ମାନିଲେ ପାକ୍‌ ସେନା ଅଧିକାରୀ :ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନ, ଦେଖନ୍ତୁ ଭିଡ଼ିଓ…

The Sakala Picture
Published On

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡିତ ପାକିସ୍ତାନ, ୨୦୧୯ ମସିହାରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ନିଜର ସମ୍ପୃକ୍ତି ସ୍ୱୀକାର କରିଛି। ଏହାର ଶୀର୍ଷ ସାମରିକ ଅଧିକାରୀ ନିର୍ଲଜ୍ଜ ଭାବରେ ପୁଲୱାମାକୁ ତାଙ୍କ ଦେଶର ଏକ ରଣନୈତିକ ଦକ୍ଷତା ବୋଲି ବର୍ଣ୍ଣନା କରିଛନ୍ତି। ପୁଲୱାମା ଆକ୍ରମଣରେ ପାକିସ୍ତାନର ସେନା ସାମିଲ ଥିବା ସ୍ୱୀକାର କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡିତ ପାକିସ୍ତାନକୁ ଅପରେସନ ସିନ୍ଦୂର ଅଧୀନରେ ଭାରତ ଏକ ଉଚିତ ଶିକ୍ଷା ଦେଇଛି। ତେବେ ୨୦୧୯ ପୁଲୱାମା ଆକ୍ରମଣରେ […]

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡିତ ପାକିସ୍ତାନ, ୨୦୧୯ ମସିହାରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ନିଜର ସମ୍ପୃକ୍ତି ସ୍ୱୀକାର କରିଛି। ଏହାର ଶୀର୍ଷ ସାମରିକ ଅଧିକାରୀ ନିର୍ଲଜ୍ଜ ଭାବରେ ପୁଲୱାମାକୁ ତାଙ୍କ ଦେଶର ଏକ ରଣନୈତିକ ଦକ୍ଷତା ବୋଲି ବର୍ଣ୍ଣନା କରିଛନ୍ତି। ପୁଲୱାମା ଆକ୍ରମଣରେ ପାକିସ୍ତାନର ସେନା ସାମିଲ ଥିବା ସ୍ୱୀକାର କରିଛି।

ଆହୁରି ପଢ଼ନ୍ତୁ: ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତୀବ୍ର: JPSC ଓ JSSC ପରୀକ୍ଷା ଅନିୟମିତତା ପ୍ରତିବାଦରେ ବିଧାନସଭା ଘେରାଉ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡିତ ପାକିସ୍ତାନକୁ ଅପରେସନ ସିନ୍ଦୂର ଅଧୀନରେ ଭାରତ ଏକ ଉଚିତ ଶିକ୍ଷା ଦେଇଛି। ତେବେ ୨୦୧୯ ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଶତ୍ରୁ ଦେଶ ଦୀର୍ଘ ସମୟ ଧରି ଏପରି ଆକ୍ରମଣରେ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଆସୁଛି। ହେଲେ ପାକିସ୍ତାନର ଏୟାର ଭାଇସ ମାର୍ସଲ ଔରାଙ୍ଗଜେବ ଅହମ୍ମଦ କହିଛନ୍ତି ପୁଲୱାମା ଆକ୍ରମଣ ପାକିସ୍ତାନର ଏକ ରଣକୌଣଳ ଥିଲା । ଏକ ସମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଏୟାର ଭାଇସ ମାର୍ସଲ ତଥା ପାକିସ୍ତାନୀ ବାୟୁସେନାର ପିଆର ଡାଇରେକ୍ଟର ଜେନେରାଲଙ୍କ ଏଭଳି କହିଛନ୍ତି । ଏଭଳି ବୟାନ ପରେ ପାକିସ୍ତାନର ଅସଲ ମୁଖା ସାମ୍ନାକୁ ଆସିଛି । ୨୦୧୯ ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି ନଥିବା ନେଇ ସଫେଇ ଦେଇଆସୁଥିଲା ପାକିସ୍ତାନ ସରକାର । ଏବେ ପାକିସ୍ତାନର ଏୟାର ଭାଇସ ମାର୍ସଲ ଏଭଳି ବୟାନ ପରେ ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ରାଫେଲ୍‌ ଭୟରେ ଥରିଲା ପାକିସ୍ତାନ: ଆକାଶ ଛାଡ଼ି ଗ୍ରାଉଣ୍ଡରେ ଲୁଚିଲା ଏଫ୍-୧୬ ଫାଇଟର୍‌ ଜେଟ୍‌

ବିଦେଶୀ ଗଣମାଧ୍ୟମର ଉପସ୍ଥିତିରେ ଦାବି

ପାକିସ୍ତାନର ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ ଶୁକ୍ରବାର ଏହି ଦାବି କରିଛନ୍ତି। ଔରଙ୍ଗଜେବ ସ୍ୱୀକାର କରିଥିଲେ ଯେ ପୁଲୱାମା ପାକିସ୍ତାନୀ ସେନାର ଏକ ପ୍ରଚଣ୍ଡ ରଣନୈତିକ ଦକ୍ଷତା ଥିଲା। ସେ ଡଜନ ଡଜନ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ, ବିଶେଷକରି ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଏହା କହିଥିଲେ। ଔରାଙ୍ଗଜେବ ଅହମ୍ମଦ କହିଛନ୍ତି, ଯଦି ପାକିସ୍ତାନର ଜଳ, ସ୍ଥଳ, ଆକାଶ ଉପରକୁ ବିପଦ ଆସିବ, ତେବେ ଏଥିରେ କୌଣସି ବୁଝାମଣା ହୋଇପାରିବ ନାହିଁ ।

ଏହା ସହିତ, ଔରଙ୍ଗଜେବ କେବଳ ପୁଲୱାମା ଆକ୍ରମଣରେ ପାକିସ୍ତାନର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିନାହାନ୍ତି। ଏହା ବ୍ୟତୀତ ୨୨ ଏପ୍ରିଲର ପହଲଗାମ ଆକ୍ରମଣ ମଧ୍ୟ ପାକିସ୍ତାନର ସମ୍ପୃକ୍ତି ସନ୍ଦେହକୁ ଦୃଢ଼ କରିଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜେ ପାକିସ୍ତାନକୁ ଆତଙ୍କବାଦର ସବୁଠାରୁ ବଡ଼ ପୀଡିତ ଦେଶ ବୋଲି କହି ରଡ଼ି ଛାଡୁଛନ୍ତି, ସେତେବେଳେ ତାଙ୍କର ସେନା ଅଧିକାରୀ ଆତଙ୍କବାଦୀ ଆକ୍ରମଣ ତାଙ୍କ ଦେଶର ରଣକୌଣଳ ବୋଲି କହୁଛନ୍ତି।

ଉଚ୍ଚ ସେନା ଅଧିକାରୀଙ୍କ ମଧ୍ୟରେ ସ୍ୱୀକାରୋକ୍ତି

ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଏବଂ ନୌସେନା ମୁଖପାତ୍ରଙ୍କ ଉପସ୍ଥିତିରେ ଔରଙ୍ଗଜେବ ଅହମ୍ମଦ ଏହି ସ୍ୱୀକାରୋକ୍ତି କରିଛନ୍ତି। ଔରଙ୍ଗଜେବ କହିଛନ୍ତି, ଯଦି ପାକିସ୍ତାନର ବାୟୁସୀମା, ସ୍ଥଳ କିମ୍ବା ଜଳସୀମା ଉପରେ ବପଦ ଆସେ  ତେବେ କୌଣସି ପ୍ରକାର ଆପୋଷ ବୁଝାମଣା ହେବ ନାହିଁ। ଆମେ ଏହାକୁ ଅଣଦେଖା କରିପାରିବୁ ନାହିଁ। ଆମେ ଆମ ଦେଶ ପ୍ରତି ଋଣୀ। ପାକିସ୍ତାନର ଲୋକଙ୍କର ସେନା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ଆମେ ଏହି ବିଶ୍ୱାସକୁ ବଜାୟ ରଖିବୁ। ପାକିସ୍ତାନ ବାୟୁସେନା ଅଧିକାରୀ କହିଛନ୍ତି, ଆମେ ପୁଲୱାମାରେ ଆମର ରଣକୌଣଳର ଚମତ୍କାରତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲୁ। ଆମେ ଆମର କାର୍ଯ୍ୟକ୍ଷମ ଶକ୍ତି ଏବଂ ରଣନୈତିକ ଦକ୍ଷତା ପ୍ରଦର୍ଶନ କରିଛୁ।

11 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର