ବିଦେଶୀ ରାଷ୍ଟ୍ରଙ୍କୁ କରୋନା ଟିକା ବିକ୍ରି କ୍ଷେତ୍ରରେ ଭାରତ ଆଗୁଆ : ‌୫୫ ଦିନରେ ୭୧ ରାଷ୍ଟ୍ରକୁ ବିକିଛି ୫୮୬ ଲକ୍ଷ ଡୋଜ୍‌

The Sakala Picture
Published On

ନୂଆଦିଲ୍ଲୀ : ବିଭିନ୍ନ ରୋଗ ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତ ବିଶ୍ବସ୍ତରରେ ଆଗୁଆ ରହିଆସିଥିବା ବେଳେ ଏବେ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି। କେବଳ ସେତିକି ନୁହେଁ, ଟିକା କୂଟନୀତିକୁ ନେଇ ମଧ୍ୟ ଭାରତ ଅନ୍ୟାନ୍ୟ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରଙ୍କ ତୁଳନାରେ ନିଜର ସ୍ଥିତି ସୁଦୃଢ କରିଛି। ଭାରତରେ ବର୍ତ୍ତମାନ ଦୁଇଟି କମ୍ପାନୀ କରୋନା ଟିକା ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ୧୦ଟି କମ୍ପାନୀ ସେମାନଙ୍କ ଉତ୍ପାଦ ଆଣିବାକୁ […]

ନୂଆଦିଲ୍ଲୀ : ବିଭିନ୍ନ ରୋଗ ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତ ବିଶ୍ବସ୍ତରରେ ଆଗୁଆ ରହିଆସିଥିବା ବେଳେ ଏବେ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ସମାନ ସ୍ଥିତି ବଜାୟ ରଖିଛି। କେବଳ ସେତିକି ନୁହେଁ, ଟିକା କୂଟନୀତିକୁ ନେଇ ମଧ୍ୟ ଭାରତ ଅନ୍ୟାନ୍ୟ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରଙ୍କ ତୁଳନାରେ ନିଜର ସ୍ଥିତି ସୁଦୃଢ କରିଛି। ଭାରତରେ ବର୍ତ୍ତମାନ ଦୁଇଟି କମ୍ପାନୀ କରୋନା ଟିକା ପ୍ରସ୍ତୁତ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ୧୦ଟି କମ୍ପାନୀ ସେମାନଙ୍କ ଉତ୍ପାଦ ଆଣିବାକୁ ପ୍ରସ୍ତୁତି ଶେଷ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତେବେ ଏବେ ଉତ୍ପାଦନ ହେଉଥିବା ଦୁଇଟି କମ୍ପାନୀର ଟିକା ଦେଶରେ ଚାଲୁ ରହିଥିବା ଟିକାକରଣ ପାଇଁ ଉପଯୋଗ କରାଯାଉଥିବା ବେଳେ କିଛି ଟିକା ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କୁ ମଧ୍ୟ ଭାରତ ଯୋଗାଉଛି। ବିଗତ ୫୫ ଦିନ ମଧ୍ୟରେ ଭାରତ ବିଶ୍ବର ୭୧ଟି ରାଷ୍ଟ୍ରକୁ ମୋଟ ୫୮୬ ଲକ୍ଷ ଡୋଜ୍‌ ଯୋଗାଇ ସାରିଛି ବୋଲି ଏକ ବିଶେଷ ରିପୋର୍ଟ ସୂତ୍ରରୁ କୁହାଯାଇଛି। ଏଥିମଧ୍ୟରୁ ୮୦.୭୫ ଲକ୍ଷ ଡୋଜ୍‌ କେତେକ ରାଷ୍ଟ୍ରକୁ ଭାରତ ସରକାରଙ୍କ ପକ୍ଷରୁ ସହାୟତା ଭାବେ ଯୋଗାଇ ଦିଆଯାଇଥିବା ବେଳେ ବିଶ୍ବସ୍ତରରେ ଚାଲୁରହିଥିବା ‘କୋଭାକ୍ସ’ ଟିକା କାର୍ଯ୍ୟକ୍ରମ ପାଇଁ ୧୬୫.୨୪ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଇଛି। ଏକ ଆନ୍ତର୍ଜାତିକସ୍ତରର ଟିକା ସହାୟତା କାର୍ଯ୍ୟକ୍ରମ ଭାବେ ଏହା ଅପେକ୍ଷାକୃତ ଗରିବ ରାଷ୍ଟ୍ରମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଭାରତ ଏହି ପରିମାଣର ଟିକା ସହାୟତା କରିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଭାରତର ଟିକା କାର୍ଯ୍ୟକ୍ରମର ସଫଳତାକୁ ନେଇ ଚତୁଃରାଷ୍ଟ୍ରୀୟ ମେଣ୍ଟ ବା ’କ୍ବାଡ୍‌’( ଭାରତ-ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ) ପକ୍ଷରୁ ଭାରତକୁ ଗୁରୁତ୍ବ ଦିଆଯିବା ସହିତ ଭାରତରେ ବିପୁଳ ପରିମାଣର ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀର ଟିକା ଉତ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। କିଛି ଦିନ ତଳେ ଏହି ଆମେରିକୀୟ କମ୍ପାନୀର ଟିକାକୁ ଆମେରିକା ପ୍ରଶାସନ ମଞ୍ଜୁରୀ ଦେଇଛି। ଏହାଦ୍ବାରା ବର୍ତ୍ତମାନ ଭାରତରେ ଯେତିକି ପରିମାଣର ଟିକା ଉତ୍ପାଦନ କରାଯାଉଛି ଆଗାମୀ ଦିନରେ ତାହା ଆଉ ବହୁଗୁଣିତ ହେବ ଏବଂ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ଟିକା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି। ଭାରତରେ ଟିକା ଉତ୍ପାଦନ ମୂଲ୍ୟ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ କମ୍‌ ରହୁଥିବାରୁ ଅନେକ ରାଷ୍ଟ୍ର ଏବେ ଭାରତୀୟ ଟିକା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର