ବିହାର ଭୋଟର ତାଲିକା ସଂଶୋଧନ ବିବାଦ : ସୁପ୍ରିମକୋର୍ଟ-ନିର୍ବାଚନ କମିସନ ମୁହାଁମୁହିଁ
ନୂଆଦିଲ୍ଲୀ : ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସୁପ୍ରିମ କୋର୍ଟ ଏବଂ ନିର୍ବାଚନ କମିସନ। ବାଦ୍ ପଡ଼ିଥିବା ଭୋଟରମାନଙ୍କ ତାଲିକା ସହ ଅନ୍ୟାନ୍ୟ ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିବା ବେଳେ ଏଭଳି ତାଲିକା ଦେବାକୁ ମନାକରିଦେଇଛନ୍ତି କମିସନ। କମିସନ ପକ୍ଷରୁ କୁହାଯାଇଛି […]
ନୂଆଦିଲ୍ଲୀ : ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ୬୫ ଲକ୍ଷ ଭୋଟରଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସୁପ୍ରିମ କୋର୍ଟ ଏବଂ ନିର୍ବାଚନ କମିସନ। ବାଦ୍ ପଡ଼ିଥିବା ଭୋଟରମାନଙ୍କ ତାଲିକା ସହ ଅନ୍ୟାନ୍ୟ ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିବା ବେଳେ ଏଭଳି ତାଲିକା ଦେବାକୁ ମନାକରିଦେଇଛନ୍ତି କମିସନ। କମିସନ ପକ୍ଷରୁ କୁହାଯାଇଛି ଯେ ଭୋଟର ଚିଠା ତାଲିକାରୁ ବାଦ୍ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଦେବାକୁ ନିର୍ବାଚନ କମିସନ ଆଇନ ଦୃଷ୍ଟିରୁ ବାଧ୍ୟ ନୁହନ୍ତି।
ଗତକାଲି ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସାନି ସତ୍ୟପାଠରେ ଏଭଳି ଯୁକ୍ତି ଦର୍ଶାଇଛନ୍ତି ନିର୍ବାଚନ କମିସନ। କମିସନ କହିଛନ୍ତି ଯେ କେବଳ ଚିଠା ତାଲିକା (ଡ୍ରାଫ୍ଟ ରୋଲ୍) ପ୍ରକାଶନ ସହିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଚିଠା ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନଙ୍କ ସଂପର୍କରେ ନାମ ସହିତ ବାଦ୍ ପଡ଼ିବାର କାରଣ ପ୍ରକାଶ କରିବାକୁ କମିସନ ବାଧ୍ୟ ନୁହନ୍ତି। ୬୫ ଲକ୍ଷ ଲୋକଙ୍କ ସଂପର୍କରେ ଏଭଳି ସଂପୂର୍ଣ୍ଣ ବିବରଣୀ ପାଇଁ ପୃଥକ ତାଲିକା ଜାରି କରିବା ସମ୍ଭବ ମଧ୍ୟ ନୁହେଁ। ସତ୍ୟପାଠରେ କୁହାଯାଇଛି ଯେ ଚିଠା ତାଲିକା ବା ଡ୍ରାଫ୍ଟ ରୋଲରେ ନାମ ସାମିଲ ହୋଇନାହିଁର ଅର୍ଥ ନୁହେଁ ଯେ ସେମାନଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯାଇଛି।
ଏବେ ଭୋଟର ତାଲିକା ସଂଶୋଧନ ଚାଲିଛି ଏବଂ ବିଭନ୍ନ କାରଣରୁ ଅନେକ ଭୋଟରଙ୍କ ନାମ ସାମିଲ ହୋଇଥାଇନପାରେ। ଯେମିତି କି ଫର୍ମ ପୂରଣ ହୋଇନଥିବ ଏବଂ ଘରକୁ ଘର ବୁଲି ସର୍ଭେ ବେଳେ କୌଣସି ତ୍ରୁଟି ପରିଲକ୍ଷିତ ହୋଇଥିଲେ ନାମ ସାମିଲ ହୋଇପାରିବ ନାହିଁ। ତେବେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପୂର୍ବରୁ ଆପତ୍ତି ଅଭିଯୋଗର ସୁଯୋଗ ଦିଆଯିବ। ଚିଠା ତାଲିକାରେ ଯେଉଁମାନଙ୍କର ନାମ ନାହିଁ, ସେମାନେ ଆବଶ୍ୟକ କାଗଜପତ୍ର ସହିତ ଫର୍ମ-୬ ଦାଖଲ କରିପାରିବେ। ଏଥିପାଇଁ ସେପଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କମିସନ କହିଛନ୍ତି ଯେ ବିନା ପୂର୍ବ ନୋଟିସରେ କାହରି ନାମ କଟାଯିବ ନାହିଁ। ଏହାପୂର୍ବରୁ ଭୋଟରଙ୍କୁ ସୁଯୋଗ ଦିଆଯିବ।
ଚିଠା ତାଲିକା ବା ଡ୍ରାଫ୍ଟ ରୋଲରେ ବହୁସଂଖ୍ୟାରେ ଭୋଟରଙ୍କ ନାମ କାଟି ଦିଆଯାଇଛି ଏବଂ ଏହି ପ୍ରକ୍ରିୟା ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ ବୋଲି ଆବେଦନକାରୀ ଆସୋସିସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) କରିଥିବା ଅଭିଯୋଗକୁ ଖଣ୍ଡନ କରି କମିସନ କହିଛନ୍ତି ଯେ ଏହି ସଂସ୍ଥା ମିଥ୍ୟା ଓ ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରୁଛି।
ସୂଚନାଯୋଗ୍ୟ ଯେ ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ବେଳେ ଯେଉଁ ୬୫ ଲକ୍ଷ ଭୋଟରଙ୍କ ନାମ କଟାଯାଇଛି, ସେସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ଗତ ୬ ତାରିଖରେ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। କୋର୍ଟ କହିଥିଲେ ଯେ ଚିଠା ତାଲିକାରୁ ଯେଉଁ ୬୫ ଲକ୍ଷ ଭୋଟରଙ୍କ ନାମ କାଟିଛନ୍ତି, ତାହାର କେବଳ ସଂଖ୍ୟା ନଦେଇ ସେମାନଙ୍କର ନାମ ସହିତ କେଉଁମାନେ ମୃତ, କେଉଁମାନେ ଅନ୍ୟ ରାଜ୍ୟକୁ ପଳାଇଛନ୍ତି ଏବଂ କେଉଁମାନଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ବିଚାର କରାଯାଇ ନାହିଁ ଏବଂ କାହିଁକି ବିଚାର କରାଯାଇ ନାହିଁ, ସେସଂପର୍କରେ କମିସନ ସଂପୂର୍ଣ୍ଣ ତଥ୍ୟ ଦିଅନ୍ତୁ। କୋର୍ଟ ଆଦେଶ ମୁତାବକ ଗତକାଲି ନିର୍ବାଚନ କମିସନ ସଂପୂର୍ଣ୍ଣ ତଥ୍ୟ ଦେବାକୁ ମନା କରିବାକୁ ଯାଇ ଏଭଳି ଯୁକ୍ତି ଉପସ୍ଥାପନ କରିଛନ୍ତି।