ବାଲିରେ ମୋଦୀ-ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ : ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ହେଲା ଭେଟ, ଦେଖନ୍ତୁ ଭିଡିଓ….

The Sakala Picture
Published On

ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭେଟ ହୋଇଛି। ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ନେତା ପରସ୍ପରକୁ ଭେଟିଥିବା ବେଳେ କରମର୍ଦ୍ଦନ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଦେଇଥିବା ରାତ୍ରଭୋଜନ ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା। ତେବେ ମଙ୍ଗଳବାର ହୋଇଥିବା […]

ନୂଆଦିଲ୍ଲୀ : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭେଟ ହୋଇଛି। ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ନେତା ପରସ୍ପରକୁ ଭେଟିଥିବା ବେଳେ କରମର୍ଦ୍ଦନ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଦେଇଥିବା ରାତ୍ରଭୋଜନ ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା। ତେବେ ମଙ୍ଗଳବାର ହୋଇଥିବା ସାକ୍ଷାତ କେବଳ ଏକ ସଂକ୍ଷିପ୍ତ ତଥା ଅଣଔପଚାରିକ ସୌଜନ୍ୟମୂଳକ ସାକ୍ଷାତ ଥିବା ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ଇନ୍ଧନ ସଙ୍କଟ: ୪୨୧ ପେଟ୍ରୋଲ ପମ୍ପ ବନ୍ଦ, ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଏହି ଦୁଇ ନେତା କେବେ ଭେଟ ହୋଇନଥିଲେ। ଉଭୟ ନେତା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ମଧ୍ୟ ପରସ୍ପରକୁ ଭେଟୁନଥିଲେ। ଗତ ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଶିଖର ସମ୍ମିଳନୀରେ ଉଭୟ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ମଧ୍ୟ ବାର୍ତ୍ତାଳାପ କରିନଥିଲେ। ଉଭୟ ନେତା ସାମ୍‌ନାସାମ୍‌ନି ହୋଇଥିଲେ; କିନ୍ତୁ ମୋଦୀ ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ନଦେଖିଲା ପରି ଏଡ଼ାଇ ଯାଇଥିଲେ।

ସୂଚନାଯୋଗ୍ୟ ୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରିଥିଲା । ତେବେ ଚୀନର ଏହି ଦାବି ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସିମାନେ ଭୁଲ ବୋଲି କହିଥିଲେ । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ପରେ ଅନେକ ଥର ଆଲୋଚନା ପରେ ଚୀନ ଓ ଭାରତୀୟ ସେନା କେତେକ ଅଂଚଳରୁ ପଛକୁ ହଟିବାକୁ ସହମତ ହୋଇଥିଲେ।

15 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର