କାନାଡ଼ାରେ ଆତଙ୍କବାଦୀ ପନ୍ନୁ ସହ କୁକି ନେତାଙ୍କ ବୈଠକ, ମଣିପୁରକୁ ପାଣ୍ଠି ପଠାଉଛନ୍ତି ଖଲିସ୍ତାନୀ

The Sakala Picture
Published On

ନୂଆଦିଲ୍ଲୀ : ଆତଙ୍କବାଦୀ ହର୍‌ଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ ଭାରତ ଏବଂ କାନାଡ଼ା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ମଣିପୁରରେ ପୁଣି ଆରମ୍ଭ ହୋଇଥିବା ହିଂସା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି। ନିଜ୍ଜାର ହତ୍ୟା ପରେ କୁକି ସମ୍ପ୍ରଦାୟର ଜଣେ ବଡ଼ ନେତା କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ସହ ବୈଠକ କରିଥିଲେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା […]

ନୂଆଦିଲ୍ଲୀ : ଆତଙ୍କବାଦୀ ହର୍‌ଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ ଭାରତ ଏବଂ କାନାଡ଼ା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ମଣିପୁରରେ ପୁଣି ଆରମ୍ଭ ହୋଇଥିବା ହିଂସା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି। ନିଜ୍ଜାର ହତ୍ୟା ପରେ କୁକି ସମ୍ପ୍ରଦାୟର ଜଣେ ବଡ଼ ନେତା କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ସହ ବୈଠକ କରିଥିଲେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ଖଲିସ୍ତାନୀ ନେଟୱର୍କ ମାଧ୍ୟମରେ କୋଟି କୋଟି ଟଙ୍କା ହାୱାଲାରେ ମଣିପୁର ପଠା ଯାଇଥିଲା।

ଆହୁରି ପଢ଼ନ୍ତୁ: Viral Video: ଲିଫ୍ଟ ଭିତରେ ଫାଟିଲା ଗ୍ୟାସ ବେଲୁନ୍, ଜଳିଗଲେ ଯୁବକ ଓ ମହିଳା

କାନାଡ଼ାର ବ୍ରିଟିଶ କଲମ୍ବିଆର ସରେ ସ୍ଥିତ ଏକ ଗୁରୁଦ୍ବାରରେ ଆୟୋଜିତ ଖଲିସ୍ତାନ ସମର୍ଥକଙ୍କ ସଭାର ଭିଡିଓ ଭାରତୀୟ ଏଜେନ୍ସିଙ୍କୁ ମିଳିଛି। ଏଥିରେ କୁକି ବିଚ୍ଛିନ୍ନତାବାଦୀ ନେତା ଲିନ୍‌ ଗଙ୍ଗତେ ଥିବା ଦେଖାଯାଉଛି। ସେ ନର୍ଥ ଆମେରିକାନ ମଣିପୁର ଟ୍ରାଇବାଲ ଆସୋସିଏସନ ଅର୍ଥାତ୍‌ ନାମଟାର ମୁଖ୍ୟ ଅଛନ୍ତି। ୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓରେ ଗଙ୍ଗତେ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ସେ କହିଛନ୍ତି ଯେ ଖଲିସ୍ତାନ ପରି ଆମେ ଅଲଗା ମଣିପୁର ପାଇଁ ଲଢୁଛୁ। ଆମ ସମୁଦାୟର ନେତାଙ୍କୁ ସରକାର ନିପାତ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ କାନାଡ଼ାରେ ଶରଣ ଦିଆଯାଉ। କାନାଡ଼ା ରାଜନୀତିରେ ଆଗକୁ ବଢ଼ିବାକୁ କୁକି ସମ୍ପ୍ରଦାୟକୁ ସୁଯୋଗ ଦିଆଯାଉ। ପରେ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ଖଲିସ୍ତାନୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନର JF-17 ଥଣ୍ଡର: 'ଗେମ୍ ଚେଞ୍ଜର' ନା ବଡ଼ ବିଫଳତା? ସାମ୍ନାକୁ ଆସିଲା ସତ

ଗାଙ୍ଗତେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ମୋଦୀ ଆମେରିକା, ଫ୍ରାନ୍ସ, ଇଜିପ୍ଟ ଯାଇଥିଲେ। କିନ୍ତୁ ମଣିପୁର ପ୍ରସଙ୍ଗରେ କିଛି କହି ନ ଥିଲେ। ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି। ସେମାନେ ସୁରକ୍ଷିତ ନାହାନ୍ତି। ଅନ୍ୟପକ୍ଷରେ ସରକାରଙ୍କ ବିରୋଧରେ ଯୁଦ୍ଧ ଲଢ଼ିବା ମାମଲାରେ ଏନ୍‌ଆଇଏ ପ୍ରଥମ ଗିରଫ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ନେଇ ଚୁରାଚାନ୍ଦପୁରରୁ ଇମିନଲୁନ ଗାଙ୍ଗତେକୁ ଗିରଫ କରାଯାଇଛି। ସେ ଆତଙ୍କବାଦୀ ସଂଗଠନ ସହ ମିଶି ଅଲଗା ରାଜ୍ୟ ଗଠନ ପାଇଁ ଷଡ଼ଯନ୍ତ୍ର କରୁଥିଲେ।

ଆହୁରି ପଢ଼ନ୍ତୁ: ‘ବ୍ରାହ୍ମଣ ହେବା କ’ଣ ପାପ?’: ଏଚ୍‌ଡିଏଫ୍‌ସି କର୍ମଚାରୀ ଆସ୍ଥା ସିଂହଙ୍କ ସହ ବିବାଦ ପରେ ଋଷି ମିଶ୍ରଙ୍କ ବଡ଼ ବୟାନ

ମ୍ୟାଁମାର, ବାଂଲାଦେଶରୁ ଆସୁଛି ଅସ୍ତ୍ରଶସ୍ତ୍ର

ସଂପ୍ରଦାୟଗତ ସଂରକ୍ଷଣକୁ ନେଇ ମଣିପୁରରେ ଦୀର୍ଘ ୫ ମାସ ହେଲା ମେଇତି ଏବଂ କୁକି ସଂପ୍ରଦାୟ ମଧ୍ୟରେ ଚାଲିଥିବା ବିବାଦ ଏବେ ମଧ୍ୟ ଥମିନାହିଁ। ଯାହାକୁ ନେଇ ପ୍ରତିଦିନ ହିଂସା ଏବଂ ଲୁଣ୍ଠନର ଖବର ଆସିବାରେ ଲାଗିଛି। ସବୁ ସ୍ତରରେ ଉଦ୍ୟମ କରାଯିବା ସତ୍ତ୍ବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସା ବଢିବାରେ ଲାଗିଛି। ତେବେ ମଣିପୁରରେ ହିଂସା ନ କମିବାର ଆଉ ଏକ ପ୍ରମୁଖ କାରଣ ରହିଛି ବୋଲି ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ପ୍ରକାଶ କରିଛି। ଏଠାକାର ଉପଦ୍ରବୀଙ୍କୁ ବାଂଲାଦେଶ ଏବଂ ମ୍ୟାଁମାର ଆତଙ୍କବାଦୀମାନେ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ବିଭିନ୍ନ ଧରଣର ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଉଛନ୍ତି ବୋଲି ଏନଆଇଏ କହିଛି। ମଣିପୁରର କିଛି ବିଛିନ୍ନତାବାଦୀ ସଂଗଠନ ଏହି ଦୁଇ ଦେଶର କେତେକ ଆତଙ୍କବାଦୀ ସଂଗଠନଗୁଡିକୁ ସମର୍ଥନ ଦେବା ସହିତ ସେଗୁଡିକର ସମ୍ପର୍କରେ ରହିଥିବା ଏନଆଇଏ ତଦନ୍ତ ବେଳେ ଜାଣିବାକୁ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp