ଗାଳି ମୋ ଭିତରେ ପୁଷ୍ଟିକର ଖାଦ୍ୟରେ ପରିଣତ ହୋଇଯାଏ, ଭଗବାନ ମୋତେ ଏପରି ଆଶୀର୍ବାଦ ଦେଇଛନ୍ତି : ମୋଦୀ

The Sakala Picture
Published On

ହାଇଦ୍ରାବାଦ :  ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏଥର ମଧ୍ୟ ପୂର୍ବ ଥର ଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ତେବେ ତେଲେଙ୍ଗାନାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନାଁ ‌ନନେଇ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆରଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ମୋଦୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି […]

ହାଇଦ୍ରାବାଦ :  ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏଥର ମଧ୍ୟ ପୂର୍ବ ଥର ଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ତେବେ ତେଲେଙ୍ଗାନାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନାଁ ‌ନନେଇ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆରଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ମୋଦୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

ପ୍ରଧାନମନ୍ତ୍ରୀ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ’ମୁଁ ଏତେ କାମ କରି ମୁଁ ଥକୁନାହିଁ କି ବୋଲି ଲୋକେ ମୋତେ ପ୍ରଶ୍ନ କରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ମୁଁ ଥକେ ନାହିଁ। କାରଣ ପ୍ରତିଦିନ ମୋତେ ୨-୩ କେଜି ଗାଳି ଶୁଣିବାକୁ ମିଳେ। ଏହି ଗାଳି ମୋ ଶରୀର ଭିତରକୁ ଯାଇ ପୋଷଣ ଯୋଗାଇଥାଏ। ଭଗବାନ ମୋତେ ଗାଳିକୁ ପୋଷଣରେ ପରିଣତ କରିପାରିବାର ଆଶୀର୍ବାଦ ଦେଇଛନ୍ତି। ମୁଁ କହିଦେବାକୁ ଚାହଁ ଯେ, ମୋଦୀଙ୍କୁ ଗାଳି କର, ବିଜେପିକୁ ଗାଳି କର, କିନ୍ତୁ ଯଦି କେହି ତେଲେଙ୍ଗାନାର ଲୋକଙ୍କୁ ଗାଳି କରିବ ତେବେ ତାଙ୍କୁ ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ହେବ। ”

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ମୋଦୀ ଆହୁରି ମଧ୍ୟ କହିଛନ୍ତି କିଛି ଲୋକ ବିଜେପି ବିରୋଧରେ ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି। ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ତେଲେଙ୍ଗାନାର କାର୍ଯ୍ୟକର୍ତ୍ତାମାନଙ୍କୁ ମୁଁ ବ୍ୟକ୍ତିଗତଭାବେ ଅନୁରୋଧ କରୁଛି। କିଛି ଲୋକ ନିରାଶା, ଭୟ ଏବଂ ଅନ୍ଧବିଶ୍ୱାସ ପାଇଁ ମୋଦୀଙ୍କୁ ଦୁର୍ବ୍ୟବହାର କରିବେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଏସବୁକୁ ନେଇ ଉତ୍ତେଜିତ ହୋଇ କୌଣସି ଭୁଲ ପଦକ୍ଷେପ ନେବେ ନାହିଁ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ

ସେହିପରି ରାଜ୍ୟରେ କେନ୍ଦ୍ରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଛନ୍ତି । ସେହିପରି କେସିଆର ଜଣେ ଅନ୍ଧବିଶ୍ୱାସୀ ବୋଲି ମୋଦୀ କହିଛନ୍ତି । ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ , ବିଭିନ୍ନ ଅଫିସ୍ କେଉଁଠି ରହିବ ଏମିତି ଅନେକ ନିଷ୍ପତ୍ତି ପାଇଁ କେସିଆର ଅନ୍ଧବିଶ୍ୱାସର ସାହାରା ନିଅନ୍ତି। ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ତେଲେଙ୍ଗାନା ହେଉଛି ସୂଚନା ପ୍ରଯୁକ୍ତିର ଏକ କେନ୍ଦ୍ର। କିନ୍ତୁ ଏହି ଆଧୁନିକ ସହରରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି। ଯାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଯଦି ତେଲେଙ୍ଗାନାକୁ ବିକଶିତ କରିବାକୁ ପଡିବ, ଆମକୁ ଛୁଆବର୍ଗଙ୍କୁ ଆଗକୁ ଆଣିବାକୁ ପଡ଼ିବ। ରାଜ୍ୟରୁ ଅନ୍ଧବିଶ୍ୱାସ ହଟାଇ ବିକାଶ କରିପାରିଲେ ଲୋକମାନେ ଖୁସିରେ ରହିବେ ବୋଲି ମୋଦୀ କହିଛନ୍ତି।

12 Nov 2022 By The Sakala

ଗାଳି ମୋ ଭିତରେ ପୁଷ୍ଟିକର ଖାଦ୍ୟରେ ପରିଣତ ହୋଇଯାଏ, ଭଗବାନ ମୋତେ ଏପରି ଆଶୀର୍ବାଦ ଦେଇଛନ୍ତି : ମୋଦୀ

ହାଇଦ୍ରାବାଦ :  ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏଥର ମଧ୍ୟ ପୂର୍ବ ଥର ଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ତେବେ ତେଲେଙ୍ଗାନାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନାଁ ‌ନନେଇ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆରଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ମୋଦୀ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ’ମୁଁ ଏତେ କାମ କରି ମୁଁ ଥକୁନାହିଁ କି ବୋଲି ଲୋକେ ମୋତେ ପ୍ରଶ୍ନ କରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ମୁଁ ଥକେ ନାହିଁ। କାରଣ ପ୍ରତିଦିନ ମୋତେ ୨-୩ କେଜି ଗାଳି ଶୁଣିବାକୁ ମିଳେ। ଏହି ଗାଳି ମୋ ଶରୀର ଭିତରକୁ ଯାଇ ପୋଷଣ ଯୋଗାଇଥାଏ। ଭଗବାନ ମୋତେ ଗାଳିକୁ ପୋଷଣରେ ପରିଣତ କରିପାରିବାର ଆଶୀର୍ବାଦ ଦେଇଛନ୍ତି। ମୁଁ କହିଦେବାକୁ ଚାହଁ ଯେ, ମୋଦୀଙ୍କୁ ଗାଳି କର, ବିଜେପିକୁ ଗାଳି କର, କିନ୍ତୁ ଯଦି କେହି ତେଲେଙ୍ଗାନାର ଲୋକଙ୍କୁ ଗାଳି କରିବ ତେବେ ତାଙ୍କୁ ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ହେବ। ”

ମୋଦୀ ଆହୁରି ମଧ୍ୟ କହିଛନ୍ତି କିଛି ଲୋକ ବିଜେପି ବିରୋଧରେ ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି। ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ତେଲେଙ୍ଗାନାର କାର୍ଯ୍ୟକର୍ତ୍ତାମାନଙ୍କୁ ମୁଁ ବ୍ୟକ୍ତିଗତଭାବେ ଅନୁରୋଧ କରୁଛି। କିଛି ଲୋକ ନିରାଶା, ଭୟ ଏବଂ ଅନ୍ଧବିଶ୍ୱାସ ପାଇଁ ମୋଦୀଙ୍କୁ ଦୁର୍ବ୍ୟବହାର କରିବେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଏସବୁକୁ ନେଇ ଉତ୍ତେଜିତ ହୋଇ କୌଣସି ଭୁଲ ପଦକ୍ଷେପ ନେବେ ନାହିଁ।

ସେହିପରି ରାଜ୍ୟରେ କେନ୍ଦ୍ରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଛନ୍ତି । ସେହିପରି କେସିଆର ଜଣେ ଅନ୍ଧବିଶ୍ୱାସୀ ବୋଲି ମୋଦୀ କହିଛନ୍ତି । ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ , ବିଭିନ୍ନ ଅଫିସ୍ କେଉଁଠି ରହିବ ଏମିତି ଅନେକ ନିଷ୍ପତ୍ତି ପାଇଁ କେସିଆର ଅନ୍ଧବିଶ୍ୱାସର ସାହାରା ନିଅନ୍ତି। ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ତେଲେଙ୍ଗାନା ହେଉଛି ସୂଚନା ପ୍ରଯୁକ୍ତିର ଏକ କେନ୍ଦ୍ର। କିନ୍ତୁ ଏହି ଆଧୁନିକ ସହରରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି। ଯାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଯଦି ତେଲେଙ୍ଗାନାକୁ ବିକଶିତ କରିବାକୁ ପଡିବ, ଆମକୁ ଛୁଆବର୍ଗଙ୍କୁ ଆଗକୁ ଆଣିବାକୁ ପଡ଼ିବ। ରାଜ୍ୟରୁ ଅନ୍ଧବିଶ୍ୱାସ ହଟାଇ ବିକାଶ କରିପାରିଲେ ଲୋକମାନେ ଖୁସିରେ ରହିବେ ବୋଲି ମୋଦୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର