ପାକିସ୍ତାନରେ ବ୍ୟାପିଛି ପୋଲିଓ ରୋଗ: ଭାରତ ଉପରେ ଭୂତାଣୁ ଆକ୍ରମଣର ଭୟ

The Sakala Picture
Published On

ନୂଆଦିଲ୍ଲୀ: ଚୀନ୍‌କୁ ବାଦ୍‌ ଦେଇ ସାରା ବିଶ୍ବରୁ କରୋନା ମହାମାରୀର ପ୍ରଭାବ ପ୍ରାୟ କମ୍‌ ହୋଇଗଲାଣି। ଏପରି ସମୟରେ କରୋନାଠାରୁ ୪ ଗୁଣ ଛୋଟ ପୋଲିଓ ଭୂତାଣୁ ଚୀନ୍‌ର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁ କରୋନାଠାରୁ ୪ ଗୁଣ ଅଧିକ ସଂକ୍ରାମକ। ମନୁଷ୍ୟ ପ୍ରାୟ ହଜାରେ ବର୍ଷ ହେଲା ଏହି ଭୂତାଣୁ ବିରୋଧରେ ଯୁଦ୍ଧ ଲଢୁଛି। ଆଫଗାନିସ୍ତାନରେ ଗୃହଯୁଦ୍ଧ ଏବଂ ପାକିସ୍ତାନରେ ବନ୍ୟା ଯୋଗୁଁ ଉଭୟ ଦେଶରେ ପୋଲିଓ ମାମଲା […]

ନୂଆଦିଲ୍ଲୀ: ଚୀନ୍‌କୁ ବାଦ୍‌ ଦେଇ ସାରା ବିଶ୍ବରୁ କରୋନା ମହାମାରୀର ପ୍ରଭାବ ପ୍ରାୟ କମ୍‌ ହୋଇଗଲାଣି। ଏପରି ସମୟରେ କରୋନାଠାରୁ ୪ ଗୁଣ ଛୋଟ ପୋଲିଓ ଭୂତାଣୁ ଚୀନ୍‌ର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁ କରୋନାଠାରୁ ୪ ଗୁଣ ଅଧିକ ସଂକ୍ରାମକ। ମନୁଷ୍ୟ ପ୍ରାୟ ହଜାରେ ବର୍ଷ ହେଲା ଏହି ଭୂତାଣୁ ବିରୋଧରେ ଯୁଦ୍ଧ ଲଢୁଛି। ଆଫଗାନିସ୍ତାନରେ ଗୃହଯୁଦ୍ଧ ଏବଂ ପାକିସ୍ତାନରେ ବନ୍ୟା ଯୋଗୁଁ ଉଭୟ ଦେଶରେ ପୋଲିଓ ମାମଲା ବୃଦ୍ଧି ପାଇଛି। ଏଥିପାଇଁ ଭାରତ ଉପରେ ଭୂତାଣୁ ଆକ୍ରମଣର ସମ୍ଭାବନା ବୃଦ୍ଧି ପାଇଛି। ଆତଙ୍କବାଦୀ ପଠାଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନରେ ଏହି ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଛି। ଏବେ ପୁଣିଥରେ ଆମେରିକା, ୟୁରୋପଠାରୁ ନେଇ ଭାରତ ପର୍ଯ୍ୟନ୍ତ ପୋଲିଓ ବିପଦ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ମିଳିବା ପରେ ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଭାଇଙ୍କ ଅନନ୍ୟ ପ୍ରେମ: ଭଉଣୀ ପାଇଁ ଆଣିଲେ ୧ କୋଟି ୫୧ ଲକ୍ଷ ଟଙ୍କାର ଐତିହାସିକ 'ମାୟରା'

ଅନ୍ୟପକ୍ଷରେ, କରୋନା ଭୂତାଣୁ ପୁଣି ଚୀନ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହିତ ଅନେକ ସହରକୁ ଲକ୍‌ଡାଉନ କରିଦିଆଯାଇଛି। ସୋମବାର ସାଂଘାଇର ଡିଜ୍‌ନୀଲାଣ୍ଡକୁ ଅଚାନକ ବନ୍ଦ କରାଯାଇଛି। ଜନ୍ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ ସାଂଘାଇରୁ ଗତ ୨୮ ଦିନରେ ୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୫୯୫ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହି ସମୟରେ ସାରା ଦେଶରୁ ୧, ୭୮, ୧୭୮ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା କଟକଣାକୁ କଡାକଡି କରାଯାଉଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ତେବେ ସେମାନଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉନାହିଁ। ଲୋକେ ଏହି କଟକଣାକୁ ନିଆରା ଉପାୟ ଅବଲମ୍ବନ କରୁଛନ୍ତି। ସେମାନେ ଗୀତ ମାଧ୍ୟମରେ ବିରୋଧ କରି ସରକାରଙ୍କୁ ଚାଉଳ ମାଗୁଛନ୍ତି। ଚୀନ୍‌ରେ ଭାରତୀୟ ଗୀତିକାର ବାପି ଲହିରିଙ୍କ ଗୀତ ‘ଜିମି ଜିମି ଆଜା ଆଜା’ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଗୀତକୁ ମାଣ୍ଡାରିନ ଭାଷାରେ ଅନୁବାଦ କରି ଖାଲି ବାସନକୁସନ ଧରି ସରକାରଙ୍କୁ ଚାଉଳ ମାଗୁଛନ୍ତି। ସେହିପରି ତିବ୍ବତରେ କଟକଣା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

02 Nov 2022 By The Sakala

ପାକିସ୍ତାନରେ ବ୍ୟାପିଛି ପୋଲିଓ ରୋଗ: ଭାରତ ଉପରେ ଭୂତାଣୁ ଆକ୍ରମଣର ଭୟ

ନୂଆଦିଲ୍ଲୀ: ଚୀନ୍‌କୁ ବାଦ୍‌ ଦେଇ ସାରା ବିଶ୍ବରୁ କରୋନା ମହାମାରୀର ପ୍ରଭାବ ପ୍ରାୟ କମ୍‌ ହୋଇଗଲାଣି। ଏପରି ସମୟରେ କରୋନାଠାରୁ ୪ ଗୁଣ ଛୋଟ ପୋଲିଓ ଭୂତାଣୁ ଚୀନ୍‌ର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ନୂଆ ବିପଦ ସୃଷ୍ଟି କରିଛି। ଏହି ଭୂତାଣୁ କରୋନାଠାରୁ ୪ ଗୁଣ ଅଧିକ ସଂକ୍ରାମକ। ମନୁଷ୍ୟ ପ୍ରାୟ ହଜାରେ ବର୍ଷ ହେଲା ଏହି ଭୂତାଣୁ ବିରୋଧରେ ଯୁଦ୍ଧ ଲଢୁଛି। ଆଫଗାନିସ୍ତାନରେ ଗୃହଯୁଦ୍ଧ ଏବଂ ପାକିସ୍ତାନରେ ବନ୍ୟା ଯୋଗୁଁ ଉଭୟ ଦେଶରେ ପୋଲିଓ ମାମଲା ବୃଦ୍ଧି ପାଇଛି। ଏଥିପାଇଁ ଭାରତ ଉପରେ ଭୂତାଣୁ ଆକ୍ରମଣର ସମ୍ଭାବନା ବୃଦ୍ଧି ପାଇଛି। ଆତଙ୍କବାଦୀ ପଠାଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନରେ ଏହି ଭୂତାଣୁ ବ୍ୟାପିବାର ସମ୍ଭାବନା ରହିଛି। ଏବେ ପୁଣିଥରେ ଆମେରିକା, ୟୁରୋପଠାରୁ ନେଇ ଭାରତ ପର୍ଯ୍ୟନ୍ତ ପୋଲିଓ ବିପଦ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ମିଳିବା ପରେ ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିଲା।

ଅନ୍ୟପକ୍ଷରେ, କରୋନା ଭୂତାଣୁ ପୁଣି ଚୀନ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିଛି। କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହିତ ଅନେକ ସହରକୁ ଲକ୍‌ଡାଉନ କରିଦିଆଯାଇଛି। ସୋମବାର ସାଂଘାଇର ଡିଜ୍‌ନୀଲାଣ୍ଡକୁ ଅଚାନକ ବନ୍ଦ କରାଯାଇଛି। ଜନ୍ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ ସାଂଘାଇରୁ ଗତ ୨୮ ଦିନରେ ୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୫୯୫ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହି ସମୟରେ ସାରା ଦେଶରୁ ୧, ୭୮, ୧୭୮ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା କଟକଣାକୁ କଡାକଡି କରାଯାଉଛି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ତେବେ ସେମାନଙ୍କୁ ଖାଦ୍ୟପଦାର୍ଥ ପ୍ରଦାନ କରାଯାଉନାହିଁ। ଲୋକେ ଏହି କଟକଣାକୁ ନିଆରା ଉପାୟ ଅବଲମ୍ବନ କରୁଛନ୍ତି। ସେମାନେ ଗୀତ ମାଧ୍ୟମରେ ବିରୋଧ କରି ସରକାରଙ୍କୁ ଚାଉଳ ମାଗୁଛନ୍ତି। ଚୀନ୍‌ରେ ଭାରତୀୟ ଗୀତିକାର ବାପି ଲହିରିଙ୍କ ଗୀତ ‘ଜିମି ଜିମି ଆଜା ଆଜା’ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଗୀତକୁ ମାଣ୍ଡାରିନ ଭାଷାରେ ଅନୁବାଦ କରି ଖାଲି ବାସନକୁସନ ଧରି ସରକାରଙ୍କୁ ଚାଉଳ ମାଗୁଛନ୍ତି। ସେହିପରି ତିବ୍ବତରେ କଟକଣା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର