ମନୋରଞ୍ଜନ
ବିଭିନ୍ନ ଦେଶରେ କିଭଳି ପରିଚାଳିତ ହୁଏ ୱାକଫ୍ ସମ୍ପତ୍ତି
ନୂଆଦିଲ୍ଲୀ: ଭାରତରେ ଏବେ ୱାକଫ୍ ବୋର୍ଡ ଏବଂ ଏହି ବୋର୍ଡ ଅଧୀନରେ ରହିଥିବା ସମ୍ପତ୍ତି ପରିଚାଳନାକୁ ନେଇ ବିତର୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ କରାଯାଇଛି ୧୯୯୫ ରୁ ୱାକଫ୍ ଆଇନ ଅନୁସାରେ ୱାକଫ୍ ସମ୍ପତ୍ତିର ପରିଚାଳନା ହୋଇ ଆସୁଥିଲା। ଶେଷ ଥର ପାଇଁ ୨୦୧୩ରେ ଏହି ଆଇନରେ ସଂଶୋଧନ ଅଣାଯାଇଥିଲା। ବିଭିନ୍ନ ରାଜ୍ୟରେ ୱାକଫ୍ ବୋର୍ଡ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରରେ ୱାକଫ୍ ପରିଷଦ […]
ନୂଆଦିଲ୍ଲୀ: ଭାରତରେ ଏବେ ୱାକଫ୍ ବୋର୍ଡ ଏବଂ ଏହି ବୋର୍ଡ ଅଧୀନରେ ରହିଥିବା ସମ୍ପତ୍ତି ପରିଚାଳନାକୁ ନେଇ ବିତର୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ କରାଯାଇଛି ୧୯୯୫ ରୁ ୱାକଫ୍ ଆଇନ ଅନୁସାରେ ୱାକଫ୍ ସମ୍ପତ୍ତିର ପରିଚାଳନା ହୋଇ ଆସୁଥିଲା। ଶେଷ ଥର ପାଇଁ ୨୦୧୩ରେ ଏହି ଆଇନରେ ସଂଶୋଧନ ଅଣାଯାଇଥିଲା। ବିଭିନ୍ନ ରାଜ୍ୟରେ ୱାକଫ୍ ବୋର୍ଡ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରରେ ୱାକଫ୍ ପରିଷଦ କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଅଧୀରେ ଏହି ଦୁଇ ସଂସ୍ଥା କାର୍ଯ୍ୟ କରିଥାଏ। କେବଳ ଭାରତରେ ନୁହେଁ ବହୁ ବିଦେଶ ରାଷ୍ଟ୍ରରେ ମଧ୍ୟ ୱାକଫ୍ ରହିଛି। ତେବେ ବିଭିନ୍ନ ଦେଶରେ ୱାକଫ୍ କାର୍ଯ୍ୟ କରିବାର ତରିକା ମଧ୍ୟ ଭିନ୍ନ ରହିଥାଏ। ଇଣ୍ଡେନେସିଆ ଏବଂ ମ୍ୟାଲେସିଆ ବିଶ୍ବର ଦୁଇ ପ୍ରମୁଖ ଇସଲାମିକ ଜନବହୁଳ ରାଷ୍ଟ୍ର। ଏହି ଦୁଇ ଦେଶରେ ବଦାନ ୱାକଫ୍ ଏଜେନ୍ସି ଦ୍ବାରା ୱାକଫ୍ ସମ୍ପତ୍ତି ପରିଚାଳିତ ହୋଇଥାଏ। ସେହିପରି ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ବହୁ ଇସଲାମିକ ରାଷ୍ଟ୍ରରେ ୱାକଫ୍ କାଉନସିଲ ଦ୍ବାରା ସମ୍ପତ୍ତି ପରିଚାଳିତ ହୋଥାଏ। ଅନ୍ୟ ପକ୍ଷରେ ଇସଲାମିକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠୁ ଗୁରୁତ୍ବ ବହନ କରୁଥିବା ସାଉଦି ଆରବରେ ‘ଜେନେରାଲ ଅଥରିଟି ଫର୍ ୱାକଫ୍’ ନାମକ ଏଜେନ୍ସି ଦ୍ବାରା ୱାକଫ୍ ସମ୍ପତ୍ତିର ପରିଚାଳନା ହୋଇଥାଏ। ଅନ୍ୟ ଦେଶମାନଙ୍କ ମଧ୍ୟରେ ଇଜିପ୍ଟରେ ୱାକଫ୍ ପାଇଁ ସ୍ବତନ୍ତ୍ର ଭାବେ ଏକ ମନ୍ତ୍ରାଳୟ କାର୍ଯ୍ୟ କରିଥିଲା ବେଳେ ସିଙ୍ଗାପୁରରେ ୱାକଫ୍ ପରିଷଦ ଦ୍ବାରା ଏହା ପରିଚାଳିତ ହୋଇଥାଏ। କିନ୍ତୁ ଇରାକ, ଲେବାନନ, ସିରିଆ , କୁଏତ ଭଳି ମଧ୍ୟପ୍ରାଚ୍ୟର ବହୁ ଇସଲାମିକ ରାଷ୍ଟ୍ରରେ ମୁସଲମାନମାନଙ୍କୁ ଦୁଇ ସଂପ୍ରଦାୟ ସିହା ଓ ସୁନ୍ନିଙ୍କ ଦ୍ବାରା ଭିନ୍ନ ଭିନ୍ନ ଢଙ୍ଗରେ ୱାକଫ୍ ସମ୍ପତ୍ତି ପରିଚାଳିତ ହୋଇଥାଏ। ଅନ୍ୟ ପକ୍ଷରେ ତୁର୍କୀ, ଓମାନ, କାତାର ଏବଂ ଜୋର୍ଡାନ ଭଳି ରାଷ୍ଟ୍ରମାନଙ୍କରେ ସରକାରୀ ମନ୍ତ୍ରାଳୟ ଦ୍ବାରା ୱାକଫ୍ ପରିଚାଳିତ ହୋଇଥାଏ।