ଖୋଲିଲା କେଦାରନାଥ

The Sakala Picture
Published On

ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ କ୍ଷେତ୍ରରେ ସ୍ଥିତ ବିଶ୍ବପ୍ରସିଦ୍ଧ କେଦାରନାଥ ମନ୍ଦିର ପହଡ ସୋମବାର ସକାଳ ୫ଟାରେ ଖୋଲିଛି। ଶୀତକାଳୀନ ଅବକାଶ ଯୋଗୁଁ ଦୀର୍ଘ ୬ ମାସ ହେଲା ପ୍ରଭୂ ଭୋଳାନାଥଙ୍କ ଏହି ମନ୍ଦିର ବନ୍ଦ ରହିଥିଲା। ଏହି ମନ୍ଦିରକୁ ୧୧ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପହଡ ଖୋଲିବା ସମୟରେ କୌଣସି ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ […]

ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ କ୍ଷେତ୍ରରେ ସ୍ଥିତ ବିଶ୍ବପ୍ରସିଦ୍ଧ କେଦାରନାଥ ମନ୍ଦିର ପହଡ ସୋମବାର ସକାଳ ୫ଟାରେ ଖୋଲିଛି। ଶୀତକାଳୀନ ଅବକାଶ ଯୋଗୁଁ ଦୀର୍ଘ ୬ ମାସ ହେଲା ପ୍ରଭୂ ଭୋଳାନାଥଙ୍କ ଏହି ମନ୍ଦିର ବନ୍ଦ ରହିଥିଲା। ଏହି ମନ୍ଦିରକୁ ୧୧ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପହଡ ଖୋଲିବା ସମୟରେ କୌଣସି ଶ୍ରଦ୍ଧାଳୁ ଉପସ୍ଥିତ ନଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଏହି ସୂଚନା ଦେଇ ଲେଖିଛନ୍ତି ଯେ ମେଷ ଲଗ୍ନର ଶୁଭ ସଂଯୋଗରେ ମନ୍ଦିରର ପହଡ ଖୋଲାଯାଇଛି। ସୂଚନାଯୋଗ୍ୟ ଯେ ଚମୋଲି ସ୍ଥିତ ଭଗବାନ ବଦ୍ରିନାଥଙ୍କ ମନ୍ଦିରର ପହଡ ମଧ୍ୟ ମଙ୍ଗଳବାର ସକାଳ ୪ଟା୩୦ରେ ଖୋଲାଯିବ। ଏଠାକୁ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଆଲୋଚନା ବିଫଳ: କାନାଡ଼ା ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା, କଡ଼ା ଜବାବ ଦେବେ ମାର୍କ କାର୍ନେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର