ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବଙ୍କ ଇସ୍ତଫା, କାଲି ବିଧାନସଭାରେ ହେବ ‘ଫ୍ଲୋର ଟେଷ୍ଟ’

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ଆସନ୍ତାକାଲି ‘ଫ୍ଲୋର ଟେଷ୍ଟ’ ପାଇଁ  ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି । ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା […]

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ଆସନ୍ତାକାଲି ‘ଫ୍ଲୋର ଟେଷ୍ଟ’ ପାଇଁ  ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି ।

ଆହୁରି ପଢ଼ନ୍ତୁ: ଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ: ବୋମା ବିସ୍ଫୋରଣରେ ୫୧ ଜଣଙ୍କ ମୃତ୍ୟୁ

ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି । ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ପୁଣି 'ହିମନ୍ତ' ଶାସନ: ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଶ୍ୱ ଶର୍ମା

ଏହା ପୂର୍ବରୁ ମହାରାଷ୍ଟ୍ର ରାଜନୀତି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ରାତି ୯ଟା ବେଳେ ନିଷ୍ପତ୍ତି ଶୁଣାଣି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଗୃହରେ ବହୁମତ ସାବ୍ୟସ୍ତ କରିବେ ଉଦ୍ଧବ ଠାକରେ ସରକାର। ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ଗୁରୁବାର ଦିନ ୧୧.୦୫ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ପ୍ରାୟ ୩ ଘଣ୍ଟା ୨୭ ମିନିଟ ଯାଏ ଶୁଣିବା ପରେ ଶିବସେନାର ଆବେଦନକୁ ଖାରଜ କରିଥିଲେ। ରାଜ୍ୟପାଳ ଡକାଇଥିବା ଆସ୍ଥା ଭୋଟ୍‌ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ବିହାରରେ ନିଆରା ପ୍ରେମ: ୬୦ ବର୍ଷର ବୃଦ୍ଧଙ୍କୁ ବିବାହ କଲେ ୨୨ ବର୍ଷର ଯୁବତୀ, ଭିଡିଓ ହେଲା ଭାଇରାଲ୍

ଆସନ୍ତାକାଲି ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଏହି ରାୟ ପରେ ଶାସନ କରିବାକୁ ସଂଖ୍ୟା ହରାଇ ସାରିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକରେ ଲାଇଭ ଆସି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, ସମର୍ଥନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ। ଦୀର୍ଘ ଅଢ଼େଇ ବର୍ଷ କାଳ ସେମାନଙ୍କ ସମର୍ଥନରେ ଏମଭିଏ ସରକାର ରାଜ୍ୟରେ ଅନେକ ଭଲ କାମ କରିଛି। ତେବେ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି।

29 Jun 2022 By The Sakala

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବଙ୍କ ଇସ୍ତଫା, କାଲି ବିଧାନସଭାରେ ହେବ ‘ଫ୍ଲୋର ଟେଷ୍ଟ’

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ। ଆସନ୍ତାକାଲି ‘ଫ୍ଲୋର ଟେଷ୍ଟ’ ପାଇଁ  ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି ।

ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି । ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।

ଏହା ପୂର୍ବରୁ ମହାରାଷ୍ଟ୍ର ରାଜନୀତି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ରାତି ୯ଟା ବେଳେ ନିଷ୍ପତ୍ତି ଶୁଣାଣି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଗୃହରେ ବହୁମତ ସାବ୍ୟସ୍ତ କରିବେ ଉଦ୍ଧବ ଠାକରେ ସରକାର। ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ଗୁରୁବାର ଦିନ ୧୧.୦୫ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ପ୍ରାୟ ୩ ଘଣ୍ଟା ୨୭ ମିନିଟ ଯାଏ ଶୁଣିବା ପରେ ଶିବସେନାର ଆବେଦନକୁ ଖାରଜ କରିଥିଲେ। ରାଜ୍ୟପାଳ ଡକାଇଥିବା ଆସ୍ଥା ଭୋଟ୍‌ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ଆସନ୍ତାକାଲି ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଏହି ରାୟ ପରେ ଶାସନ କରିବାକୁ ସଂଖ୍ୟା ହରାଇ ସାରିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକରେ ଲାଇଭ ଆସି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, ସମର୍ଥନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ। ଦୀର୍ଘ ଅଢ଼େଇ ବର୍ଷ କାଳ ସେମାନଙ୍କ ସମର୍ଥନରେ ଏମଭିଏ ସରକାର ରାଜ୍ୟରେ ଅନେକ ଭଲ କାମ କରିଛି। ତେବେ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର