ଦିଲ୍ଲୀ ବାସଭବନରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ : ସାଂସଦଙ୍କ ଝୁଲନ୍ତା ମୃତଦେହ ଠାବ । ଦିଲ୍ଲୀ ସ୍ଥିତ ବାସଭବନରୁ ଠାବ ହେଲା ସାଂସଦଙ୍କ ମୃତଦେହ। ହିମାଚଳ ପ୍ରଦେଶର ମଣ୍ଡିରୁ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ୬୨ ବର୍ଷିୟ ରାମସ୍ୱରୂପ ଶର୍ମାଙ୍କୁ ଆଜି ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ରହସ୍ୟମୟ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। […]
ନୂଆଦିଲ୍ଲୀ : ସାଂସଦଙ୍କ ଝୁଲନ୍ତା ମୃତଦେହ ଠାବ । ଦିଲ୍ଲୀ ସ୍ଥିତ ବାସଭବନରୁ ଠାବ ହେଲା ସାଂସଦଙ୍କ ମୃତଦେହ। ହିମାଚଳ ପ୍ରଦେଶର ମଣ୍ଡିରୁ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ୬୨ ବର୍ଷିୟ ରାମସ୍ୱରୂପ ଶର୍ମାଙ୍କୁ ଆଜି ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ରହସ୍ୟମୟ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ସେପଟେ ସାଂସଦଙ୍କ ମୃତ୍ୟୁ ପରେ ବିଜେପିର ଆଜିର ସଂସଦୀୟ ଦଳ ବୈଠକ ରଦ୍ଦ କରାଯାଇଛି।
Delhi: The body of BJP MP Ram Swaroop Sharma being brought out of his residence. MoS Finance and Corporate Affairs Anurag Thakur reaches the spot. pic.twitter.com/Dsek4KrbVi
— ANI (@ANI) March 17, 2021
ସୂଚନାଅନୁସାରେ ୬୨ ବର୍ଷୀୟ ସାଂସଦ ରାମସ୍ୱରୁପ ଶର୍ମା ନିଜ ରୁମ୍ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ମିଳିଥିବା ସୂଚନା ମୁତାବକ ପ୍ରତିଦିନ ସକାଳ ୬ଟା କିମ୍ବା ସାଢ଼େ ୬ଟାରେ ସାଂସଦ ଉଠି ଯାଉଥିଲେ କିନ୍ତୁ ଆଜି ସାଢ଼େ ୬ଟା ହେବା ପରେ ମଧ୍ୟ ସେ ଉଠିନଥିଲେ। ଏହାରେ ତାଙ୍କ ପିଏ କଣ୍ଟ୍ରୋଲ ରୁମ୍କୁ ଫୋନ କରି ଜଣାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖେ ତ ସାଂସଦ ଥିବା ଘର ଭିତର ପଟୁ ବନ୍ଦ ରହିଛି । ପୁଲିସ କବାଟ ଭାଙ୍ଗି ରାମ ସ୍ୱରୂପଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ତା’ପରେ ସାଂସଦଙ୍କୁ ପୁଲିସ ଦିଲ୍ଲୀ ରାମମନୋହର ଲୋହିୟା ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଦୁଇ ଦୁଇ ସାଂସଦ ଭାବେ ନିର୍ବାଚନ ହୋଇଛନ୍ତି ରାମସ୍ୱରୁପ ଶର୍ମା । ପ୍ରଥମେ ୨୦୧୪ ପରେ ୨୦୧୯ରେ ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଲଗାତର ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାମସ୍ୱରୁପ ଶର୍ମା । ସେ ଦୀର୍ଘ ଦିନ ହେବ ରାଷ୍ଟ୍ରୀୟ ସ୍ୱଂୟ ସେବା ସଂଘ ସହ ମଧ୍ୟ ଜଡିତ ଥିଲେ । ସାଂସଦ ହେବା ପୂର୍ବରୁ ସେ ମଣ୍ଡି ଜିଲ୍ଲାର ବିଜେପି ସଚିବ ଏବଂ ପରେ ହିମାଚଳ ପ୍ରେଦଶର ବିଜେପି ସଚିବ ଥିଲେ। ତେବେ ହଠାତ୍ ତାଙ୍କର ଏପରି ମୃତ୍ୟୁ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି ।