ଭାରତର ‘ଅଗ୍ନିପଥ’ ଯୋଜନା ପରେ ବଢୁଛି ପାକିସ୍ତାନର ହୃତ୍‌କମ୍ପ, ପିଓକେ ଦଖଲ ପାଇଁ ନୂଆ ପ୍ଲାନ୍‌ ବୋଲି କହିଲେ ପାକ୍‌ ରାଜନୀତିକ ବିଶାରଦ

The Sakala Picture
Published On

ଇସଲାମାବାଦ : ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଭାରତରେ ନିଆଁ ଜଳିଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ହେଲେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ କିନ୍ତୁ ଏହି ଯୋଜନାକୁ ନେଇ ଭିନ୍ନ ପରିସ୍ଥିତି ଦେଖାଯାଇଛି। ମୋଦୀ ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ସେଠାରେ ବିଭିନ୍ନ ସ୍ତରରେ […]

ଇସଲାମାବାଦ : ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଭାରତରେ ନିଆଁ ଜଳିଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ହେଲେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ କିନ୍ତୁ ଏହି ଯୋଜନାକୁ ନେଇ ଭିନ୍ନ ପରିସ୍ଥିତି ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ମୋଦୀ ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ସେଠାରେ ବିଭିନ୍ନ ସ୍ତରରେ ତର୍ଜମା କରାଯାଉଥିବା ବେଳେ ଏହା ପଛରେ ଭାରତର ଏକ ନିର୍ଦ୍ଦିଷ୍ଟ ଅଭିସନ୍ଧି ରହିଛି ବୋଲି ପାକିସ୍ତାନ ରାଜନେତାଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୪ ବର୍ଷ ଅନ୍ତରରେ ଯୁବକମାନଙ୍କୁ ସେନାରେ ଭର୍ତ୍ତି କରି ଭାରତ ଏହାର ସାମରିକ ଶକ୍ତିକୁ ଏକ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି ଯାହାକି ପାକିସ୍ତାନ ପାଇଁ ଦିନେ ବିପଦ ହେବ ବୋଲି ବିତର୍କ ଚାଲିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଏପରିକି ୨୦୨୪ କିମ୍ବା ୨୦୨୫ ବେଳକୁ ଭାରତ ଏହାର ପରିବର୍ତ୍ତିିତ ସାମରିକ ରୂପରେଖକୁ ନେଇ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିବାକୁ ଟାର୍ଗେଟ କରିଛି। ଏଭଳି ଯୋଜନା ପୂର୍ବରୁ ଆମେରିକା ଏବଂ ଅନ୍ୟ କିଛି ପାଶ୍ଚାତ୍ୟ ରାଷ୍ଟ୍ରରେ ଲାଗୁ ହୋଇସାରିଛି। ଏବେ ମୋଦୀ ସରକାର ଭାରତରେ ଏଭଳି ଯୋଜନା ପ୍ରଣୟନ କରି ନିଜର ସାମରିକ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବା ସହିତ ପିଓକେ ହାସଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେଠାକାର ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର