ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ: ଇସ୍କନ ଉପସଭାପତି
ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଟ୍ୱିଟ୍ ଅନୁଯାୟୀ, ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି।ଏହା […]
ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ଆହୁରି ପଢ଼ନ୍ତୁ: କେରଳର ୱାୟାନାଡରେ ବଡ଼ ଧରଣର ଭୂସ୍ଖଳନ: ଟନେଲ ପ୍ରକଳ୍ପ ନିକଟରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି
ଟ୍ୱିଟ୍ ଅନୁଯାୟୀ, ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି।ଏହା ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା। ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିଲା। ଏହା ଏକ ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା ପ୍ରବକ୍ତା ରାଧାରମଣ ଦାସ। ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା, ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ। ଏହି ସମୟରେ ଟ୍ରମ୍ପ ସାହାଯ୍ୟ କରିଥିଲେ। ଆଉ ରଥ ନିର୍ମାଣ ପାଇଁ ଜାଗା ଦେଇଥିଲେ।ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।
ଆହୁରି ପଢ଼ନ୍ତୁ: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ
ଆହୁରି ପଢ଼ନ୍ତୁ: ଏଫବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଗୋଲ୍ଡି ବ୍ରାର୍ ଉପରେ ୫୦ ହଜାର ଡଲାରର ପୁରସ୍କାର ଘୋଷଣା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଟାର୍ଗେଟ୍ରେ
15 Jul 2024
By The Sakala
ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ: ଇସ୍କନ ଉପସଭାପତି
ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ଟ୍ୱିଟ୍ ଅନୁଯାୟୀ, ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି।ଏହା ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା। ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିଲା। ଏହା ଏକ ଚମତ୍କାରଠୁ କମ୍ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା ପ୍ରବକ୍ତା ରାଧାରମଣ ଦାସ। ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା, ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ। ଏହି ସମୟରେ ଟ୍ରମ୍ପ ସାହାଯ୍ୟ କରିଥିଲେ। ଆଉ ରଥ ନିର୍ମାଣ ପାଇଁ ଜାଗା ଦେଇଥିଲେ।ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।
⊕ https://www.thesakala.in/national-international/lord-jagannaths-divine-intervention-saved-donald-trump-iskcon/article-33652