାଲତରେ ଶୁଣାଣି ସମୟରେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଥିଲେ ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, ଏନ୍‌ସିବି ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍ଯ୍ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍ଯ୍ୟନନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର