ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ, ସଂସଦରେ ବିଲ୍ ଆଣିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

The Sakala Picture
Published On

ନୂଆଦିଲ୍ଲୀ: ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା । ବ୍ରିଟିସ୍‌ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍‌’ ବା ଚିଠା ଆଗତ କରିଛନ୍ତି। ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆଜି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର ଗୃ୍ହମନ୍ତ୍ରୀ ଅମିତ ଶାହ […]

ନୂଆଦିଲ୍ଲୀ: ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା । ବ୍ରିଟିସ୍‌ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍‌’ ବା ଚିଠା ଆଗତ କରିଛନ୍ତି। ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆଜି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର ଗୃ୍ହମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଭାରତୀୟ ସଂହିତା ସୁରକ୍ଷା ବିଲ ୨୦୨୩ ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟପ୍ରଣାଳୀ ଇଂରେଜ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହା ଆାଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି । ହେଲେ ଏଥିରୁ ୩ ଆଇନ ବଦଳିବ ଏବଂ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳିରେ ବଡ ପରିବର୍ତ୍ତନ ଅଣାଯିବ ।

ଆହୁରି ପଢ଼ନ୍ତୁ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

ଏହି ତିନି ନୂଆ ଏହି ତିନି ଆଇନ ହେଉଛି ଆଇପିସି, ସିଆରପିସି ଓ ଆଇଇଏ । ଏହି ତିନି ଆଇନ ବଦଳି ନୂଆ ଆଇନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

ଆହୁରି ପଢ଼ନ୍ତୁ: ଗୁଜରାଟର ଭାବନଗରରେ ଚାଞ୍ଚଲ୍ୟ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ହୃଦଘାତର ରଚିଥିଲା ମିଛ କାହାଣୀ

ଆଇପିସି ହଟି ତା ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଆଇଇଏ ହଟି ତା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ । ସେହିପରି ଆଇପିସିରେ ୫୧୧ ଧାରା ଥିଲା, ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ ହେବ ଓ ୮ ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ହଟିବ ୨୨ଟି ଅନାବଶ୍ୟକ ଧାରା । ସେହିପରି ସିଆରପିସିରେ ୫୩୩ ଧାରା ରହିବ, ୧୬୦ ବଦଳିବ । ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା ଓ ୯ ଧାରା ଉଚ୍ଛେଦ ହେବ ।

ଗୃହମନ୍ତ୍ରୀ ନୂଆ ଫୌଜଦାରୀ ଆଇନ ସଂପର୍କରେ ସୂଚନା ଦେଇ କହିଥିଲେ, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ । ସେହିପରି ୯୦ ଦିନ ଭିତରେ ଚାର୍ଜସିଟ୍ ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିଛି । କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ । ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ହେବ ଚାର୍ଜଫ୍ରେମ୍ । ୯୦ ଦିନ ଭିତରେ ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ।

ବିଲ୍ ଆଗତ କରି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ । ଏହି ନୂଆ ଆଇନ ଦ୍ୱାରା ନାଗରିକଙ୍କ ଅଧିକାର ସୁରକ୍ଷିତ ରହିବ । ଏହି ବିଲକୁ ଆଜି ଷ୍ଟାଡିଂ କମିଟି ପାଖକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବି ରଖାଯାଇଛି ।

11 Aug 2023 By The Sakala

ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ, ସଂସଦରେ ବିଲ୍ ଆଣିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା । ବ୍ରିଟିସ୍‌ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍‌’ ବା ଚିଠା ଆଗତ କରିଛନ୍ତି। ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା ପାଇଁ ଲୋକସଭାରେ ଆଜି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।

ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର ଗୃ୍ହମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଭାରତୀୟ ସଂହିତା ସୁରକ୍ଷା ବିଲ ୨୦୨୩ ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟପ୍ରଣାଳୀ ଇଂରେଜ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହା ଆାଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି । ହେଲେ ଏଥିରୁ ୩ ଆଇନ ବଦଳିବ ଏବଂ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳିରେ ବଡ ପରିବର୍ତ୍ତନ ଅଣାଯିବ ।

ଏହି ତିନି ନୂଆ ଏହି ତିନି ଆଇନ ହେଉଛି ଆଇପିସି, ସିଆରପିସି ଓ ଆଇଇଏ । ଏହି ତିନି ଆଇନ ବଦଳି ନୂଆ ଆଇନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

ଆଇପିସି ହଟି ତା ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଆଇଇଏ ହଟି ତା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ । ସେହିପରି ଆଇପିସିରେ ୫୧୧ ଧାରା ଥିଲା, ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ ହେବ ଓ ୮ ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ହଟିବ ୨୨ଟି ଅନାବଶ୍ୟକ ଧାରା । ସେହିପରି ସିଆରପିସିରେ ୫୩୩ ଧାରା ରହିବ, ୧୬୦ ବଦଳିବ । ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା ଓ ୯ ଧାରା ଉଚ୍ଛେଦ ହେବ ।

ଗୃହମନ୍ତ୍ରୀ ନୂଆ ଫୌଜଦାରୀ ଆଇନ ସଂପର୍କରେ ସୂଚନା ଦେଇ କହିଥିଲେ, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ । ସେହିପରି ୯୦ ଦିନ ଭିତରେ ଚାର୍ଜସିଟ୍ ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିଛି । କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ । ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ହେବ ଚାର୍ଜଫ୍ରେମ୍ । ୯୦ ଦିନ ଭିତରେ ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ।

ବିଲ୍ ଆଗତ କରି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ । ଏହି ନୂଆ ଆଇନ ଦ୍ୱାରା ନାଗରିକଙ୍କ ଅଧିକାର ସୁରକ୍ଷିତ ରହିବ । ଏହି ବିଲକୁ ଆଜି ଷ୍ଟାଡିଂ କମିଟି ପାଖକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମୁଲତବି ରଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର