ଦେଶରେ ବଢୁଛି ଲମ୍ପି ଭୂତାଣୁ ସଂକ୍ରମଣ : ଗଲାଣି ୭୫ ହଜାର ଗାଈଙ୍କ ଜୀବନ

The Sakala Picture
Published On

ଜୟପୁର : ଦେଶରେ ଲମ୍ପି ଭୂତାଣୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ୭୫ ହଜାର ଗାଈଙ୍କ ଜୀବନ ଗଲାଣି। ୧୫ ଲକ୍ଷରୁ ଊର୍ଦ୍ଧ୍ବ ଗାଈ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ୧୫ ରାଜ୍ୟର ୧୭୫ ଜିଲ୍ଲାକୁ ବ୍ୟାପିଗଲାଣି। ରାଜସ୍ଥାନର ସ୍ଥିତି ସବୁଠାରୁ ଖରାପ ରହିଛି। ସରକାରୀ ତଥ୍ୟରେ ୧୦.୬୧ ଲକ୍ଷ ସଂକ୍ରମିତ ଏବଂ ୪୬ ହଜାରରୁ ଊର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ତୃଣମୂଳସ୍ତରର ସ୍ଥିତି ଏହାଠାରୁ ଭୟଙ୍କର ରହିଛି। ରାଜସ୍ଥାନରେ […]

ଜୟପୁର : ଦେଶରେ ଲମ୍ପି ଭୂତାଣୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ୭୫ ହଜାର ଗାଈଙ୍କ ଜୀବନ ଗଲାଣି। ୧୫ ଲକ୍ଷରୁ ଊର୍ଦ୍ଧ୍ବ ଗାଈ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ୧୫ ରାଜ୍ୟର ୧୭୫ ଜିଲ୍ଲାକୁ ବ୍ୟାପିଗଲାଣି। ରାଜସ୍ଥାନର ସ୍ଥିତି ସବୁଠାରୁ ଖରାପ ରହିଛି। ସରକାରୀ ତଥ୍ୟରେ ୧୦.୬୧ ଲକ୍ଷ ସଂକ୍ରମିତ ଏବଂ ୪୬ ହଜାରରୁ ଊର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ତୃଣମୂଳସ୍ତରର ସ୍ଥିତି ଏହାଠାରୁ ଭୟଙ୍କର ରହିଛି। ରାଜସ୍ଥାନରେ ଗୋବଂଶ ମୃତ୍ୟୁ ଲକ୍ଷେ ଟପିଲାଣି। ଏଥିଯୋଗୁଁ ଗୋପାଳନ ଉପରେ ନିର୍ଭରଶୀଳ ପରିବାରର ଜୀବିକା ଉପରେ ସଙ୍କଟ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ୧୩ ବର୍ଷର କୋମା ପରେ 'ଇଚ୍ଛା ମୃତ୍ୟୁ' ଅନୁମତି: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

କ୍ଷୀର ସଙ୍କଟ ମଧ୍ୟ ଦେଖାଦେଲାଣି। ଏହା ମଧ୍ୟରେ କେନ୍ଦ୍ର ସରକାର ସଂକ୍ରମଣ ବଢ଼ୁଥିବାରେ ରାଜ୍ୟକୁ ଟିକାକରଣ ଜୋରଦାର କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଆଗାମୀ ୨ ମାସରେ ୪୦ ଲକ୍ଷ ଗାଈଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି। ତେବେ ତୃଣମୂଳସ୍ତରର ସ୍ଥିତି ଭିନ୍ନ ରହିଛି। ସର୍ବାଧିକ ସଂକ୍ରମିତ ଯୋଧପୁର (୧,୧୩, ୪୮୫) ଏବଂ ବାଡ଼ମେର (୧,୧୩, ୪୮୫)ରେ ଅନେକ ଦିନ ହେଲା ଟିକାକରଣ ବନ୍ଦ ରହିଛି। ସର୍ବାଧିକ ସଂକ୍ରମିତ ରାଜ୍ୟ ବର୍ଷା ଥମିବାକୁ ଅପେକ୍ଷା କରିଛନ୍ତି। ବର୍ଷା ଯୋଗୁଁ ଭୂତାଣୁ ଅଧିକ ସକ୍ରିୟ ହେଉଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା

12 Sep 2022 By The Sakala

ଦେଶରେ ବଢୁଛି ଲମ୍ପି ଭୂତାଣୁ ସଂକ୍ରମଣ : ଗଲାଣି ୭୫ ହଜାର ଗାଈଙ୍କ ଜୀବନ

ଜୟପୁର : ଦେଶରେ ଲମ୍ପି ଭୂତାଣୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ୭୫ ହଜାର ଗାଈଙ୍କ ଜୀବନ ଗଲାଣି। ୧୫ ଲକ୍ଷରୁ ଊର୍ଦ୍ଧ୍ବ ଗାଈ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ୧୫ ରାଜ୍ୟର ୧୭୫ ଜିଲ୍ଲାକୁ ବ୍ୟାପିଗଲାଣି। ରାଜସ୍ଥାନର ସ୍ଥିତି ସବୁଠାରୁ ଖରାପ ରହିଛି। ସରକାରୀ ତଥ୍ୟରେ ୧୦.୬୧ ଲକ୍ଷ ସଂକ୍ରମିତ ଏବଂ ୪୬ ହଜାରରୁ ଊର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ତୃଣମୂଳସ୍ତରର ସ୍ଥିତି ଏହାଠାରୁ ଭୟଙ୍କର ରହିଛି। ରାଜସ୍ଥାନରେ ଗୋବଂଶ ମୃତ୍ୟୁ ଲକ୍ଷେ ଟପିଲାଣି। ଏଥିଯୋଗୁଁ ଗୋପାଳନ ଉପରେ ନିର୍ଭରଶୀଳ ପରିବାରର ଜୀବିକା ଉପରେ ସଙ୍କଟ ଦେଖାଦେଇଛି।

କ୍ଷୀର ସଙ୍କଟ ମଧ୍ୟ ଦେଖାଦେଲାଣି। ଏହା ମଧ୍ୟରେ କେନ୍ଦ୍ର ସରକାର ସଂକ୍ରମଣ ବଢ଼ୁଥିବାରେ ରାଜ୍ୟକୁ ଟିକାକରଣ ଜୋରଦାର କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଆଗାମୀ ୨ ମାସରେ ୪୦ ଲକ୍ଷ ଗାଈଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି। ତେବେ ତୃଣମୂଳସ୍ତରର ସ୍ଥିତି ଭିନ୍ନ ରହିଛି। ସର୍ବାଧିକ ସଂକ୍ରମିତ ଯୋଧପୁର (୧,୧୩, ୪୮୫) ଏବଂ ବାଡ଼ମେର (୧,୧୩, ୪୮୫)ରେ ଅନେକ ଦିନ ହେଲା ଟିକାକରଣ ବନ୍ଦ ରହିଛି। ସର୍ବାଧିକ ସଂକ୍ରମିତ ରାଜ୍ୟ ବର୍ଷା ଥମିବାକୁ ଅପେକ୍ଷା କରିଛନ୍ତି। ବର୍ଷା ଯୋଗୁଁ ଭୂତାଣୁ ଅଧିକ ସକ୍ରିୟ ହେଉଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର