ବିଜେପି ଯେଉଁ ୟୁସିସିର ପରିକଳ୍ପନା କରିଛି ତାହା ସମ୍ବିଧାନ ଅନୁଯାୟୀ ନୁହେଁ, ବରଂ ହିନ୍ଦୁ ଶାସ୍ତ୍ର ‘ମନୁସ୍ମୃତି’ ଉପରେ ଆଧାରିତ: ବିଜୟନ
ଥିରୁବନନ୍ତପୁରମ୍ : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ନେଇ ପଦକ୍ଷେପ ବିରୋଧରେ କେରଳ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଙ୍ଗଳବାର ୟୁସିସି ବିରୋଧରେ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ । ସେ ୟୁସିସି ନେଇ କେନ୍ଦ୍ରର ଉଦ୍ୟମକୁ ଏକତରଫା ଏବଂ ତ୍ୱରିତ ପଦକ୍ଷେପ ବୋଲି କହିଛନ୍ତି। ବିଜୟନ କହିଛନ୍ତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର(ସଂଘ ପରିବାର )ଯେଉଁ […]
ଥିରୁବନନ୍ତପୁରମ୍ : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ ନେଇ ପଦକ୍ଷେପ ବିରୋଧରେ କେରଳ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଙ୍ଗଳବାର ୟୁସିସି ବିରୋଧରେ ରାଜ୍ୟସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ । ସେ ୟୁସିସି ନେଇ କେନ୍ଦ୍ରର ଉଦ୍ୟମକୁ ଏକତରଫା ଏବଂ ତ୍ୱରିତ ପଦକ୍ଷେପ ବୋଲି କହିଛନ୍ତି।
ବିଜୟନ କହିଛନ୍ତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର(ସଂଘ ପରିବାର )ଯେଉଁ ୟୁସିସିର ପରିକଳ୍ପନା କରିଛି ତାହା ସମ୍ବିଧାନ ଅନୁଯାୟୀ ନୁହେଁ, ବରଂ ହିନ୍ଦୁ ଶାସ୍ତ୍ର ‘ମନୁସ୍ମୃତି’ ଉପରେ ଆଧାରିତ।। ବିଜୟନ କହିଛନ୍ତି, କେନ୍ଦ୍ରରେ ଶାସକ ବିଜେପି ସରକାର ମୁସଲିମ ପର୍ସନାଲ ଲ’ ଅନୁଯାୟୀ କେବଳ ‘ଟ୍ରିପଲ୍ ତଲାକ୍’କୁ ଅପରାଧକରଣ କରିଛନ୍ତି । କିନ୍ତୁ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା କିମ୍ବା ଦଳିତଙ୍କ କଲ୍ୟାଣ ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ୍ (ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ) ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିବା ପରେ ୟୁଡିଏଫ୍ ଏଥିରେ ଅନେକ ସଂଶୋଧନ ଏବଂ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲା ।
ପ୍ରସ୍ତାବିତ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ପ୍ରସ୍ତାବ ପଢିଥିଲେ । ସେ କହିଥିଲେ ଯେ ୟୁସିସି ଲାଗୁ କରିବାକୁ କେନ୍ଦ୍ରର ପଦକ୍ଷେପରେ କେରଳ ବିଧାନସଭା ଚିନ୍ତିତ ଏବଂ ନିରାଶ ହୋଇଛି। ସେ ଏହାକୁ ‘ଏକତରଫା ଏବଂ ତରବରିଆ’ ପଦକ୍ଷେପ ବୋଲି କହିଛନ୍ତି। ବିଜୟନ କହିଛନ୍ତି ଯେ ସମାନ ନାଗରିକ ସଂହିତା ଆଇନ ବାଧ୍ୟତାମୂଳକ ନୁହେଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ସେ କହିଛନ୍ତି ଯେ ବିତର୍କ ଏବଂ ଆଲୋଚନା ପରେ ଲୋକଙ୍କ ମଧ୍ୟରେ ସହମତି ଭିତ୍ତିରେ ଏଭଳି ପଦକ୍ଷେପ ନିଆଯିବା ଉଚିତ । କିନ୍ତୁ ତାହା ନକରିବା ଚିନ୍ତାଜନକ ବିଷୟ ବୋଲି ବିଜୟନ କହିଛନ୍ତି ।ଦେଶରେ ୟୁସିସି ଲାଗୁ କରିବା ପାଇଁ ପରାମର୍ଶ ସମ୍ପର୍କରେ ଗତ ମାସରେ ଭାରତର ବିଧି ଆୟୋଗ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଥିଲେ। ସେପଟେ କେରଳ ପୂର୍ବରୁ ଫେବୃଆରୀରେ ମିଜୋରାମ ବିଧାନସଭା ମଧ୍ୟ ଦେଶରେ ୟୁସିସି ଲାଗୁ କରିବା ପଦକ୍ଷେପକୁ ବିରୋଧ କରି ପ୍ରସ୍ତାବ ପାରିତ କରିଥିଲା ।





