ଇରାନରେ ଆଉ ୩ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ

The Sakala Picture
Published On

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ବନ୍ଦ ହେବାର ନା ଧରୁ ନଥିବା ବେଳେ ଆନ୍ଦୋଳନକାରୀଙ୍କ ବିରୋଧରେ ଇରାନ ସରକାର ଦିନକୁ ଦିନ ଅଧିକ କଠୋର ହେବାରେ ଲାଗିଛନ୍ତି। ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ସାରା ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପୂର୍ବରୁ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଇରାନୀ ଅଦାଲତ ଗୁରୁବାର ଆଉ ୩ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏହା ଫଳରେ ଚଳିତ ସପ୍ତାହରେ ମୋଟ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆସରିଲାଣି […]

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ବନ୍ଦ ହେବାର ନା ଧରୁ ନଥିବା ବେଳେ ଆନ୍ଦୋଳନକାରୀଙ୍କ ବିରୋଧରେ ଇରାନ ସରକାର ଦିନକୁ ଦିନ ଅଧିକ କଠୋର ହେବାରେ ଲାଗିଛନ୍ତି। ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ସାରା ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପୂର୍ବରୁ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଇରାନୀ ଅଦାଲତ ଗୁରୁବାର ଆଉ ୩ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏହା ଫଳରେ ଚଳିତ ସପ୍ତାହରେ ମୋଟ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆସରିଲାଣି ।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

‘ଇରାନ ହ୍ୟୁମାନ ରାଇଟ୍ସ’ ମାନବାଧିକାର ସଂଗଠନର ରିପୋର୍ଟ ଅନୁସାରେ ଆହୁରି ୨୦ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ବିଚାର ଚାଲିଛି। ଆନ୍ଦୋଳନକାରୀଙ୍କୁ କଡ଼ା ଜବାବ ଦେବା ଲକ୍ଷ୍ୟରେ ଇରାନ ସରକାର ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ଉକ୍ତ ସଂଗଠନ କହିଛି।ତେବେ ଇରାନରେ ୧୫ ହଜାର ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ହିଜାବ ବିରୋଧୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୪୩ ଶିଶୁଙ୍କ ସମେତ ୩୪୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର