ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଲସ୍କର ଆତଙ୍କବାଦୀ ନିହତ

The Sakala Picture
Published On

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ସକାଳୁ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ। ଜମ୍ମୁ-କଶ୍ମୀର ପୁଲିସର ସୂଚନା ଅନୁଯାୟୀ, କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ […]

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ସକାଳୁ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ଜମ୍ମୁ-କଶ୍ମୀର ପୁଲିସର ସୂଚନା ଅନୁଯାୟୀ, କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ନିର୍ବାଚନ: ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ସମର୍ଥନ, କହିଲେ 'ବିବି'ଙ୍କୁ ଭୋଟ୍ ଦିଅନ୍ତୁ

 

ଆହୁରି ପଢ଼ନ୍ତୁ: ଯୋଶୀମଠରେ ହେଲିକପ୍ଟର ନିଖୋଜ! ଖରାପ ପାଗ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ, ଜୋରଦାର ହେଲା ସର୍ଚ୍ଚ ଅପରେସନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର