ହଟିବ କଟକଣା, ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

The Sakala Picture
Published On

ନୂଆଦିଲ୍ଲୀ : ଖୁବ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ହେବ। ଏନେଇ ଆଶା ପ୍ରକଟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ପୁଣିଥରେ ଆରମ୍ଭ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରକ୍ରିୟା ସ୍ୱାଭାବିକ ହେବ। ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ […]

ନୂଆଦିଲ୍ଲୀ : ଖୁବ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ହେବ। ଏନେଇ ଆଶା ପ୍ରକଟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ପୁଣିଥରେ ଆରମ୍ଭ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରକ୍ରିୟା ସ୍ୱାଭାବିକ ହେବ। ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେସାମରିକ ବିମାଦ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂସଲ ଆଜି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇଛି କି? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ବୁଧବାର ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂସଲ କହିଛନ୍ତି ଯେ ଖୁବ ଶୀଘ୍ର ଆନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିବ। ଚଳିତ ବର୍ଷ ଶେଷ ସୁଦ୍ଧା ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ ।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

ସୂଚନାଯୋଗ୍ୟ ୨୦୨୦ ମସିହା ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଲକଡାଉନ ହଟିଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବାକୁ ଏଯାଏ ସ୍ୱାଭାବିକ କରାଯାଇ ପାରିନି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଭାରତ ସରକାର ନିର୍ଦ୍ଦିଷ୍ଟ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ସେହିପରି ସଂକ୍ରମଣ ହ୍ରାସ ଓ ଟିକାକରଣ ବଢ଼ିବା ପରେ ଏୟାର ବବଲ୍ସ ଚୁକ୍ତି କରିଥିବା ଦେଶଗୁଡ଼ିକ ସହ ବିମାନ ସେବା ଆରମ୍ଭ କରାଯାଇଛି। ଭାରତ ସରକାର ଏଯାଏ ୨୫ଟି ଦେଶ ସହ ଏପରି ଡିଲ୍‌ କରିଛନ୍ତି।ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଅନ୍ୟପଟେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଦୁବାଇ, ସିଙ୍ଗାପୁର, ଫ୍ରାନ୍ସ, ବ୍ରିଟେନ, ଆମେରିକା, ବାଂଲାଦେଶ, ଶ୍ରୀଲଙ୍କା, କାତାର, ସାଉଦି ଆରବ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆକୁ ବିମାନ ଉଡ଼ାଣ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି। ଏହା ଦାବି କରିଛି ଯେ ପ୍ରତ୍ୟେକ ଦେଶର ହାଇ କମିଶନଙ୍କ ମଧ୍ୟରେ ନିରନ୍ତର ଆଲୋଚନା ହେଉଛି ଏବଂ ଯେଉଁଠାରେ ଆବଶ୍ୟକ ହୁଏ, ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ବିମାନ ଉଡ଼ାଣ ବୃଦ୍ଧି କରାଯିବ ବୋଲି ଜଣାପଡିଛି।

24 Nov 2021 By The Sakala

ହଟିବ କଟକଣା, ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ନୂଆଦିଲ୍ଲୀ : ଖୁବ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ହେବ। ଏନେଇ ଆଶା ପ୍ରକଟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। କରୋନା ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ବନ୍ଦ ରହିଥିବା ନିୟମିତ ବିମାନ ସେବାକୁ ପୁଣିଥରେ ଆରମ୍ଭ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ପୁଣିଥରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରକ୍ରିୟା ସ୍ୱାଭାବିକ ହେବ। ଡିସେମ୍ବର ମାସ ସରିବା ପୂର୍ବରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ୱାଭାବିକ କରିବାକୁ ପ୍ରୟାସ ଚାଲିଥିବା ବେସାମରିକ ବିମାଦ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂସଲ ଆଜି ସୂଚନା ଦେଇଛନ୍ତି।

ବୁଧବାର ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂସଲ କହିଛନ୍ତି ଯେ ଖୁବ ଶୀଘ୍ର ଆନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ ଅବସ୍ଥାକୁ ଫେରିବ। ଚଳିତ ବର୍ଷ ଶେଷ ସୁଦ୍ଧା ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ ।

ସୂଚନାଯୋଗ୍ୟ ୨୦୨୦ ମସିହା ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଲକଡାଉନ ହଟିଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବାକୁ ଏଯାଏ ସ୍ୱାଭାବିକ କରାଯାଇ ପାରିନି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଭାରତ ସରକାର ନିର୍ଦ୍ଦିଷ୍ଟ ମାର୍ଗରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ସେହିପରି ସଂକ୍ରମଣ ହ୍ରାସ ଓ ଟିକାକରଣ ବଢ଼ିବା ପରେ ଏୟାର ବବଲ୍ସ ଚୁକ୍ତି କରିଥିବା ଦେଶଗୁଡ଼ିକ ସହ ବିମାନ ସେବା ଆରମ୍ଭ କରାଯାଇଛି। ଭାରତ ସରକାର ଏଯାଏ ୨୫ଟି ଦେଶ ସହ ଏପରି ଡିଲ୍‌ କରିଛନ୍ତି।ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

ଅନ୍ୟପଟେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଦୁବାଇ, ସିଙ୍ଗାପୁର, ଫ୍ରାନ୍ସ, ବ୍ରିଟେନ, ଆମେରିକା, ବାଂଲାଦେଶ, ଶ୍ରୀଲଙ୍କା, କାତାର, ସାଉଦି ଆରବ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆକୁ ବିମାନ ଉଡ଼ାଣ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି। ଏହା ଦାବି କରିଛି ଯେ ପ୍ରତ୍ୟେକ ଦେଶର ହାଇ କମିଶନଙ୍କ ମଧ୍ୟରେ ନିରନ୍ତର ଆଲୋଚନା ହେଉଛି ଏବଂ ଯେଉଁଠାରେ ଆବଶ୍ୟକ ହୁଏ, ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ବିମାନ ଉଡ଼ାଣ ବୃଦ୍ଧି କରାଯିବ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର