କେନ୍ଦ୍ର ସରକାରଙ୍କୁ ସୀତାରାମ ୟେଚୁରୀଙ୍କ ସମାଲୋଚନା, କହିଲେ ବିଜେପି ସରକାରଙ୍କ ନୀତି ହେଉଛି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ

The Sakala Picture
Published On

ନୂଆଦିଲ୍ଲୀ : କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତରେ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ପ୍ୟାନେଲର ରିପୋର୍ଟକୁ ଖାରଜ କରି କେନ୍ଦ୍ର ସରକାରଙ୍କୁ ଘୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେପି ସରକାର ଦେଖାଏ ଗୋଟେ ଏବଂ କରେ ଅନ୍ୟଗୋଟେ। ବିଜେପି ସରକାରଙ୍କ ନୀତି ହେଉଛି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ। ୟେଚୁରୀ ଅଭିଯୋଗ କରି କହିଛନ୍ତି, ବିଜେପି ସରକାରଙ୍କ ନୀତି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ। […]

ନୂଆଦିଲ୍ଲୀ : କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତରେ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ପ୍ୟାନେଲର ରିପୋର୍ଟକୁ ଖାରଜ କରି କେନ୍ଦ୍ର ସରକାରଙ୍କୁ ଘୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେପି ସରକାର ଦେଖାଏ ଗୋଟେ ଏବଂ କରେ ଅନ୍ୟଗୋଟେ। ବିଜେପି ସରକାରଙ୍କ ନୀତି ହେଉଛି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ୟେଚୁରୀ ଅଭିଯୋଗ କରି କହିଛନ୍ତି, ବିଜେପି ସରକାରଙ୍କ ନୀତି ବିଦେଶରେ ଗାନ୍ଧୀ ଏବଂ ଦେଶରେ ଗଡସେ। ଏହି ସରକାର ଗୋଟିଏ ପଟେ ସମସ୍ତଙ୍କୁ କହିବାକୁ ଚାହାଁନ୍ତି ଯେ ଆମ ଦେଶରେ ଗଣତନ୍ତ୍ର ଅଛି ଏବଂ ଅନ୍ୟ ପଟେ ଦେଶ ଭିତରେ ସେମାନେ ଗଣତାନ୍ତ୍ରିକ ଅଧିକାରକୁ ଖଣ୍ଡନ କରୁଛନ୍ତି। ସିପିଆଇଏମ୍ ସାଧାରଣ ସଚିବ ଆହୁରି କହିଛନ୍ତି ଯେ ଦେଶ ଉପରେ ଆଧାରିତ ସମସ୍ତ ବିଦେଶୀ ରିପୋର୍ଟକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା (USCIRF) ରିପୋର୍ଟକୁ ଅଗ୍ରାହ୍ୟ କରି ୟେଚୁରୀ କହିଛନ୍ତି ଯେ ଏହି ସରକାର ଦେଶ ଭିତରେ ସମ୍ବିଧାନ ପ୍ରଦତ୍ତ ମାନବିକ ଅଧିକାର ଓ ଗଣତାନ୍ତ୍ରିକ ଅଧିକାର ଏବଂ ଧାର୍ମିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ସୂଚନାଯୋଗ୍ୟ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା (USCIRF) ରିପୋର୍ଟରେ ଗତ ଗୁରୁବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚିନ୍ତା ପ୍ରକଟ କରିଛନ୍ତି ଯେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ବ୍ଲିଙ୍କେନ୍ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର, ଯେଉଁଠାରେ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି । ସାଂପ୍ରତିକ ସମୟରେ ଲୋକଙ୍କ ଉପରେ ତଥା ପୂଜାସ୍ଥଳି ଉପରେ ଆକ୍ରମଣ ମାମଲାରେ ବୃଦ୍ଧି ଘଟିଛି । ଆମେରିକାର ଏହି ମନ୍ତବ୍ୟ ପରେ ଏହାର ଉପଯୁକ୍ତ ଜବାବ ଭାରତ ଆମେରିକାକୁ ଦେଇଛି ଏବଂ ଆମେରିକାକୁ ନିଜକୁ ଦେଖିବା ପାଇଁ ପରାମର୍ଶ ଦେଇଛି । ଗନ କଲ୍ଚର, ଜାତି ଏବଂ କଳାଗୋରା ଭେଦଭାବ ଭିତ୍ତିରେ ଆମେରିକାରେ ହେଉଥିବ ହିଂସା ଉପରେ ଲଗାମ ଲଗାଇବାକୁ ଭାରତ କହିଛି ।

ଆହୁରି ପଢ଼ନ୍ତୁ: ଆକାଶରେ 'ମୋନାଲିସା'ର ଚିତ୍ର ଆଙ୍କିଲେ ପାଇଲଟ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଭାରତର ବୈଦେଶିକ ବିଭାଗର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ସୂଚନା ଉପରେ ଆମେରିକାର ବୈଦେଶିକ ବିଭାଗ ୨୦୨୧ ରିପୋର୍ଟ ପ୍ରକାଶ ପାଇଥିବା ଆମେ ଲକ୍ଷ୍ୟ କରିଛୁ । ଆନ୍ତର୍ଜାତୀୟ ସଂପର୍କରେ ଭୋଟ୍ ବ୍ୟାଙ୍କ ରାଜନୀତି ଅଭ୍ୟାସ କରିବା ଦୁର୍ଭାଗ୍ୟଜନକ । ଆମେ ଅନୁରୋଧ କରିବୁ ଯେ ପ୍ରେରିତ ଇନପୁଟ୍ ଏବଂ ପକ୍ଷପାତିତ ଦୃଶ୍ୟ ଉପରେ ଆଧାରିତ ମୂଲ୍ୟାଙ୍କନରୁ ଦୂରେଇ ରହିବା ଉଚିତ । ବାଗଚି ଆହୁରି କହିଛନ୍ତି ଯେ ଭାରତ ଏକ ଅନ୍ତର୍ନିହିତ ବହୁମୁଖୀ ସମାଜ ଭାବରେ ଧାର୍ମିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ଗୁରୁତ୍ୱ ଦେଇଥାଏ । ଆମେରିକା ସହିତ ଆମର ଆଲୋଚନାରେ, ଆମେ ସେଠାରେ ନିୟମିତ ଭାବରେ ଜାତିଗତ ତଥା ବର୍ଣ୍ଣଗତ ଭାବରେ ଆକ୍ରମଣ, ଘୃଣା ଅପରାଧ ସମେତ ବନ୍ଧୁକ ଦ୍ୱାରା ହେଉଥିବା ହିଂସା ଆଦି ଚିନ୍ତାର ବିଷୟଗୁଡିକୁ ହାଇଲାଇଟ୍ କରିଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର