ମିଳିତ ଜାତିସଂଘରେ ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଳିତ ଜାତିସଂଘର ସାଧାରଣ ପରିଷଦର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ। ଆତଙ୍କବାଦ ଏବେ ରାଜନୈତିକ ଅସ୍ତ୍ର ପାଲଟି […]

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଳିତ ଜାତିସଂଘର ସାଧାରଣ ପରିଷଦର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ। ଆତଙ୍କବାଦ ଏବେ ରାଜନୈତିକ ଅସ୍ତ୍ର ପାଲଟି ଗଲାଣି। କିଛି ଦେଶ ଆତଙ୍କବାଦକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଆତଙ୍କବାଦ ଯୋଗୁ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି ହୋଇଛି। ଆତଙ୍କବାଦକୁ କେବେ ହେଲେ ଅସ୍ତ୍ର ଭାବେ ବ୍ୟବହାର କରା ନ ଯିବା ଦରକାର ବୋଲି ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତରେ ବ୍ରିକ୍ସ (BRICS) ସୁରକ୍ଷା ଅଧିକାରୀଙ୍କ ବୈଠକ: ଆତଙ୍କବାଦ ଏବଂ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା

ଏଥି ସହିତ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି ଆଫଗାନିସ୍ତାନ ମାଟି ଯେମିତି ଆତଙ୍କବାଦୀଙ୍କ ଗତିବିଧି ଓ ଆତଙ୍କବାଦ କାର୍ୟ୍ୟକଳାପ ପାଇଁ ବ୍ୟବାହାର ନ ହେବ ତାହା ତାଲିବାନ ସ୍ପଷ୍ଟ କରିବା ଉଚିତ। ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସହ ମହିଳା ଓ ଶିଶୁଙ୍କ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’କୁ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥି ସହିତ ଯେଉଁ ଦେଶମାନେ ଆତଙ୍କବାଦକୁ ଏବେ ବ୍ୟବହାର କରୁଛନ୍ତି , ଭବିଷ୍ୟତରେ ସେହି ଆତଙ୍କବାଦ ହିଁ ତାଙ୍କ ପାଇଁ ବିପଦର କାରଣ ହେବ ବୋଲି ମୋଦୀ କହିବା ସହ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବା ସମସ୍ତ ବିକାଶଶୀଳ ଦେଶ ପାଇଁ ବିଶେଷ କରି ଛୋଟ ବିକାଶଶୀଳ ଦେଶମାନଙ୍କ ପାଇଁ ଗର୍ବର ବିଷୟ। ଗତ ଦେଢ ବର୍ଷ ଧରି ସମଗ୍ର ବିଶ୍ୱ ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ମହାମାରୀର ସମ୍ମୁଖୀନ ହୋଇଛି। ଯେଉଁମାନେ ଏପରି ଭୟଙ୍କର ମହାମାରୀରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ପରିବାର ପ୍ରତି ମୋର ସମବେଦନା ଜଣାଉଛି।ଆଜି ସମଗ୍ର ବିଶ୍ୱ ହେଉଛି ଭାରତର ଘର। ଯେତେବେଳେ ବିଶ୍ୱ ଅଗ୍ରଗତି କରେ, ଭାରତ ଅଗ୍ରଗତି କରେ। ଯେତେବେଳେ ଭାରତ ବଦଳିଯାଏ, ବିଶ୍ୱରେ ପରିବର୍ତ୍ତନ ଆସିଥାଏ।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଲମ୍ବା ସମୟ ଧରି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ, ଗତ ୭ ବର୍ଷ ହେଲା ସେ ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରି ଆସୁଛନ୍ତି । ଏହାକୁ ମିଶାଇ ସେ ମୋଟ ୨୦ ବର୍ଷ ହେଲା ଦେଶର ସେବା କରିଆସୁଛନ୍ତି ବୋଲି କହିଛନ୍ତି । ସେବା ହିଁ ପରମ ଧର୍ମ । ଭାରତରେ ଏବେ ଟିକାକରଣ ଜୋରସୋରରେ ଜାରି ରହିଛି । ଭାରତ ଦୁନିଆର ପ୍ରଥମ ଡିଏନଏ ଟିକା ନିର୍ମାଣ କରିଛି ବୋଲି ମୋଦୀ କହିଛନ୍ତି । ଏଥି ସହିତ ଭାରତୀୟ ବୈଜ୍ଞାନିକମାନେ ନାସାଲ ଭ୍ୟାକସିନ ମଧ୍ୟ ତିଆରି କରିବାକୁ ଯାଉଛନ୍ତି। ସେହିପରି ପୁଣି ଟିକାର ରପ୍ତାନୀ ମଧ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହାବାଦ ମୋଦି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଟିକା କମ୍ପାନୀଗୁଡ଼ିକୁ ଭାରତକୁ ନିମନ୍ତ୍ରଣ କରିଛନ୍ତି।

ମିଳିତ ଜାତିସଂଘର ସାଧାରଣ ପରିଷଦର ୭୬ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସମାନ ବିକାଶ ପଥରେ ଗତି କରୁଛି। ଏହା ଆମର ପ୍ରାଥମିକତା ଯେ ବିକାଶ ସର୍ବତ୍ର ରହିବା ଉଚିତ, ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ। ଗତ ସାତ ବର୍ଷ ମଧ୍ୟରେ ଭାରତ ୪୩ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡିଛି। ଯେଉଁମାନେ ବର୍ତ୍ତମାନ ପର୍ୟ୍ୟନ୍ତ ଏଥିରୁ ବଞ୍ଚିତ ହୋଇଥିଲେ। ଆଜି ୩୬ କୋଟି ଲୋକଙ୍କୁ ବୀମା ସୁବିଧା ମିଳିଛି, ଯେଉଁମାନେ ଏ ବିଷୟରେ ପୂର୍ବରୁ ମଧ୍ୟ ଭାବି ପାରିନଥିଲେ। ୫୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିଛି। ଗୁଣାତ୍ମକ ସେବା ସହିତ ଭାରତ ସେମାନଙ୍କୁ ଯୋଡିଛି। ଭାରତ ୩୦ ନିୟୁତ ଲୋକଙ୍କୁ ଘରର ମାଲିକାନା ମିଳିଛି।

25 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର