ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ

Tapas Ranjan Nanda Picture
Published On

ଗତ ଏପ୍ରିଲ ୨୫ ତାରିଖରେ ଟୋରୋଣ୍ଟୋରେ ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ କରାଯାଇଛି । ଏହି ଅବସରରେ କାନାଡାରେ ଟୋରୋଣ୍ଟୋରେ ଅବସ୍ଥିତ ପ୍ରାୟ ୨୦୦ ଓଡ଼ିଆ ପରିବାର ଯୋଗଦାନ କରିଥିଲେ । ଓଡ଼ିଆ ସଂସ୍କୃତିକୁ ଓଡିଶା ମାଟିରୁ ଅନତି ଦୂରରେ ଜୀବିତ ରଖିବାରେ ଓଡିଶା ସୋସାଇଟି ଅଫ କାନାଡ଼ାର ଏହି ପ୍ରୟାସ ଖୁବ ପ୍ରଶଂସନୀୟ ଥିଲା । ସଭାପତି ଶ୍ରୀମତୀ ବବିତା ମହାନ୍ତି , ଉପସଭାପତି ଶ୍ରୀ ସୁରେଶ ସାହୁଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ କାର୍ଯ୍ୟକର୍ତା ଶ୍ରୀ କୁଲଦୀପ ଦାଶ, ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ଶ୍ରୀ ସୁଧୀର ସୁରୁ, ଶ୍ରୀ ରାଜେଶ କୁମାର ସନ୍ଦୂଲୁ, ଶ୍ରୀ ଅବିନାଶ ବାସା, ଶ୍ରୀ ପ୍ରଭାତ କୁମାର ସାହୁ, ଶ୍ରୀମତୀ ବନ୍ଦନିକା ମହାପାତ୍ର ସୁଚାରୁ ରୂପେ ପରିବହନ କରିଥିଲେ ।  

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଏହି ଅବସରରେ କାନାଡ଼ାରେ ଭାରତ ସରକାରଙ୍କ ତରଫରୁ ଅବସ୍ଥିତ ବାଣିଜ୍ୟ ଦୂତାବାସର ପ୍ରଧାନ ଅଧିକାରୀ ଶ୍ରୀ ମହାବୀର ସିଂଭି ଉପସ୍ଥିତ ରହି ଉପସ୍ଥିତ ପ୍ରାୟ ୫୦୦ରୁ ଉର୍ଧ୍ଵ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହିତ ପରିବେଷଣ କରାଯାଇ ଥିବା ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟର  ଖୁବ ପ୍ରଶଂସା କରିଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ, ବିଭିନ୍ନ ପ୍ରତିଯୋଗିତା ଛୁଆ ଆଉ ବଡଙ୍କ ଭିତରେ ଖୁବ ଆକର୍ଷଣର ଉତ୍ସା ଥିଲା । କାର୍ଯ୍ୟକ୍ରମରେ ପରିବେଷିତ ଓଡିଶାର ପ୍ରସିଦ୍ଧ ବିଶେଷ ସୁସ୍ୱାଦୁ ବ୍ୟଞ୍ଜନ ଛେନା ପୋଡ଼, ଦହି ବରା ଆଳୁ ଦମ, ରସଗୋଲା, ଚାଟ୍ ଉପସ୍ଥିତ ଓଡ଼ିଆ ଏବଂ ଅଣ ଓଡ଼ିଆ ଅତିଥିଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା । 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟକ୍ରମକୁ ଖୁବ ଉପଭୋଗ କରିଥିଲେ । ସଭାକୁ ସୁଚାରୁ ରୂପେ ବହନ କରିବା ପାଇଁ ଛୋଟରୁ ବଡ ସ୍ୱେଚ୍ଛାସେବଙ୍କ ଆତୁରତା ଖୁବ ପ୍ରଶଂସନୀୟ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର