ସୁଏଜ୍‌ କେନାଲ୍‌ରୁ ଉଠିଲା ‘ଏଭର୍‌ ଗିଭେନ୍‌’

The Sakala Picture
Published On

ନୂଆଦିଲ୍ଲୀ : ୬ ଦିନ ଧରି ଇଜିପ୍ଟର ସୁଇଜ୍ କେନାଲରେ ଅଟକି ରହିଥିବା ବିରାଟ ମାଲ ପରିବହନକାରୀ ଜାହାଜ ଏଭର୍‌ ଗିଭେନ୍ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ କାର୍ଗୋ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ‘ଏଭର୍‌ ଗିଭେନ୍‌’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ ।‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି […]

ନୂଆଦିଲ୍ଲୀ : ୬ ଦିନ ଧରି ଇଜିପ୍ଟର ସୁଇଜ୍ କେନାଲରେ ଅଟକି ରହିଥିବା ବିରାଟ ମାଲ ପରିବହନକାରୀ ଜାହାଜ ଏଭର୍‌ ଗିଭେନ୍ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ କାର୍ଗୋ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ‘ଏଭର୍‌ ଗିଭେନ୍‌’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ ।‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି ପ୍ରକାଣ୍ଡ ପଣ୍ୟବାହୀ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀମାନେ ମୁକ୍ତ କରିଥିବା କଥା ସାମୁଦ୍ରିକ ସେବା ଯୋଗାଣ ସଂସ୍ଥାନ ‘ଇଞ୍ଚ୍‌କେପ୍‌’ କହିଛି।

ଆହୁରି ପଢ଼ନ୍ତୁ: ଝାନ୍ସୀରେ ଚାଞ୍ଚଲ୍ୟ: ପତ୍ନୀଙ୍କ ଅନ୍ତିମ ସଂସ୍କାର ବେଳେ ଶ୍ମଶାନରୁ ସ୍ୱାମୀ ଗିରଫ, ବିବାହର ମାତ୍ର ଦୁଇ ମାସ ପରେ ହୋଇଥିଲା ମୃତ୍ୟୁ

ଆହୁରି ପଢ଼ନ୍ତୁ: ଲଣ୍ଡନରେ କୋଟିଏ ଟଙ୍କା ରୋଜଗାର କରୁଥିବା ଭାରତୀୟ ମହିଳା ମେଲବର୍ଣ୍ଣରେ ସଫା କରୁଛନ୍ତି ଆପାର୍ଟମେଣ୍ଟ: କହିଲେ 'ଟଙ୍କା ହିଁ ସ୍ୱାଧୀନତା'

ଏହା ପୂର୍ବରୁ ସୁଏଜ୍ କେନାଲ କର୍ତ୍ତୃପକ୍ଷ ବିଶାଳକାୟ କଣ୍ଟେନର ଜାହାଜକୁ ଆଂଶିକ ଭାବେ ବାହାର କରାଯାଇଥିବା ସୂଚନା ଦେଇଥିଲା । ଏହି ବିଶାଳ ଜାହାଜ ପାଣିରେ ଫସିଯିବା ପରେ ଜଳପଥରେ ଟ୍ରାଫିକ୍ ଜାମ ହୋଇଯାଇଥିଲା । ଯାହାର ପ୍ରଭାବ ଭାରତୀୟ ବାଣିଜ୍ୟ ଉପରେ ପଡ଼ିଥିଲା । ଏହି ସଂକଟରୁ ମୁକ୍ତି ପାଇବା ଲାଗି ସରକାର ଅନେକ ଯୋଜନା କରିଥିଲେ. ଅନ୍ୟ ଦେଶରୁ ରପ୍ତାନୀ-ଆମଦାନୀରେ ବ୍ୟବହୃତ ଭାରତୀୟ ମାଲବାହୀ ଜାହାଜ ଗୁଡ଼ିକୁ ସୁଏଜ୍ କେନାଲ ଟ୍ରାଫିକରୁ ବର୍ତ୍ତିବା ପାଇଁ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଯାତାୟାତ ପାଇଁ କୁହାଯାଇଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗରେ ବିଜେପିର ନୂଆ ଅଧ୍ୟାୟ: ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ବିଶାଳ ଜାହାଜଟି ଝଡ଼ତୋଫାନରେ ଜାହାଜଟି ସୁଏଜ୍ କେନାଲରେ ଫସି ଯାଇଥିଲା । ୧୩୦୦ ଫୁଟ୍ ଲମ୍ବର କାର୍ଗୋ ଜାହାଜ ଫସିବା ଫଳରେ ଲାଲ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଟ୍ରାଫିକ୍ ଜାମରେ ପାଖାପାଖି ୧୫୦ଟି ଜାହାଜ ଫସିଥିଲେ । ଯେଉଁଥିରେ ୧୩ ମିଲିୟନ୍ ବ୍ୟାରେଲ୍ ଅଶୌଧିତ ତୈଳ ଥିବା ୧୦ଟି ତୈଳ ଟ୍ୟାଙ୍କର ସାମିଲ୍ ଥିଲା ।

29 Mar 2021 By The Sakala

ସୁଏଜ୍‌ କେନାଲ୍‌ରୁ ଉଠିଲା ‘ଏଭର୍‌ ଗିଭେନ୍‌’

ନୂଆଦିଲ୍ଲୀ : ୬ ଦିନ ଧରି ଇଜିପ୍ଟର ସୁଇଜ୍ କେନାଲରେ ଅଟକି ରହିଥିବା ବିରାଟ ମାଲ ପରିବହନକାରୀ ଜାହାଜ ଏଭର୍‌ ଗିଭେନ୍ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ କାର୍ଗୋ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ‘ଏଭର୍‌ ଗିଭେନ୍‌’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ ।‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି ପ୍ରକାଣ୍ଡ ପଣ୍ୟବାହୀ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀମାନେ ମୁକ୍ତ କରିଥିବା କଥା ସାମୁଦ୍ରିକ ସେବା ଯୋଗାଣ ସଂସ୍ଥାନ ‘ଇଞ୍ଚ୍‌କେପ୍‌’ କହିଛି।

ଏହା ପୂର୍ବରୁ ସୁଏଜ୍ କେନାଲ କର୍ତ୍ତୃପକ୍ଷ ବିଶାଳକାୟ କଣ୍ଟେନର ଜାହାଜକୁ ଆଂଶିକ ଭାବେ ବାହାର କରାଯାଇଥିବା ସୂଚନା ଦେଇଥିଲା । ଏହି ବିଶାଳ ଜାହାଜ ପାଣିରେ ଫସିଯିବା ପରେ ଜଳପଥରେ ଟ୍ରାଫିକ୍ ଜାମ ହୋଇଯାଇଥିଲା । ଯାହାର ପ୍ରଭାବ ଭାରତୀୟ ବାଣିଜ୍ୟ ଉପରେ ପଡ଼ିଥିଲା । ଏହି ସଂକଟରୁ ମୁକ୍ତି ପାଇବା ଲାଗି ସରକାର ଅନେକ ଯୋଜନା କରିଥିଲେ. ଅନ୍ୟ ଦେଶରୁ ରପ୍ତାନୀ-ଆମଦାନୀରେ ବ୍ୟବହୃତ ଭାରତୀୟ ମାଲବାହୀ ଜାହାଜ ଗୁଡ଼ିକୁ ସୁଏଜ୍ କେନାଲ ଟ୍ରାଫିକରୁ ବର୍ତ୍ତିବା ପାଇଁ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଯାତାୟାତ ପାଇଁ କୁହାଯାଇଥିଲା ।

ବିଶାଳ ଜାହାଜଟି ଝଡ଼ତୋଫାନରେ ଜାହାଜଟି ସୁଏଜ୍ କେନାଲରେ ଫସି ଯାଇଥିଲା । ୧୩୦୦ ଫୁଟ୍ ଲମ୍ବର କାର୍ଗୋ ଜାହାଜ ଫସିବା ଫଳରେ ଲାଲ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଟ୍ରାଫିକ୍ ଜାମରେ ପାଖାପାଖି ୧୫୦ଟି ଜାହାଜ ଫସିଥିଲେ । ଯେଉଁଥିରେ ୧୩ ମିଲିୟନ୍ ବ୍ୟାରେଲ୍ ଅଶୌଧିତ ତୈଳ ଥିବା ୧୦ଟି ତୈଳ ଟ୍ୟାଙ୍କର ସାମିଲ୍ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର