ଏନଆଇଏକୁ ବଡ଼ ସଫଳତା, ପହଲଗାମ ହମଲାର ଦୁଇ ସହଯୋଗୀ ଗିରଫ

The Sakala Picture
Published On

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ରବିବାର ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସଂସ୍ଥା। ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ଭୟଙ୍କର ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏନଆଇଏ ଅନୁସାରେ, ପହଲଗାମ ବଟକୋଟର ପରଭେଜ ଅହମ୍ମଦ ଜୋଥର ଏବଂ ପହଲଗାମର ହିଲ ପାର୍କର ବଶୀର […]

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ରବିବାର ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସଂସ୍ଥା। ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ଭୟଙ୍କର ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ଏନଆଇଏ ଅନୁସାରେ, ପହଲଗାମ ବଟକୋଟର ପରଭେଜ ଅହମ୍ମଦ ଜୋଥର ଏବଂ ପହଲଗାମର ହିଲ ପାର୍କର ବଶୀର ଅହମ୍ମଦ ଜୋଥର ଆକ୍ରମଣରେ ସାମିଲ ଥିବା ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିଛନ୍ତି। ଏଥିସହ ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଲଇଟି) ସହ ଜଡ଼ିତ ପାକିସ୍ତାନୀ ନାଗରିକ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସଦ୍‌ଗୁରୁଙ୍କ କୈଳାସ ଯାତ୍ରା: ଆଦିଯୋଗୀଙ୍କ ‘ରହସ୍ୟମୟ ପାଠାଗାର’ରୁ ଜ୍ଞାନ ସନ୍ଧାନରେ ଆଧ୍ୟାତ୍ମିକ ଗୁରୁ

ଏନଆଇଏର ତଦନ୍ତ ଅନୁଯାୟୀ, ପରଭେଜ ଓ ବଶୀର ଆକ୍ରମଣ ପୂର୍ବରୁ ହିଲ ପାର୍କର ଏକ କୁଟୀରରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଇଥିଲେ। ଦୁହେଁ ଆତଙ୍କବାଦୀମାନଙ୍କୁ ଭୋଜନ, ଆଶ୍ରୟ ଏବଂ  ଲଜିଷ୍ଟିକ୍ ସହାୟତା ଯୋଗାଇଥିଲେ, ଯେଉଁମାନେ ସେହି ଦୁର୍ଭାଗ୍ୟଜନକ ଦ୍ଵିପ୍ରହରରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧାର୍ମିକ ପରିଚୟ ଆଧାରରେ ବାଛି ବାଛି ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

22 Jun 2025 By The Sakala

ଏନଆଇଏକୁ ବଡ଼ ସଫଳତା, ପହଲଗାମ ହମଲାର ଦୁଇ ସହଯୋଗୀ ଗିରଫ

ଜମ୍ମୁ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ରବିବାର ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସଂସ୍ଥା। ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ଭୟଙ୍କର ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ଏନଆଇଏ ଅନୁସାରେ, ପହଲଗାମ ବଟକୋଟର ପରଭେଜ ଅହମ୍ମଦ ଜୋଥର ଏବଂ ପହଲଗାମର ହିଲ ପାର୍କର ବଶୀର ଅହମ୍ମଦ ଜୋଥର ଆକ୍ରମଣରେ ସାମିଲ ଥିବା ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିଛନ୍ତି। ଏଥିସହ ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଲଇଟି) ସହ ଜଡ଼ିତ ପାକିସ୍ତାନୀ ନାଗରିକ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି।

ଏନଆଇଏର ତଦନ୍ତ ଅନୁଯାୟୀ, ପରଭେଜ ଓ ବଶୀର ଆକ୍ରମଣ ପୂର୍ବରୁ ହିଲ ପାର୍କର ଏକ କୁଟୀରରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଇଥିଲେ। ଦୁହେଁ ଆତଙ୍କବାଦୀମାନଙ୍କୁ ଭୋଜନ, ଆଶ୍ରୟ ଏବଂ  ଲଜିଷ୍ଟିକ୍ ସହାୟତା ଯୋଗାଇଥିଲେ, ଯେଉଁମାନେ ସେହି ଦୁର୍ଭାଗ୍ୟଜନକ ଦ୍ଵିପ୍ରହରରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧାର୍ମିକ ପରିଚୟ ଆଧାରରେ ବାଛି ବାଛି ହତ୍ୟା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର